୧୩୦ ବିମାନ ସହିତ ଆମେରିକା କଲା ଏଲିଫ୍ୟାଣ୍ଟ ଓ୍ବାକ୍‌…

ଓ୍ବାଶିଂଟନ, ୧୦।୨ : ଚାଇନା ସମ୍ମୁଖରେ ନିଜର ଶକ୍ତି ପ୍ରଦର୍ଶନ କରିଛି ଆମେରିକା ବାୟୁସେନା। ଆମେରିକା ନିଜର ୧୩୦ ବିମାନ ସହିତ ଏଲିଫ୍ୟାଣ୍ଟ ଓ୍ବାକ୍‌ କରିଛି। ପ୍ରଶାନ୍ତ ମହାସାଗରରେ ଆମେରିକା ଏହି ବଡ଼ ଧରଣର ଯୁଦ୍ଧାଭ୍ୟାସ କରୁଛି। ଆମେରିକାର ବାୟୁସେନା ବ୍ୟତୀତ ଜାପାନ ଏବଂ ଅଷ୍ଟ୍ରେଲୀୟ ବାୟୁସେନା ମଧ୍ୟ ଏହି କୋପ ନର୍ଥ-୨୨ ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିଛନ୍ତି।

ଗୁଆମର ଆଣ୍ଡରସେନ ବାୟୁସେନା ବେସ୍‌ରେ ଆୟୋଜିତ ଏହି ଯୁଦ୍ଧାଭ୍ୟାସରେ ଏଲିଫ୍ୟାଣ୍ଟ ଓ୍ବାକ୍‌ କରି ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଯୁଦ୍ଧାଭ୍ୟାସରେ ୧୩୦ ବିମାନ ଏକକାଳୀନ ରନୱେରେ ଧାଡି ହୋଇ ରହିଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିମାନଗୁଡ଼ିକ ଏକାସାଙ୍ଗରେ ଆକାଶ ମାର୍ଗରେ ବହୁ ଯୁଦ୍ଧାଭ୍ୟାସ ମଧ୍ୟ କରିଥିଲେ।

ଚାଇନା ଠାରୁ ୨୯୦୦ କିଲୋମିଟର ଦୂରରେ ଆଣ୍ଡରସେନ ବାୟୁସେନା ବେସ୍‌ ରହିଛି। ଆମେରିକାର ଶକ୍ତି ପ୍ରଦର୍ଶନକୁ ବେଜିଂ ଏବଂ ମସ୍କୋ ପାଇଁ ସିଧାସଳଖ ଚେତାବନୀ ଭାବରେ ଦେଖାଯାଉଛି । ପ୍ରଶାନ୍ତ ମହାସାଗରରେ ଆମେରିକାର ବୃହତ୍ତମ ନୌସେନା ଏବଂ ବାୟୁ ବେସସ୍‌ ହେଉଛି ଗୁଆମ ।

ଆମେରିକା ଏହି ବେସ୍‌ ମାଧ୍ୟମରେ ଉତ୍ତର କୋରିଆ ଉପରେ ମଧ୍ୟ ନଜର ରଖିଛି। ଏହା ବ୍ୟତୀତ ଆମେରିକାର ନୌସେନାର ସପ୍ତମ ଫ୍ଲାଇଟ ମଧ୍ୟ ଜାପାନରେ ରହିଛି। ଏଭଳି ପରିସ୍ଥିତିରେ, ହଜାର ହଜାର କିଲୋମିଟର ଦୂରରେ ରହିବା ସତ୍ତ୍ୱେ ଆମେରିକା ଏସିଆର ଏକ ବଡ଼ ରଣନୀତି ଏବଂ ସାମରିକ ଉପସ୍ଥିତି ଜାହିର କରିପାରିଛି।

ଏହି ମିଳିତ ଯୁଦ୍ଧାଭ୍ୟାସ ଫେବୃଆରୀ ୧୮ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ୨୫୦୦ ରୁ ଅଧିକ ଆମେରିକୀୟ ବିମାନ କର୍ମଚାରୀ, ସାମୁଦ୍ରିକ ତଥା ନାବିକ ଅଂଶଗ୍ରହଣ କରୁଛନ୍ତି। ଏହା ବ୍ୟତୀତ ଜାପାନ ଏବଂ ଅଷ୍ଟ୍ରେଲିଆର ୧୦୦୦ ନାବିକ ମଧ୍ୟ ଏଥିରେ ସାମିଲ ରହିଛନ୍ତି।

୧୯୭୮ଠାରୁ ଆମେରିକା ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ୧୯୯୯ ପର୍ଯ୍ୟନ୍ତ ଜାପାନର ମିସାୱା ଏୟାର ବେସ୍‌ରେ ଏହି ଯୁଦ୍ଧାଭ୍ୟାସ କରା ଯାଉଥିଲା। ପରେ ଏହାକୁ ଗୁଆମର ଆଣ୍ଡର୍ସେନ ଏୟାର ଫୋର୍ସ ବେସକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିଚର୍ଲା ଉଦ୍ୟାନ ବିଭାଗରେ ନାହିଁ ପାଣି ସୁବିଧା: ଶ୍ରୀହୀନ ପଡ଼ିଛି ନର୍ସରି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ଥିବା ଜାତୀୟ ରାଜପଥ ୨୬ ନିକଟରେ ଥିବା ଉଦ୍ୟାନ ବିଭାଗର…

ଆସାମ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର-ହତ୍ୟା ମାମଲାରେ ତିନି ନାବାଳକ ଗିରଫ

ଦିସପୁର,୪।୮: ଆସାମର ହାଇଲାକାଣ୍ଡି ଜିଲାରେ ଜଣେ ୧୫ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଅପରାଧରେ ତିନି ଜଣ ଅଭିଯୁକ୍ତଙ୍କୁ ଅଭିଯୁକ୍ତ କରାଯାଇଛି, ସେମାନଙ୍କ…

କଦଳୀ ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ: ଶୀତଳ ଭଣ୍ଡାର ନିର୍ମାଣ ଦାବି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗାଁରେ ପ୍ରାୟତଃ ଅଧିକାଂଶ ଲୋକ ଚାଷ ଉପରେ ସବୁବେଳେ ନିର୍ଭର କରନ୍ତି l ଏହି ଅଞ୍ଚଳ ରେତ ନଦୀ…

ଉପାନ୍ତ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ

ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ…

୬ଷ୍ଠ ନ୍ୟାସନାଲ ଆମେଚର କ୍ରୀଡା , ଓଡ଼ିଶାରୁ ମନୋନୀତ ହେଲେ ଦିଲ୍ଲୀପ

କଲ୍ୟାଣସିଂହପୁର,୪।୮(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତର ନିୟମଗିରିର ଚାଟିକଣା ଗ୍ରାମରେ ଜନ୍ମ ହୋଇଥିବା ପ୍ରତିଭାବାନ୍ କବାଡି ଖେଳାଳି ଦିଲ୍ଲୀପ କୁମାର…

ଖର୍ଚ୍ଚ ବଢୁଛି, ଲାଭ ପାଉନାହାନ୍ତି ଚାଷୀ: ଆର୍ଥିକ ସ୍ଥିତି ଦିନକୁ ଦିନ ସଙ୍କଟାପନ୍ନ

ପଦ୍ମପୁର, ୪ା୮(ପ୍ରଦୀପ୍ତ ଦାଶ):କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ଅହେତୁକ ଦରବୃଦ୍ଧି ଏବଂ ସରକାରୀ ପ୍ରକ୍ରିୟାର ଜଟିଳତା ଯୋଗୁ ଅଞ୍ଚଳର ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।…

ସମସ୍ୟା ଅସମାହିତ, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ଅନ୍ୟପକ୍ଷରେ ଏଠାରେ ଚାଷ ଓ ଚାଷୀଙ୍କ…

ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ଷ୍ଟାଲିନଙ୍କ ବିରୋଧରେ NCWରେ ଅଭିଯୋଗ କଲା TVK

ନୂଆଦିଲ୍ଲୀ,୪।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୁଦ୍ଧରେ ଜାତୀୟ ମହିଳା ଆୟୋଗ (NCW)ରେ ଅଭିଯୋଗ ଦାଖଲ କରିଛି ଥଲାପତି ବିଜୟଙ୍କ ପାର୍ଟି TVK । ତଞ୍ଜାଭୁରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri