ଚାଇନାରୁ ମିଳିଲା ଡାଇନୋସର ଭ୍ରୂଣ

ବେଜିଂ, ୨୩ା୧୨: ଦକ୍ଷିଣ ଚାଇନାର ଗାନ୍‌ଝୌରୁ ବୈଜ୍ଞାନିକମାନେ ଡାଇନୋସରର ଏକ ଭ୍ରୂଣକୁ ପାଇଛନ୍ତି। ପ୍ରାୟ ୬.୬ରୁ ୭.୨ କୋଟି ବର୍ଷ ତଳୁ ଏହା ସଂରକ୍ଷିତ ଅବସ୍ଥାରେ ରହିଥିଲା ଏବଂ ଭ୍ରୂଣଟି ଅଣ୍ଡାରୁ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିଲା। ଏ ନେଇ ବର୍ମିଂହାମ୍‌ ୟୁନିଭର୍ସିଟି ଗବେଷକ ଫିଓନ ଓ୍ବାଇସମ୍‌ ମା କହିଛନ୍ତି। ଏହାର ନାମ ‘ବେବି ୟିଙ୍ଗଲିଆଙ୍ଗ’ ରଖାଯାଇଛି। ଏହି ଡାଇନୋସର ଓଭିରାପ୍ଟୋରସର ପ୍ରଜାତିର, ଯାହାର ଦାନ୍ତ ନ ଥାଏ ବୋଲି ଜଣାପଡ଼ିଛି। ଡାଇନୋସର ଜୀବାଶ୍ମ ମଧ୍ୟରୁ ଇତିହାସର ଏହା ସବୁଠୁ ବଡ଼ ସନ୍ଧାନ ବୋଲି ସେ କହିଛନ୍ତି।
ଭିତରେ ବେବି ୟିଙ୍ଗଲିଆଙ୍ଗର ମୁଣ୍ଡ ଏହାର ଶରୀର ତଳେ ରହିଥିଲା। ଗୋଡ଼ ମୁଣ୍ଡର ଉଭୟ ପାର୍ଶ୍ୱରେ ରହିଥିବାବେଳେ ପଛଭାଗ ଅଣ୍ଡାକାର ଭାବେ ମୋଡ଼ି ହୋଇ ଥିଲା। ଆଧୁନିକ ପକ୍ଷୀଙ୍କ ଭ୍ରୂଣ ଏପରି ଅବସ୍ଥାରେ ରହିଥାନ୍ତି। ‘ଡେଲି ମେଲ୍‌’ର ରିପୋର୍ଟ ଅନୁଯାୟୀ, ଏହା ପ୍ରାୟ ଜନ୍ମ ହେବାର ନିକଟତର ହୋଇଯାଇଥିଲା। ପକ୍ଷୀଙ୍କ କ୍ଷେତ୍ରରେ ସେମାନଙ୍କ ଶାରୀରିକ କାର୍ଯ୍ୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ, ଯାହାକୁ ଟକିଂ ବୋଲି କୁହାଯାଏ। ଏହା ମାଧ୍ୟମରେ ଭ୍ରୂଣ ନିଜର ମୁଣ୍ଡକୁ ସ୍ଥିର ଓ ମଜଭୁତ କରି ଅଣ୍ଡାକୁ ଫଟାଇପାରିଥାଏ। ଟକିଂରେ ବିଫଳ ହେଲେ ଭ୍ରୂଣ ବାହାରକୁ ବାହାରି ନ ପାରି ସେଠାରେ ମରିଯାଇଥାଏ। ଏବେ ମିଳିଥିବା ଡାଇନୋସର ଭ୍ରୂଣ ଅଣ୍ଡା ଫଟାଇବା ଅବସ୍ଥାରେ ରହିଥିଲା ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି। ଏହି ଭ୍ରୂଣର ଲମ୍ବ ୨୭ ସେଣ୍ଟିମିଟର ଏବଂ ତାହା ୧୭ ସେଣ୍ଟିମିଟର ଲମ୍ବର ଅଣ୍ଡା ଭିତରେ ରହିଥିଲା। ବେବି ୟିଙ୍ଗଲିଆଙ୍ଗ ଉପରେ ଅଧିକ ଗବେଷଣା ଦ୍ୱାରା ଡାଇନୋସର ଉପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ରିସର୍ଚ୍ଚର ଟିମ୍‌ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିତିଯିବେ ପୁଟିନ

ଓ୍ବାଶିଂଟନ,୫।୧୨: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସ ଆମେରିକା କଂଗ୍ରେସକୁ ଚେତାବନୀ ଦେଇଛି। ହ୍ବାଇଟ ହାଉସ କହିଛି ଯଦି ୟୁକ୍ରେନକୁ ସହାୟତା ବନ୍ଦ ହୋଇଯାଏ ତେବେ...

ସ୍ବେଚ୍ଛାସେବା ଦ୍ୱାରା ବିଶ୍ୱର ବିକାଶ

ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପ୍ରତିବର୍ଷ ୫ ଡିସେମ୍ବରରେ ପାଳନ କରାଯାଏ। ୧୯୮୫ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା...

ଉତ୍ତର କୋରିଆରେ କମୁଛି ଶିଶୁ ଜନ୍ମ ହାର, କିମ କହିଲେ ଅଧିକ ସନ୍ତାନ ପ୍ରସବ କରନ୍ତୁ ମହିଳା

ସିଓଲ,୫।୧୨: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦେଶର ଶକ୍ତି ବୃଦ୍ଧି ପାଇଁ ମହିଳାମାନଙ୍କୁ ଅଧିକ ସନ୍ତାନ ପ୍ରସବ କରିବାକୁ କହିଛନ୍ତି।...

ଭୁଲ ବଶତଃ ଗାଁ ଉପରେ ଡ୍ରୋନ ଆଟାକ, ୮୦ରୁ ଅଧିକ ମୃତ, ୬୦ରୁ ଅଧିକ ଆହତ

ଅବୁଜା,୫।୧୨: ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗ୍ରାମରେ ଭୁଲରେ ସେନା ଡ୍ରୋନ ଆକ୍ରମଣରେ ମୁସଲମାନ ପର୍ବ ପାଳନ କରୁଥିବା ଡଜନେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।...

ରୁଷିଆ ସେନା ପାଇଁ ଲଢ଼ୁଥିବା ୬ ନେପାଳୀ ଯବାନ ନିହତ

କାଠମାଣ୍ଡୁ,୪ା୧୨(ପି.ଟି.): ୟୁକ୍ରେନ ବିରୋଧରେ ରୁଷିଆ ସେନାରେ ଲଢ଼ୁଥିବା ୬ ନେପାଳୀ ସୈନ୍ୟ ନିହତ ହୋଇଥିବା ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ସେନାରେ ନେପାଳୀଙ୍କୁ ନିଯୁକ୍ତି...

ବିଶ୍ୱର ସବୁଠୁ ବୟସ୍କ କଇଁଛ

ନୂଆଦିଲ୍ଲୀ: କଇଁଛ ସାଧାରଣତଃ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବାବେଳେ କିଛି ପ୍ରଜାତିର କଇଁଛ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ବାର ସମ୍ଭାବନା ରହିଛି। ଜୋନାଥନ ନାମକ...

ବିବାହରେ ରୁଟି ଶେକୁଛନ୍ତି ଅତିଥି

ପୂର୍ବରୁ  ବିବାହ ବୋହୁତ ସରଳ ଥିଲା। ମାତ୍ର ବର୍ତ୍ତମାନ ଏହି ଧାରା ସମ୍ପୂର୍ଣ୍ଣ ବଦଳି ଯାଇଛି। ବିବାହ ପୂର୍ବରୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ ଠାରୁ...

୩ ଡ୍ରୋନ୍‌କୁ ଖସାଇଲା ଆମେରିକା ଯୁଦ୍ଧଜାହାଜ

ଦୁବାଇ,୪ା୧୨: ୟେମେନ୍‌ର ହୌଥି ବିଦ୍ରୋହୀମାନେ ଲୋହିତ ସାଗରରେ ୩ଟି ବାଣିଜି୍ୟକ ଜାହାଜକୁ ମିଶାଇଲ୍‌ ମାଡ଼ କରିଛନ୍ତି। ଫଳରେ ଆମେରିକା ଯୁଦ୍ଧଜାହାଜ ଆତ୍ମରକ୍ଷା ପାଇଁ ୩ଟି ଡ୍ରୋନ୍‌କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri