ପାଇପ୍‌ଲାଇନ୍‌ କାଟିବାକୁ ଧମକ ଦେଲା ରୁଷିଆ

ମସ୍କୋ,୮।୩: ୟୁକ୍ରେନ ଉପରେ ଆକ୍ରମଣ କାରଣରୁ ରୁଷିଆ ଉପରେ ୟୁରୋପ ବିଭିନ୍ନ ବାସନ୍ଦ ଲଗାଇଛି। ଏହାର ଜବାବରେ ୟୁରୋପକୁ ନ୍ୟାଚୁରାଲ ଗ୍ୟାସ ଯୋଗାଉଥିବା ନର୍ଡ ଷ୍ଟ୍ରିମ୍‌ ୧ ପାଇପ୍‌ ଲାଇନ୍‌କୁ କାଟି ଦେବାକୁ ଧମକ ଦେଇଛି ରୁଷିଆ। ଯଦି ରୁଷିଆ ଏଭଳି କରେ ଶକ୍ତି ଯୋଗାଣ ବଜାରରେ ବଡ଼ ଧରଣର ଅଭାବ ଦେଖାଦେବ, ଯାହାକି ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ବାଧିବ।

‘ଦେଶର ଅର୍ଥନୀତିକୁ ବାଧା ଦେବା ପାଇଁ ଲଗାଯାଇଥିବା ପ୍ରତିବନ୍ଧକ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରୁଷିଆର ରହିଛି’ ବୋଲି ସୋମବାର ରାତିରେ ଟିଭିରେ ପ୍ରକାଶିତ ଏକ ବାର୍ତ୍ତାରେ କହିଛନ୍ତି ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡର ନୋଭାକ। ସେ ଦେଶର ଶକ୍ତି ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱରେ ଅଛନ୍ତି। ନର୍ଡ ଷ୍ଟ୍ରିମ୍‌ ୧ ପାଇପଲାଇନ୍‌କୁ ବନ୍ଦ କରିବାକୁ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଏହି ପାଇପଲାଇନ୍‌ ଏବେ ସମ୍ପୂର୍ଣ୍ଣ ଦକ୍ଷତା ସହ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶତାୟୁଙ୍କ ସଂଖ୍ୟା ଟପିଲା ୮୬ ହଜାର, ସରକାରଙ୍କ ଚିନ୍ତା ବଢ଼ିଲା…

ଟୋକିଓ,୧୫।୯: ଜାପାନରେ ଶତାୟୁଙ୍କ ସଂଖ୍ୟା ୮୬ ହଜାର ଅତିକ୍ରମ କରିଛି। ଦେଶର ସ୍ବାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।...

ଗଭର୍ନର ପ୍ରାର୍ଥୀ ହେବେ କିନ୍ନର

କାଲିଫର୍ନିଆ, ୧୪।୪: ଆମେରିକାର ହାଇପ୍ରୋଫାଇଲ କିନ୍ନର ଭାବେ ଜଣାଶୁଣା ତଥା ରିଅଲିଟି ଟିଭି ଷ୍ଟାର କାଟ୍‌ଲିନ୍‌ ଜେନ୍ନର ରିପବ୍ଲିକାନ ପାର୍ଟିରୁ କାଲିଫର୍ନିଆ ଗର୍ଭନର ପ୍ରାର୍ଥୀ ହେବେ...

ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର…

ଓ୍ବାଶିଂଟନ,୫।୧୦: ପଦାର୍ଥ ବିଜ୍ଞାନରେ ୨୦୨୧ରେ ୩ ଜଣ ବୈଜ୍ଞାନିକଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବାକୁ ମଙ୍ଗଳବାର ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ...

ଲେଉଟି ମାରୁଛି ରୁଷିଆ

କିଭ୍‌/ମସ୍କୋ, ୩୧ା୩: ଗୋଟିଏ ପଟେ ଶାନ୍ତି ଆଲୋଚନାରେ ଆକ୍ରମଣ ହ୍ରାସ ପ୍ରତିଶ୍ରୁତି, ଅନ୍ୟପଟେ ସୈନ୍ୟ ଗତିବିଧି ବଢ଼ାଇ ଯୁଦ୍ଧର ତୀବ୍ରତା ବୃଦ୍ଧି। ତୁର୍କୀର ଇସ୍ତାନବୁଲରେ ରୁଷିଆ...

ଇମ୍ରାନଙ୍କୁ କଡ଼ା ସମାଲୋଚନା କଲେ ମରିୟମ

ଇସଲାମାବାଦ,୨ା୫: ପିଏମ୍‌ଏନ୍‌-ଏଲ୍‌ ନେତା ତଥା ଜାତୀୟ ସଭାର ସଦସ୍ୟ ମରିୟମ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି,...

ଭାରତକୁ ଉସ୍‌କାଇବାକୁ ଚେଷ୍ଟା କରୁଛି ଚାଇନା

ବେଜିଂ,୨୪।୭: ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ଚାଇନା ଯୁଦ୍ଧ ବିମାନ ପୂର୍ବ ଲଦାଖର ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ନିକଟରେ...

ନେପାଳରେ ୫ ବୁଦ୍ଧମୂର୍ତ୍ତି ଭାଙ୍ଗିଦେଲେ

କାଠମାଣ୍ଡୁ, ୧୯ା୭  (ପି.ଟି.): ନେପାଳର ରୁପନ୍‌ଦେହୀ ଜିଲାର ତିିଳୋତ୍ତମା ମ୍ୟୁନିସିପାଲିଟି ଅଞ୍ଚଳ ଅନ୍ତର୍ଗତ ଲୁମ୍ବିନୀ ନିକଟରେ ଦୁର୍ବୃତ୍ତମାନେ ୫ଟି ବୁଦ୍ଧମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି। ବାଲି, ସିମେଣ୍ଟ ଓ...

ଚାଇନାର ଚିନ୍ତା ଡେଲ୍ଟା ଭାରିଏଣ୍ଟ

ବେଜିଂ,୨ ।୮: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ଚାଇନାରେ ବି ତା’ର ଉପଦ୍ରବ ଦେଖାଇଲାଣି । ଚାଇନା ପୂର୍ବରୁ କହିଥିଲା କି ଅନ୍ୟ ଦେଶ ତୁଳନାରେ...

Advertisement
Archives

Model This Week