ଅନ୍ତର୍ଜାତୀୟ

ଆନ୍ଦୋଳନକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ

ଆଲମାଟି,୮।୧: ଗ୍ୟାସ୍‌ ଦର ବୃଦ୍ଧିକୁ ବିରୋଧ କରି କାଜାଖସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି। ସରକାର ଏଲ୍‌ପିଜି ଦର ଦ୍ୱିଗୁଣିତ କରିବା ପରେ ସାଧାରଣ ଜନତା ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି। ପରିସ୍ଥିତି ଏଭଳି ଯେ, ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ସୈନ୍ୟବାହିନୀକୁ ଗୁଳି…

‘ଓମିକ୍ରନକୁ ସାମାନ୍ୟ ଭାବନ୍ତୁ ନାହିଁ ’

ଜେନେଭା,୭।୧: କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟ ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଉଛି। ତେଣୁ ନୂଆ ଭାରିଆଣ୍ଟକୁ ସାମାନ୍ୟ ଭାବି ଅବହେଳା ନ କରିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ବହୁସଂଖ୍ୟାରେ ଲୋକ ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ…

ଚାଇନାର ଆଣବିକ ଅସ୍ତ୍ର ଦେଖି ଆମେରିକା ଛାନିଆ

ଓ୍ବାଶିଂଟନ,୭ା୧: ଆମେରିକା ପ୍ରତିରକ୍ଷା ବିଭାଗର ଏକ ରିପୋର୍ଟରେ କୁହାଯାଇଛି, ଚାଇନା ଆଣବିକ ଅସ୍ତ୍ରକୁ ଖୁବ୍‌ ଶୀଘ୍ର ବଢ଼ାଇ ଦେଇଛି। ଏନେଇ ଆମେରିକା ଚିନ୍ତାରେ ପଡ଼ିଛି। ତେବେ ଗତବର୍ଷର ସାଟେଲାଇଟ୍‌ ଫଟୋ ସାହାଯ୍ୟରେ ଆମେରିକା ଏହି ନୂତନ ସୂଚନାକୁ ସାର୍ବଜନୀନ କରିଛି। ଏହି…

ଓମିକ୍ରନ୍ ସଂକ୍ରମିତଙ୍କ ପାଇଁ ଅଭାବ ପଡିଲାଣି ଭେଣ୍ଟିଲେଟର!

ଲସ ଆଞ୍ଜେଲସ,୭ ।୧: ଆମେରିକାରେ ପ୍ରତିଦିନ ୧୦ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ଫଳରେ ହସ୍ପିଟାଲରେ ବେଡ୍‌ର ଅଭାବ ପରିଲକ୍ଷିତ ହେଲାଣି । ଏହାରି ଭିତରେ ଆଇସିୟୁରେ ରୋଗୀଙ୍କ ସଂଖ୍ୟା କମ୍ ଥିବା କୁହାଯାଉଥିଲା । ହେଲେ ଆମେରିକାର…

ଏଲ୍‌ପିଜି ନିଆଁରେ କାଜାଖସ୍ତାନ

ନୂର୍‌ ସୁଲତାନ, ୭ା୧:୧୯୯୧ରେ ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା କାଜାଖସ୍ତାନ ବିଶ୍ୱର ନବମ ବୃହତ୍ତମ ଦେଶ। ଏହାର ଉତ୍ତରରେ ରୁଷିଆ ଓ ପୂର୍ବରେ ରହିଛି ଚାଇନା ସୀମା। ଭରପୂର ତୈଳ ଉତ୍ସ ରଣନୈତିକ ଓ ଆର୍ଥିକ କ୍ଷେତ୍ରରେ କେନ୍ଦ୍ରୀୟ ଏସିଆରେ କାଜାଖସ୍ତାନର…

ଓମିକ୍ରନ୍‌କୁ ମାଇଲ୍ଡ ବୋଲି ବୁଝିବା ବଡ ଭୁଲ୍ ହେବ: ଡବ୍ଲୁଏଚଓ

ଜେନେଭା,୭ ।୧: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟ ଏବେ ସାରା ବିଶ୍ୱରେ ତାଣ୍ଡବ ରଚି ଚାଲିଛି । ଏହା କିନ୍ତୁ ଡେଲ୍ଟା ଭଳି ପ୍ରାଣଘାତି ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । କିନ୍ତୁ ଏହା ଡେଲ୍ଟାଠାରୁ ଦ୍ରୁତ ବେଗରେ ସଂକ୍ରମଣ ହେଉଛି…

ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି

ଇସ୍‌ଲାମାବାଦ,୭।୧: ଲାହୋର ହାଇକୋର୍ଟର ବିଚାରପତି ଆୟେଶା ମଲିକଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ପାକ୍‌ ନ୍ୟାୟିକ କମିଶନ ଗୁରୁବାର ଜଷ୍ଟିସ୍‌ ଆୟେଶାଙ୍କ ପଦୋନ୍ନତିକୁ ମଞ୍ଜୁରୀ ପ୍ରଦାନ କରିଛି। ଫଳରେ ସେ ପାକିସ୍ତାନ ସର୍ବୋଚ୍ଚ ଅଦାଲତର ପ୍ରଥମ…

ଆମେରିକାର ନିଦ ହଜାଇଲା ଉତ୍ତର କୋରିଆ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୬ା୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌-ଜୋଙ୍ଗ-ଉନ୍‌ ଜଣେ ବିଶ୍ୱ ବ୍ୟକ୍ତିତ୍ୱ, ଯିଏ କ୍ରମାଗତ ଭାବରେ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଚର୍ଚ୍ଚାର କାରଣ ମଧ୍ୟ କିଛି ଅଲଗା। ବାସ୍ତବରେ କିମ୍‌ ନିଜର ଶାସକଦଳର ମନୋଭାବ ଅନୁସରଣ କରି ଦେଶର ଶକ୍ତି ଗ୍ରହଣ…

କେଶ ଝଡ଼ିବା ଓମିକ୍ରନ୍‌ର ନୂଆ ଲକ୍ଷଣ, ସାବଧାନ !…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୬।୧ : କେଶ ଝଡ଼ିବା ସମସ୍ୟା ଅତି ସାଧାରଣ। କିନ୍ତୁ ଏନେଇ ଏବେ ସାବଧାନ ରହିବାକୁ ପଡ଼ିବ। ଏହା କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତ ହେବାର ଲକ୍ଷଣ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ…

ଭାରତରୁ ବିମାନ ସେବା ବନ୍ଦ କଲା ହଂକଂ

ବେଜିଂ/ହଂକଂ, ୬।୧: କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ହଂକଂ ବୁଧବାର କେତେକ କଠୋର କଟକଣା ଲାଗୁ କରିଛି। ଭାରତ ସମେତ ୮ଟି ଦେଶରୁ ହଂକଂକୁ ଉଡ଼ାଣ କରୁଥିବା ବିମାନକୁ ଜାନୁୟାରୀ ୨୧ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଭାରତ ବ୍ୟତୀତ ଅଷ୍ଟ୍ରେଲିଆ,…

ଓମିକ୍ରନ୍‌କୁ ହାଲୁକା ଭାବେ ନିଅନ୍ତୁ ନାହିଁ, ଦ୍ରୁତ ସଂକ୍ରମଣ ସୃଷ୍ଟି କରିପାରେ ନୂଆ ଭାରିଏଣ୍ଟ: ଡବ୍ଲୁଏଚଓର ଚେତାବନୀ

ଜେନେଭା,୬ ।୧: ସାରା ବିଶ୍ୱରେ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ । ଏଥିରେ ମୃତ୍ୟୁ ହାର କମ୍ ଥିବାରୁ ଲୋକେ ଏହାକୁ ହାଲୁକା ଭାବେ ଗ୍ରହଣ କରୁଛନ୍ତି । କିନ୍ତୁ ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)…

ଆମେରିକାରେ ଗୋଟିଏ ଦିନରେ ୧୦ ଲକ୍ଷ ସଂକ୍ରମିତ

ୱାଶିଂଟନ,୬ ।୧: ଆମେରିକାରେ ବୁଧବାର ଗୋଟିଏ ଦିନରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ଓ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର କାରଣ ପାଲଟିଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେତୁ ବେଡ ନିଅଣ୍ଟ ପଡୁଥିବା ଜଣାପଡିଛି । ଆଶ୍ୱସ୍ତିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?