ଅନ୍ତର୍ଜାତୀୟ

ବିଶ୍ୱରେ ପ୍ରଥମ: ହରିଣକୁ ହେଲା କରୋନା

ହିକାଗୋ,୨୮।୮: ଆମେରିକାର ଓହିଓ ପ୍ରଦେଶରେ ଏକ ହରିଣ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ହରିଣ କରୋନାରେ ସଂକ୍ରମଣ ହେବା ବୋଧହୁଏ ବିଶ୍ୱର ପ୍ରଥମ ଘଟଣା। ଆମେରିକା କୃଷି ବିଭାଗ ସୂଚନା ଅନୁଯାୟୀ, ଧଳା ଲାଞ୍ଜ ବିଶିଷ୍ଟ ହରିଣ ସାର୍ସ-ସିଓଭି-୨ ଭୂତାଣୁରେ ସଂକ୍ରମିତ…

ଫତୁଓ୍ବା ଜାରି କଲା ତାଲିବାନ୍‌: ସରକାରୀ ସମ୍ପତ୍ତି ଫେରାଇ ଦିଅ

କାବୁଲ,୨୮ା୮: ସରକାରୀ ଗାଡ଼ି, ସାମ୍ରଗୀ, ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ରଖିଥିବା କାବୁଲ ନାଗରିକଙ୍କୁ ସପ୍ତାହେ ମଧ୍ୟରେ ସେସବୁକୁ ହସ୍ତାନ୍ତର କରିବାକୁ ତାଲିବାନ୍‌ ନିର୍ଦ୍ଦେଶ ଦେଇଛି। ଯଦି ଏହାକୁ କେହି ନ ମାନନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

କାବୁଲ ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା

ଓ୍ବାଶିଂଟନ,୨୮।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦର ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା ଇସ୍‌ଲାମିକ ଷ୍ଟେଟ୍‌-ଖୋରାସାନ (ଆଇଏସ୍‌-କେ)। ଆମେରିକା ପକ୍ଷରୁ କରାଯାଇଥିବା ଡ୍ରୋନ ଷ୍ଟ୍ରାଇକ୍‌ରେ କାବୁଲ ଆତଙ୍କବାଦୀ ଆକ୍ରମଣ ପଛରେ ଥିବା ମାଷ୍ଟରମାଇଣ୍ଡ ନିହତ ହୋଇଛନ୍ତି।…

ଅଗଷ୍ଟ ୩୧ ପରେ ତାଲିବାନ ସହ କଥା ହେବ ଆମେରିକା: ବାଇଡେନ

ଓ୍ବାଶିଂଟନ,୨୮ା୮: ଅଗଷ୍ଟ ୩୧ ପରେ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଆମେରିକା ତାଲିବାନ ସହ କଥା ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି। ଏହି ପରିପ୍ରେକ୍ଷୀରେ କୂଟନୈତିକ ପ୍ରୟାସକୁ ଜୋରଦାର କରିବାକୁ ବାଇଡେନ ବୈଦେଶିକ ସଚିବ ଆଣ୍ଟୋନି…

କାବୁଲ ବିମାନ ବନ୍ଦର ଏଣ୍ଟ୍ରି ଗେଟରେ ଫୁଟିଲା ଗୁଳି

କାବୁଲ,୨୮ ।୮: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରଠାରୁ ସେଠାରେ ବେଳକୁ ବେଳ ସ୍ଥିତି ବିଗିଡିବାରେ ଲାଗିଛି । ଏବେ ସେଠାରେ ଆଫଗାନସ୍ତାନବାସୀ ନିଜକୁ ସୁରକ୍ଷିତ ନ ମଣି ଦେଶ ଛାଡି ଚାଲି ଯିବାକୁ ଉଦ୍ୟତ ହେଉଛନ୍ତି । ଅନେକେ ଦେଶଛାଡି…

ବୋର୍ଡରେ ଲାଗିଥିଲା ମୋବାଇଲ ଚାର୍ଜର, ପାଟିରେ ପୂରାଇ ଦେଲା ୨ ବର୍ଷର ଶିଶୁ, ଆଉ ତା’ ପରେ…

ବ୍ରାସିଲିଆ,୨୮ା୮: ପୂର୍ବ ବ୍ରାଜିଲର ଏରେର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫୋନ୍‌ ଚାର୍ଜର ଛୁଇଁବା ପରେ ଜଣେ ଦୁଇ ବର୍ଷ ଶିଶୁର ଜୀବନ ଯାଇଛି। ଦୁଇବର୍ଷର ଶିଶୁ ସାରା ଅଲ୍‌ବେସ ଡ ଅଲ୍‌ବୁକର୍କକୁ କରେଣ୍ଟ ଲାଗିବା ପରେ ହସ୍ପିଟାଲ…

ତାଲିବାନ ନିକଟରେ ଏବେ ବିଶ୍ୱର ୮୫ ପ୍ରତିଶତ ଦେଶରୁ ଅଧିକ ବ୍ଲାକ ହଙ୍କ ହେଲିକପ୍ଟର!

ନୂଆଦିଲ୍ଲୀ,୨୮ ।୮: ତାଲିବାନ କେବଳ ଯେ ଆଫଗାନିସ୍ତାନ ଉପରେ କବଜା କରିଛି ତା’ନୁହେଁ । ଏବେ ତାଲିବାନ ନିକଟରେ ବହୁ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ହେଲିକପ୍ଟର ବି ରହିଛି । ତାଲିବାନ ହାତରେ ଲାଗିଥିବା ଆମେରିକା ସେନାଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର…

ହରିଣକୁ କରୋନା…

ଓ୍ବାଶିଂଟନ,୨୮।୮: ଆମେରିକାରେ କୁକୁର, ବିଲେଇ, ସିଂହ, ଚିତା, ଗୋରିଲା ପରି ପ୍ରାଣୀମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏବେ ଏହା ହରିଣକୁ ବ୍ୟାପିଛି। କରୋନାର ପ୍ରଥମ ମାମଲା ହରିଣଠାରେ ଚିହ୍ନଟ ହୋଇଥିବା ଆମେରିକାର କୃଷି ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

ତୁରନ୍ତ କାବୁଲ ବିମାନ ବନ୍ଦର ଗେଟ୍ ଛାଡିବାକୁ ନିଜ ନାଗରିକଙ୍କୁ ସୂଚନା ଦେଲା ଆମେରିକା

ୱାଶିଂଟନ,୨୮ ।୮: ଆଫଗାନିସ୍ତାନ ରାଜଧାନୀ କାବୁଲର ବିମାନ ବନ୍ଦରରେ ହୋଇଥିବା ବସ୍ଫୋରଣ ପରେ ଆମେରିକା ତା’ର ନାଗରିକଙ୍କୁ ସତର୍କ କରାଇ ଦେଇଛି । ସେ ତା’ର ନାଗରିକଙ୍କୁ ତୁରନ୍ତ ବିମାନ ବନ୍ଦର ଗେଟ ଛାଡି ଚାଲି ଯିବାକୁ କହିଛି । ଆମେରିକା…

ପ୍ରତିଶୋଧ ନେଲା ଆମେରିକା, ଆଇଏସ୍‌ ଗଡ଼ରେ ବୋମାମାଡ଼…

ଓ୍ବାଶିଂଟନ/କାବୁଲ,୨୮।୮: ଆଫଗାନିସ୍ତାନର ଆଇଏସ୍‌ ଗଡ଼ରେ ଆମେରିକା ପକ୍ଷରୁ ବୋମାମାଡ଼ କରାଯାଇଛି। ଏପରି କରି ଆମେରିକା କାବୁଲ ଆକ୍ରମଣର ପ୍ରତିଶୋଧ ନେଇଛି। କାବୁଲରେ ଆଇଏସ୍‌ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆମେରିକାର ୧୩ ସୈନ୍ୟଙ୍କ ମୃତ୍ୟୁ ଘଟିବାର କିଛି ଘଣ୍ଟା ମଧ୍ୟରେ ଏଭଳି…

ଆମେରିକାକୁ ଆଇଏସ୍‌ ବିପଦ

କାବୁଲ/ଓ୍ବାଶିଂଟନ,୨୮ା୮: ଅଗଷ୍ଟ ୩୧ ସୈନ୍ୟ ଅପସାରଣ ଡେଡ୍‌ଲାଇନ୍‌ ପୂର୍ବରୁ କାବୁଲ ବିମାନବନ୍ଦରରେ ଆମେରିକା ନେତୃତ୍ୱାଧୀନ ବିଦେଶୀ ସାମରିକ ମେଣ୍ଟ ଉପରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ତାଲିବାନ ଶାସନ ଭୟରେ ଆଫଗାନିସ୍ତାନ ଛାଡ଼ି ପଳାୟନ କରୁଥିବା ଆଫଗାନ୍‌ ଓ ଆମେରିକୀୟଙ୍କ…

ଖୋଜିକରି ମାରିବୁ: ବାଇଡେନ୍‌

କାବୁଲ/ଓ୍ବାଶିଂଟନ,୨୮ା୮: କାବୁଲ ବିସ୍ଫୋରଣ ପଛରେ ଯିଏ ଥାଆନ୍ତୁ ନା କାହିଁକି ଆମେ ତାଙ୍କୁ ଖୋଜି ବାହାର କରିବୁ। ଆମେ ଭୁଲିବୁ ନାହିଁ କି କ୍ଷମା କରିବୁ ନାହିଁ। ଆକ୍ରମଣକାରୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ଆତଙ୍କବାଦୀ ଆମେରିକୀୟଙ୍କୁ ଆଫଗାନିସ୍ତାନରେ ନିଜ କାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri