ଓମିକ୍ରନ ଭୟ : ଏହି ସହର ହେଲା ଲକ୍‌ଡାଉନ୍‌

ବେଜିଂ,୨୪ା୧୨: ବଢୁଥିବା କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଚାଇନାର ଜିଆନ ସହରରେ ଲକ୍‌ଡାଉନ୍‌ ଜାରି କରାଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଯଦିଓ ଜିଆନରେ ଏପର୍ଯ୍ୟନ୍ତ ଓମିକ୍ରନ ସଂକ୍ରମଣର କୌଣସି ରିପୋର୍ଟ ହୋଇନାହିଁ, ତଥାପି ଡେଲ୍‌ଟା ଭାରିଆଣ୍ଟର ମାମଲା ଆସିଥିଲା। ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ବହୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି କାରଣରୁ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଆସିଛି। ମଙ୍ଗଳବାର ଜିଆନରେ ୫୨ଟି କରୋନା ମାମଲା ସାମ୍ନାକୁ ଆସିଥିଲା। ଏଥି ସହିତ ବୁଧବାର ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଆଜି ପର୍ଯ୍ୟନ୍ତ ସର୍ବାଧିକ  ଅଟେ।

ରିପୋର୍ଟ ଅନୁଯାୟୀ, ବୁଧବାର ଅପରାହ୍ନ ସୁଦ୍ଧା ୩୦,୦୦୦ରୁ ଅଧିକ ଲୋକ କରୋନା ସଂକ୍ରମିତ ସଂସ୍ପର୍ଶରେ ଆସିଛନ୍ତି। ସେହିଦିନ ସହରଟି ଅଧିକ ନୋଟିସ୍‌ ନ ହେବା ପର୍ଯ୍ୟନ୍ତ ସମସ୍ତ ବାସିନ୍ଦାଙ୍କ ପାଇଁ କଡ଼ା ଲକ୍‌ ଲଗାଇଥିଲା।

ସହରର ଏକ କୋଟି ୩୦ ଲକ୍ଷ ଜନସଂଖ୍ୟାକୁ ଘର ଭିତରେ ରହିବାକୁ କୁହାଯାଇଛି ଏବଂ କେବଳ ଜଣେ ବ୍ୟକ୍ତିଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri