ଜେମ୍ସ ଓ୍ବେବ୍‌ ଟେଲିସ୍କୋପ ପ୍ରସ୍ତୁତ: କାଲି କରିବ ଲଞ୍ଚ, ସାରା ବିଶ୍ୱର ସଂଗ୍ରହ କରିବ ଡାଟା

ଓ୍ବାଶିଂଟନ,୨୪ା୧୨: ନାସା ଲଞ୍ଚ୍‌ କରିବା ପୂର୍ବରୁ ଜେମ୍ସ ଓ୍ବେବ୍‌ ଟେଲିସ୍କୋପର ଫଟୋ ପ୍ରକାଶ କରିଛି। ଏହି ଟେଲିସ୍କୋପ୍‌ ମହାକାଶରେ ସବୁଠାରୁ ଶକ୍ତିଶାଳୀ ହେବ ବୋଲି ତାଲିକାରେ ରହିଛି। ପାଣିପାଗ ଓ ପ୍ରଯୁକ୍ତି ବିଦ୍ୟା ହେତୁ ଲଞ୍ଚ୍‌ରେ ବିଳମ୍ବର ସମ୍ମୁଖୀନ ହେବା ପରେ ଜେମ୍ସ ଓ୍ବେବ୍‌ ଟେଲିସ୍କୋପ ବର୍ତ୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ। ତେବେ ଡିସେମ୍ବର ୨୫ ଅର୍ଥାତ୍‌ ବଡ଼ଦିନ ଉପଲକ୍ଷେ ଏହା ମହାକାଶକୁ ପଠାଯିବ। ମହାକାଶରେ କୋଟି କୋଟି ବର୍ଷର ଘଟଣାବଳୀ ସମ୍ପର୍କରେ ଏହି ଟେଲିସ୍କୋପ ଡାଟା ସଂଗ୍ରହ କରିବ।

 

ଏହି ଟେଲିସ୍କୋପ୍‌ ହେଉଛି ଏମିତି ଏକ ଟେଲିସ୍କୋପ ଯାହା ହବଲର ଉତ୍ତରାଧିକାରୀ, ଇନ୍‌ଫ୍ରାଡ ଲାଇଟ୍‌ ମାଧ୍ୟମରେ ଅନ୍ତରୀକ୍ଷରେ ଲୁକ୍କାୟିତ ଅଂଶଗୁଡ଼ିକୁ ଦେଖାଇବ। ଏହା ପୃଥିବୀଠାରୁ ୧.୫ ମିଲିୟନ କିଲୋମିଟର ଦୂରରେ ମହାକାଶରେ ସ୍ଥାପନ କରାଯିବ। ଏହି ଦୂରବୀକ୍ଷଣ ଯନ୍ତ୍ର ଗ୍ରହର ପ୍ରଣାଳୀ ମାପିବାରେ ସକ୍ଷମ ହେବ। ସେଠାରେ ସମ୍ଭାବ୍ୟ ଜୀବନ ଖୋଜିବାରେ ମଧ୍ୟ ସକ୍ଷମ ହେବ। ଏହି ଟେଲିସ୍କୋପ ଜରିଆରେ ୧୩.୫ ବିଲିୟନ ବର୍ଷ ପୂର୍ବେ ପୃଥିବୀରେ ଘଟିଥିବା ସମସ୍ତ ଘଟଣାବଳୀ ସମ୍ପର୍କରେ ସାରା ବିଶ୍ୱବାସୀ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ଜୁଆରରେ ସମୁଦ୍ର ଅଶାନ୍ତ, ଲୀନ ହେବାକୁ ବସିଛି ମା’ଙ୍କ ମନ୍ଦିର

ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ): ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଜଳ ଲହଡ଼ିରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ କ୍ଷୟ ହେବାରେ ଲାଗିଛି। ପାଳିବନ୍ଧ…

ସାମନ୍ଥାଙ୍କୁ ‘I LOVE YOU’ କହିବାକୁ ମନା କଲେ ସ୍ବାମୀ: ମଞ୍ଚ ଉପରେ ଘଟିଲା…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଆଗାମୀ ଫିଲ୍ମ ‘ମା ଇଣ୍ଟି ବାଙ୍ଗାରମ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହା ଖୁବଶୀଘ୍ର ସିନେମା ହଲରେ ଆସିବାକୁ ଯାଉଛି। ଯଦିଓ…

ସମସ୍ତଙ୍କ ଆଗରେ ମେଲୋନିଙ୍କୁ କିସ୍‌ କରୁଥିଲେ ଜେଲେନସ୍କି, ଆଉ ତା’ ପରେ… ଭାଇରାଲ ଭିଡିଓକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା!

ନୂଆଦିଲ୍ଲୀ,୧୭।୬: ଫ୍ରାନ୍ସର ଡୋଭିଲ-ଲେ-ବ୍ୟାନ୍ସ (Deauville-les-Bains) ସହରରେ ଜି-୭ (G7) ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଜି-୭ ସମୂହରେ ବିଶ୍ୱର ସାତଟି ପ୍ରମୁଖ ଅର୍ଥବ୍ୟବସ୍ଥା ଏକାଠି ଅଛନ୍ତି, ଯେଉଁଥିରେ…

ଆର୍‌ଟିଓ ଅଫିସରେ ନାଗସାପ, ଜାଲରେ ପଡ଼ିଲା ବିରାଟକାୟ ବୋଡ଼ା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ବର୍ଷା ପାଇଁ ସାପ ଗାତ ଭିତରୁ ବାହାରି ଘର ଭିତରକୁ ବେଳେବେଳେ ଚାଲି ଆସୁଛନ୍ତି। ବୁଧବାର ଗଞ୍ଜାମ ଜିଲାର ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ…

ନଦୀକୁ ଖସିଲା ଚାଉଳ ବୋଝେଇ ଟ୍ରକ୍‌, ଡ୍ରାଇଭର ଡେଇଁପଡ଼ିବାରୁ…

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ଗ୍ରାମ ନିକଟ ନଦୀପୋଲ ଉପରୁ ଏକ ଚାଉଳ ବୋଝେଇ ଗାଡ଼ି ବୁଧବାର ଓଲଟି ପଡ଼ିବାରୁ ୫…

ଉଦ୍ଧବ ଠାକ୍‌ରେଙ୍କୁ ବଡ଼ ଝଟ୍‌କା: ଏକନାଥ ଶିନ୍ଦେଙ୍କୁ ସମର୍ଥନ ଘୋଷଣା କଲେ ୬ ଏମ୍‌ପି

ମୁମ୍ବାଇ,୧୭।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି)କୁ ବଡ଼ ଝଟ୍‌କା ଲାଗିଛି। ଡେପୁଟି ସିଏମ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାକୁ ଦଳର ୬ ଜଣ…

ଡ଼ାକ୍ତରଖାନାରେ ନଥିଲେ ଡ଼ାକ୍ତର! ଚାଲିଗଲା ନବଜାତ ଶିଶୁର ଜୀବନ, ଚିକିତ୍ସା ଅବହେଳା ଆଣି ପରିବାର ଲୋକଙ୍କ ଉତ୍ତେଜନା

ପାଟଣାଗଡ଼, ୧୭।୬(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଡାକ୍ତରଖାନାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଡାକ୍ତରଙ୍କ ଅବହେଳାରୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏମିତି କହିଲେ ଚାମେଲି, ଚାରିଆଡ଼େ ଚର୍ଚ୍ଚା

କେନ୍ଦ୍ରାପଡ଼ା/ମହାକାଳପଡା,୧୭ା୬:  କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ ମିଳିଛି । ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri