ଖୋଲିଲା ପଶୁପତିନାଥ ମନ୍ଦିର ଦ୍ୱାର

କାଠମାଣ୍ଡୁ,୧୧ା୨: ଶୁକ୍ରବାରଠାରୁ ଭକ୍ତଙ୍କ ପାଇଁ ନେପାଳର ପଶୁପତିନାଥ ମନ୍ଦିର ଦ୍ୱାର ଖୋଲାଯାଇଛି। ଶିବରାତ୍ରି ପୂର୍ବରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିରର କବାଟ ଖୋଲାଯାଇଛି। ଏହି ମନ୍ଦିର ନେପାଳର ରାଜଧାନୀ କାଠମାଣ୍ଡୁରେ ଅବସ୍ଥିତ। କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୮ରୁ ଏହି ମନ୍ଦିର ବନ୍ଦ ଥିଲା।

ଏରିଆ ଡେଭଲପ୍‌ମେଣ୍ଟ ଟ୍ରଷ୍ଟ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, କାଠମାଣ୍ଡୁ ଜିଲା ପ୍ରଶାସନ କାର୍ଯ୍ୟାଳୟରୁ ଫେବୃୟାରୀ ୭ରେ ନିର୍ଦ୍ଦେଶ ପରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଜନସ୍ବାସ୍ଥ୍ୟ ମାନଦଣ୍ଡ ଅନୁସରଣ କରି ମଠ, ମନ୍ଦିର, ମସ୍‌ଜିଦ ଏବଂ ଚର୍ଚ୍ଚ ପରି ସ୍ଥାନରେ ପୂଜାପାଠ, ଧ୍ୟାନ କିମ୍ବା ପ୍ରାର୍ଥନା କରାଯାଇପାରିବ ବୋଲି ଟ୍ରଷ୍ଟ କହିଛି।

ମୁଁ ମନ୍ଦିରକୁ ଆସି ବହୁତ ଖୁସି। ପୂର୍ବରୁ ଦୁଇଥର ଏଠାକୁ ଆସିଥିଲି କିନ୍ତୁ ମନ୍ଦିର ବନ୍ଦ ହୋଇଯାଇଥିଲା, ଏଥର ମନ୍ଦିର ଭିତରକୁ ଯିବାର ସୁଯୋଗ ପାଇଲି ଏବଂ ମୋତେ ବହୁତ ଭାଗ୍ୟବାନ ମନେ ହୁଏ। ମନ୍ଦିର ଭିତରକୁ ଯାଇ ପ୍ରାର୍ଥନା କଲି ବୋଲି ଜଣେ ଭକ୍ତ ଭାବବିହ୍ବଳ ହୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପନୀୟ ଦସ୍ତାବିଜ ମାମଲାରେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲକୁ ଚ୍ୟାଲେଞ୍ଜ କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋପନୀୟ ଡକ୍ୟୁମେଣ୍ଟ ପ୍ରସଙ୍ଗରେ ସରକାରଙ୍କ ସହ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ଅଧୀନରେ ଟ୍ରମ୍ପ ମାର୍‌-ଇ-ଲାଗୋ ମାମଲାରେ...

ଚିକେନ୍‌ରେ କରୋନା ଭୂତାଣୁ !

ବେଜିଂ, ୧୩।୮: କରୋନା ଭୂତାଣୁର ଏନ୍ତୁଡିଶାଳ ପାଲଟି ଥିବା ଚାଇନା ଏବେ ନୂଆ ଦାବି କରିଛି। ବ୍ରାଜିଲ୍‌ରୁ ଆସିଥିବା ଫ୍ରୋଜେନ୍‌ ଚିକେନ୍‌ରେ କରୋନା ଭୂତାଣୁ ଥିବା...

କୁଳଭୂଷଣଙ୍କୁ ଆଉ ମିଳିବନି ଆଇନଗତ ସହାୟତା

ଇସ୍‌ଲାମାବାଦ,୧୩-୯(ପି.ଟି.):ପାକିସ୍ତାନର ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀଙ୍କୁ ଉଚ୍ଚାୟୁକ୍ତଙ୍କ ଜରିଆରେ ଦ୍ୱିତୀୟ ଥର ପାଇଁ ଆଇନଗତ ସହାୟତା ଦେବାକୁ ମନାକରିଦେଇଛି ଇସ୍‌ଲାମାବାଦ। ଆଉ ଥରେ...

ଫ୍ଲୋରିଡା ଆଡକୁ ଦ୍ରୁତ ଗତିରେ ବଢୁଛି ସାଇକ୍ଲୋନିକ ଝଡ ଇଡାଲିଆ, ଦକ୍ଷିଣ କାରୋଲିନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଓ୍ବାଶିଂଟନ୍‌,୩୦।୮: ଆମେରିକାର ଦକ୍ଷିଣ ପୂର୍ବ ଉପକୂଳରେ ଏକାସାଙ୍ଗରେ ଦୁଇଟି ବଡ଼ ଝଡ ଆସିବା ପାଇଁ ଚେତାବନୀ ଦିଆଯାଇଛି। ଘୂର୍ଣ୍ଣିବଳୟ ଇଡାଲିଆ ଫ୍ଲୋରିଡା ଉପକୂଳ ଆଡକୁ ଦ୍ରୁତ...

ରୁଷିଆକୁ ଘେରିବାକୁ ପୁଣି ଅଣ୍ଟା ଭିଡିଲାଣି ଆମେରିକା

ୱାଶିଂଟନ,୨୭ ।୬: ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ ଦିନକୁ ଦିନ ରୁଷିଆର ସମସ୍ୟା ବଢିବାରେ ଲାଗିଛି । ଆମେରିକା ଓ ୟୁରୋପ ଏବେ ରୁଷିଆ ଉପରେ ନୂଆ...

ଶପଥ ନେବ ତାଲିବାନ୍‌ ସରକାର

କାବୁଲ, ୧୧ା୯: ଆମେରିକାରେ ୯/୧୧ ଆକ୍ରମଣର ୨୦ ବର୍ଷପୂର୍ତ୍ତି ଅବସରରେ ଆଫଗାନିସ୍ତାନରେ ନୂଆ ସରକାର ଗଢ଼ିଥିବା ତାଲିବାନ୍‌ ଶନିବାର ଶପଥ ସମାରୋହ ଆୟୋଜନ କରିପାରେ। ଏପରି...

କାଲିଫର୍ନିଆ ଗୁରୁଦ୍ୱାରରେ ଗୁଳିକାଣ୍ଡ, ୧୭ ଶିଖ ଗିରଫ, ୨ ଅପରାଧି ଭାରତରେ ଓ୍ବାଣ୍ଟେଡ

ଓ୍ବାଶିଂଟନ,୨୦।୪: କାଲିଫର୍ନିଆର ସୌକରାମେଣ୍ଟୋ ସ୍ଥିତ ଗୁରୁଦ୍ୱାର ସମେତ ୧୧ ସ୍ଥାନରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ କିଛି ଏଜେନ୍ସି ଦ୍ୱାରା କରାଯାଇଥିବା ଯାଞ୍ଚ ପରେ ୧୭ ଜଣଙ୍କୁ...

ଧନୀ ଦେଶଗୁଡ଼ିକ କରିସାରିଛନ୍ତି କରୋନା ଟୀକା ବୁକିଂ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୪।୮: କରୋନା ସଂକ୍ରମଣ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସ୍ଥଳେ ବହୁ ଦେଶରେ କରୋନା ପ୍ରତିଷେଧକ ଟୀକା ଟ୍ରାଏଲ୍‌ ଜାରି...

Advertisement
Archives

Model This Week