ଆଉ ଲକ୍ଷେ ସୈନ୍ୟ ପଠାଇଲା ରୁଷିଆ

ଓ୍ବାଶିଂଟନ୍‌/କ୍ୱିଭ୍‌, ୧୧ା୨:ୟୁକ୍ରେନ ସୀମା ନିକଟରେ ରୁଷିଆ ପୂୂର୍ବରୁ ଲକ୍ଷାଧିକ ସୈନ୍ୟ ମୁତୟନ କରି ଯୁଦ୍ଧ ସ୍ଥିତି ଉପୁଜାଇଥିବାବେଳେ ଏବେ ଉତ୍ତର ସୀମାକୁ ଆଉ ଲକ୍ଷେ ସୈନ୍ୟ ପଠାଇଥିବା ଆମେରିକା କହିଛି। ବେଲାରୁଷ୍‌କୁ ଲାଗିଥିବା ୟୁକ୍ରେନ ସୀମାଠାରେ ମସ୍କୋ ନିଜ ସ୍ଥିତି ମଜଭୁତ କରିବାରେ ଲାଗିଛି। ଏପରି କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କ୍ରମାଗତ ଭାବେ ସେଠାରେ ଉତ୍ତେଜନା ବଢ଼ାଇବାରେ ଲାଗିଛନ୍ତି। କୌଣସି କୂଟନୈତିକ ରାସ୍ତା ଆପଣାଇ ୟୁକ୍ରେନ ସୀମା ନିକଟରୁ ସୈନ୍ୟ ପ୍ରତ୍ୟାହାର କରିବା ପରିବର୍ତ୍ତେ ପୁଟିନ ଉତ୍ତେଜନା ବୃଦ୍ଧି କରୁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍‌ରଁ ଏହି ସପ୍ତାହରେ ପୁଟିନ୍‌ ଓ ୟୁକ୍ରେନ ପ୍ରତିପକ୍ଷ ଭୋଲୋଡିଭିର ଜେଲେନ୍‌ସ୍କିଙ୍କୁ ସାକ୍ଷାତ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ନିମନ୍ତେ ଆଲୋଚନା କରିଥିଲେ। ଏ ବାବଦରେ ମାକ୍‌ରଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ବିବରଣୀ ଦେବା ପରେ ପେଣ୍ଟାଗନ୍‌ ପକ୍ଷରୁ ଏପରି ପ୍ର୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ରୁଷିଆ ଏବଂ ବେଲାରୁସ୍‌ ୧୦ ଦିନିଆ ଯୁଗ୍ମ ସମରାଭ୍ୟାସ ଚଳାଇଛନ୍ତି। ବେଲାରୁଷ୍‌ ରୁଷିଆର ନିକଟ ସହଯୋଗୀ ହୋଇଥିବାବେଳେ ୟୁକ୍ରେନ ସହ ଏହାର ଦୀର୍ଘ ସୀମା ଲାଗିଛି। ତେଣୁ ୟୁକ୍ରେନ ସମସ୍ୟା ବଢ଼ାଇବାକୁ ରୁଷିଆ ବେଲାରୁସ୍‌ ସୀମା ନିକଟରେ ସୈନ୍ୟଠୁଳ କରିବା ସହ ସେଠାରେ ସମରାଭ୍ୟାସ ଚଳାଇଛି। ଶୀତଳ ଯୁଦ୍ଧ ପରଠାରୁ ବେଲାରୁଷ୍‌ରେ ରୁଷିଆ ଏତେ ସଂଖ୍ୟାରେ ସୈନ୍ୟ ମୁତୟନ କରିବା ପ୍ରଥମ ବୋଲି ଫ୍ରାନ୍ସ କହିଛି। ମାନସିକ ସ୍ତରରେ ଚାପ ପକାଇବାକୁ କ୍ରେମେଲିନ ଏପରି କରୁଥିବା ୟୁକ୍ରେନ କହିଛି। ୟୁକ୍ରେନ ସପକ୍ଷରେ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ବାହାରିଥିବାବେଳେ କ୍ୱିଭ୍‌କୁ ନିଜ ନିଜର ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ପଠାଇବା ଜାରି ରଖିଛନ୍ତି। ୟୁକ୍ରେନ ପ୍ରସଙ୍ଗ ଉପରେ କୌଣସି ବୁଝାମଣା ନ କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଗୁରୁବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri