ମିଳିଲା ୭ କୋଟି ବର୍ଷ ପୁରୁଣା ଡାଇନୋସର ଅଣ୍ଡା

ବେଜିଂ,୨୩।୧୨: ବୈଜ୍ଞାନିକମାନେ ଚାଇନାରେ ଏକ ଡାଇନୋସର ଅଣ୍ଡାର ଜୀବାଶ୍ମ ଉଦ୍ଧାର କରିଛନ୍ତି। ଏହି ଅଣ୍ଡା ଭିତରେ ଏକ ଭଲ ସଂରକ୍ଷିତ ଡାଇନୋସର ଭ୍ରୁଣ ଥିବା ବୈଜ୍ଞାନିକମାନେ କହିଛନ୍ତି। ବିଶ୍ୱାସ କରାଯାଏ ଯେ ଡାଇନୋସର ଅଣ୍ଡା ୬୬-୭୨ ମିଲିୟନ୍‌ (୭ କୋଟି ୨୦ ଲକ୍ଷ) ବର୍ଷ ପୁରୁଣା। ବୈଜ୍ଞାନିକମାନେ ଏହି ଭ୍ରୁଣର ନାମ ରଖିଛନ୍ତି ‘ବେବି ୟିଙ୍ଗଲିଆଙ୍ଗ’ ‘Baby Yingliang’। ଚାଇନାର ଜିଆଙ୍ଗସି ପ୍ରଦେଶର ଗାନଜୋ ସହରରେ ବୈଜ୍ଞାନିକମାନେ ଏହି ଅଣ୍ଡା ପାଇଛନ୍ତି। ଏହି ଅଣ୍ଡା ଗାନଜୋ ସହରର ଶାହେ ଇଣ୍ଡଷ୍ଟ୍ରିଆଲ ପାର୍କରେ ଥିବା ‘ହେକୋଉ ଫର୍ମେସନ’ର ପଥରରେ ପଡ଼ି ରହିଥିଲା।
ବର୍ମିଂହାମ ବିଶ୍ୱବିଦ୍ୟାଳୟର ପାଲିଓଣ୍ଟୋଲୋଜିଷ୍ଟମାନେ ମିଳିଥିବା ଭ୍ରୁଣ ବିଷୟରେ ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଏହି ଡାଇନୋସର ଭ୍ରୁଣ ଓଭିରାପ୍ଟୋରୋସର ପ୍ରଜାତିର ଅଟେ। ଏହି ପ୍ରଜାତିର ଡାଇନୋସରମାନଙ୍କର ଦାନ୍ତ ନ ଥିଲା କିନ୍ତୁ ଏକ ଥଣ୍ଟ ଥିଲା। ଓଭିରାପ୍ଟୋରୋସର ବଂଶ ଏସିଆ ଏବଂ ଉତ୍ତର ଆମେରିକାର ପଥରରେ ମିଳିଥିଲା। ସେମାନଙ୍କର ଥଣ୍ଟ ଏବଂ ଶରୀରର ଆକାର ଭିନ୍ନ ଥିଲା। ଏହା ତାଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଅନୁମତି ଦେଲା। ଚାଇନାରେ ମିଳୁଥିବା ଏହି ଡାଇନୋସର ଭ୍ରୁଣ ଏପର୍ଯ୍ୟନ୍ତ ସବୁଠାରୁ ଜଣାଶୁଣା ଭ୍ରୁଣ ଅଟେ। ବୈଜ୍ଞାନିକମାନେ ‘ବେବି ୟିଙ୍ଗଲିଆଙ୍ଗ’ର ଆବିଷ୍କାରକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସ୍ବାଦର କ୍ୟାଣ୍ଡି

ଦୈନନ୍ଦିନ ଜୀବନରେ ଆମେ ଯାହା ବି ଖାଉ ତା’ର ଭିନ୍ନ ଭିନ୍ନ ପ୍ରକାରର ସ୍ବାଦ ଥାଏ। ହେଲେ ଏମିତି କେହି କିଛି ଖାଇଛନ୍ତି କି, ଯାହାର...

