ବିଶ୍ୱରେ ଚତୁର୍ଥ ଲହର

ନୂଆଦିଲ୍ଲୀ, ୨୫।୧୨(ପି.ଟି.): ବିଶ୍ୱ ଏବେ କୋଭିଡ୍‌ ମହାମାରୀର ଚତୁର୍ଥ ଲହରକୁ ସାମ୍‌ନା କରୁଥିବା ନେଇ ଶୁକ୍ରବାର କେନ୍ଦ୍ର ସରକାର ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। ଏଭଳି ସମୟରେ ମହାମାରୀକୁ ନେଇ ଲୋକେ ଖାମଖିଆଲି ନ ହେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗହଳିଠାରୁ ଦୂରେଇ ରହିବା, ଆବଶ୍ୟକ ନ ଥିଲେ ଭ୍ରମଣରେ ନ ଯିବା ଏବଂ କରୋନା ସତର୍କତା ନିୟମ ପାଳନ କରିବା ଉପରେ କେନ୍ଦ୍ର ସରକାର ଜୋର୍‌ ଦେଇଛନ୍ତି। ଏଥିସହିତ କୋଭିଡ୍‌ ଟିକାକରଣ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
ବିଶ୍ୱରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବଢ଼ିଚାଲିଛି। ଏବେ ଏହା ୧୦୮ ଦେଶକୁ ବ୍ୟାପିଲାଣି। ଭାରତରେ ଓମିକ୍ରନ୍‌ ସଂକ୍ରମଣ ୩୬୦ରେ ପହଞ୍ଚତ୍ଲାଣି । ଗୁରୁବାର ସାରା ବିଶ୍ୱରେ କୋଭିଡ୍‌-୧୯ ସଂକ୍ରମଣ ୯ ଲକ୍ଷ ରେକର୍ଡ କରାଯାଇଛି। ତେଣୁ ମହାମାରୀର ନୂଆ ଲହର ଆସିଥିବା ସ୍ପଷ୍ଟ ହୋଇଛି ବୋଲି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି। ଯଦିଓ ୟୁରୋପ, ଉତ୍ତର ଆମେରିକା ଓ ଆଫ୍ରିକା ତୁଳନାରେ ଏସିଆରେ ନୂଆ ମାମଲା ସଂଖ୍ୟା କମ୍‌ ରହିଛି, ତଥାପି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଭାରତରେ ଗତ ୪ ସପ୍ତାହ ହେଲା ଦୈନିକ କୋଭିଡ୍‌ ସଂକ୍ରମଣ ପ୍ରାୟ ୭,୦୦୦ ରହୁଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୨ଟି ଲହର ଅନୁଭୂତ ହୋଇଛି। ପ୍ରଥମ ଲହର ୨୦୨୦ ସେପ୍ଟେମ୍ବରରେ ଏବଂ ଦ୍ୱିତୀୟ ଲହର ୨୦୨୧ ମେ’ରେ ଶୀର୍ଷ ଛୁଇଁଥିଲା। ଏବେ ବିଶ୍ୱରେ ପଜିଟିଭିଟି ହାର ୬.୧ ପ୍ରତିଶତ ଥିବାବେଳେ ଭାରତରେ ୫.୩ ପ୍ରତିଶତ ରହିଛି।
ଭାରତରେ ଚିହ୍ନଟ ୩୬୦ ଓମିକ୍ରନ୍‌ ସଂକ୍ରମିତଙ୍କ ମଧ୍ୟରୁ ୧୨୧ ଜଣଙ୍କର ବିଦେଶ ଭ୍ରମଣ ହିଷ୍ଟ୍ରି ରହିଛି। ଅନୁଧ୍ୟାନ କରାଯାଇଥିବା ୧୮୩ ମାମଲା ମଧ୍ୟରୁ ୯୧ ଜଣ କୋଭିଡ୍‌ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ଏବଂ ୩ ଜଣ ବୁଷ୍ଟର ଡୋଜ୍‌ ନେଇଛନ୍ତି। ୭୦ ପ୍ରତିଶତ ମାମଲାରେ କୌଣସି ଲକ୍ଷଣ ଦେଖାଯାଉନାହିଁ। ସଂକ୍ରମିତଙ୍କ ମଧ୍ୟରୁ ୬୧ ପ୍ରତିଶତ ପୁରୁଷ ବୋଲି ସରକାର ସୂଚନା ଦେଇଛନ୍ତି। ଡେଲ୍ଟା ତୁଳନାରେ ଓମିକ୍ରନ୍‌ ଭାରିଆଣ୍ଟ ଦ୍ରୁତ ସଂକ୍ରମିତ ହେଉଛି। ଗୋଷ୍ଠୀ ସଂକ୍ରମଣ ଅଞ୍ଚଳରେ ଏହା ୧.୫ରୁ ୩ ଦିନ ମଧ୍ୟରେ ଦ୍ୱିଗୁଣିତ ହେଉଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି।
କେରଳ ଓ ମିଜୋରାମରେ ସଂକ୍ରମଣ ହାର ଅଧିକ ରହିଛି। ଦେଶର ୨୦ଟି ଜିଲାରେ ସାପ୍ତାହିକ ପଜିଟିଭିଟି ହାର ୫ରୁ ୧୦ ପ୍ରତିଶତ ଥିବାବେଳେ ୨ ଜିଲାରେ ୧୦ ପ୍ରତିଶତରୁ ଅଧିକ ରହିଛି। ବର୍ତ୍ତମାନ ସୁଦ୍ଧା ଭାରତର ପ୍ରାୟ ୬୧ ପ୍ରତିଶତ ସାବାଳକ କୋଭିଡ୍‌ ଟିକାର ଉଭୟ ଡୋଜ୍‌ ନେଇଥିବାବେଳେ ୮୯ ପ୍ରତିଶତ ପ୍ରଥମ ଡୋଜ୍‌ ନେଇଛନ୍ତି। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବାକୁ ସରକାର ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଦେଶର ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଓମିକ୍ରନ୍‌ ବ୍ୟାପିଲାଣି। ବର୍ତ୍ତମାନ ସୁଦ୍ଧା ୩୬୦ ଜଣ ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧୪ ଜଣ ସୁସ୍ଥ ହେଲେଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୮୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ଦିଲ୍ଲୀରେ ୬୭, ତେଲଙ୍ଗାନାରେ ୩୮, ତାମିଲନାଡୁରେ ୩୪, କର୍ନାଟକରେ ୩୧, ଗୁଜରାଟରେ ୩୦, କେରଳରେ ୨୭ ଏବଂ ରାଜସ୍ଥାନରେ ୨୨ ସଂକ୍ରମିତ ହୋଇଛନ୍ତି। ହରିୟାଣା, ଓଡ଼ିଶା, ଜମ୍ମୁ-କଶ୍ମୀର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଚଣ୍ଡିଗଡ଼, ଲଦାଖ ଏବଂ ଉତ୍ତରାଖଣ୍ଡରେ ହାରାହାରି ସଂକ୍ରମଣ ୧ରୁ ୪ ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?