୫ବର୍ଷ ଧରି ଜେଲେନ୍‌ସ୍କିଙ୍କୁ ଡେଟ୍‌ କରୁଛନ୍ତି ପୁଟିନ୍‌ଙ୍କ ଲଳନା

ମସ୍କୋ, ୧୯ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସାନ ଝିଅ କ୍ୟାଟେରିନା ଟିଖୋନୋଭାଙ୍କ ନୂଆ ପ୍ରେମିକଙ୍କ ନାଁ ଏବେ ଚର୍ଚ୍ଚାରେ। ଏହି ରୁଷୀୟ ବାଲେଟ୍‌ ଡ୍ୟାନ୍ସର...

୩ ବର୍ଷ ପରେ ସ୍ବାମୀଙ୍କୁ ଭେଟିଲେ ସ୍ତ୍ରୀ, ପରେ ଯାହା ହେଲା ଜାଣିଲେ, ଆଖିରେ ଆସିଯିବ ଲୁହ

ଚାଇନାରୁ ଏମିତି ଏକ ଖବର ଆସିଛି, ଯାହା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ।  ଦୀର୍ଘ ତିନି ବର୍ଷର ଅପେକ୍ଷା ପରେ ଜଣେ ରୁଷିଆ ମହିଳା...

ଚା’ ବିକାଳିଙ୍କ ଝିଅ ହେଲେ ବାୟୁସେନା ଫାଇଟର ପାଇଲଟ

ଭୋପାଳ, ୨୩।୬: ଇଛାଶକ୍ତି ଆଗରେ ସମସ୍ତ ବାଧା ହାର ମାନିଥାଏ। ଶେଷରେ ସଫଳତା ମିଳିଥାଏ। ଏହା ସଦ୍ୟତମ ଉଦାହରଣ ପାଲଟିଛନ୍ତି ମଧ୍ୟପ୍ରଦେଶର ଜଣେ ଚା’ ବିକାଳିଙ୍କ...

ଉଲ୍‌କାପିଣ୍ଡରେ ଜଳ

ଲଣ୍ଡନ: ବିଶେଷଜ୍ଞମାନେ ଉଲ୍‌କାପିଣ୍ଡ ଖଣ୍ଡରୁ ଜଳର ସନ୍ଧାନ କରିଛନ୍ତି। ଗତବର୍ଷ ଫେବୃୟାରୀରେ ବ୍ରିଟେନ୍‌ର ଗ୍ଲୋସେଷ୍ଟରସିର ଟାଉନ୍‌ର ସଡ଼କରେ ଏହି ଉଲ୍‌କାପିଣ୍ଡର କିଛି ଅଂଶ ପଡ଼ିଥିଲା। ତେବେ...

ଏହି ଦେଶରେ ମାର୍ଚ୍ଚ ୧ରୁ ବସ୍‌, ଟ୍ରେନ୍‌ ଯାତ୍ରା ମାଗଣା

ମହିଳାଙ୍କ ପାଇଁ ଦିଲ୍ଲୀରେ ବସଯାତ୍ରା ମାଗଣା ବୋଲି ସମସ୍ତଙ୍କୁ ଜଣା। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ମାର୍ଚ୍ଚ ୧ରୁ ଟ୍ରେନ୍‌ ଏବଂ...

କନିଆ ଛାତିରେ ଛେପ ପକାନ୍ତି ବାପା, ବର ଘର ଦିଅନ୍ତି ଯୌତୁକ; ବିବାହରେ ରହିଛି ଏଠାରେ ଏପରି ପରମ୍ପରା…

ବିଶ୍ୱର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ବିଭିନ୍ନ ପରମ୍ପରା ବା ରଶମ ରହିଛି। ଅନ୍ୟ ସମ୍ପ୍ରଦାୟର ଲୋକ ଏପରି ପରମ୍ପରାକୁ ଅଜବ ମାନୁଥିଲେ ମଧ୍ୟ ଏହି...

ଯୁଦ୍ଧ ପୁଣି ଜୋରଦାର: କ୍ୱିଭ୍‌ରେ କ୍ଷେପଣାସ୍ତ୍ର ପକାଇଲା ରୁଷିଆ…

କ୍ୱିଭ୍‌,୧୦।୧୦ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ପୁଣି ଜୋରଦାର ହୋଇଛି। ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ରୁଷିଆ ପକ୍ଷରୁ ଜୋରଦାର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏଠାରେ...

Advertisement
Archives

Model This Week