ରଣକ୍ଷେତ୍ରରେ ବାହାହେଲେ ଦୁଇ ଯବାନ

କ୍ୱିଭ,୮।୩: ରୁଷିଆର ଘନ ଘନ ଆକ୍ରମଣ ପରେ କ୍ୱିଭ୍‌ର ସ୍ଥିତି ଏକ ପ୍ରକାର ବିଗିଡ଼ି ଯାଇଛି। ଏଭଳି ସଙ୍କଟାପନ୍ନ ପରିସ୍ଥିତି ଭିତରେ ରାଜଧାନୀରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। କ୍ୱିଭ୍‌ର ଜନଗହଳିପୂର୍ଣ୍ଣ ଚେକ୍‌ପଏଣ୍ଟରେ ଦୁଇ ଯବାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲେସୟା ଫିଲିମୋନୋଭା ଏବଂ ଭାଲେରି ଫିଲିମୋନୋଭା ରବିବାର ବାହା ହୋଇଛନ୍ତି। ବିବାହ ପାଇଁ ଦୁହେଁ କୌଣସି ସ୍ବତନ୍ତ୍ର ଧରଣର ପୋଷାକ ନୁହେଁ ବରଂ ମିଲିଟାରି ୟୁନିଫର୍ମରେ ଥାଇ ବାହା ହୋଇଛନ୍ତି। ମିଲିଟାରି କପଡ଼ାରେ ତିଆରି ଏକ ବୁର୍ଖା କନିଆ ଭାଲେରି ପରିଧାନ କରିଥିବାବେଳେ ପାରମ୍ପରିକ ମୁକୁଟ ବଦଳରେ ବର ସାଜିଥିବା ଲେସୟା ଏକ ମିଲିଟାରି ହେଲମେଟ ପିନ୍ଧିଥିଲେ। ଲେସୟା ଏବଂ ଭାଲେରି ପୂର୍ବରୁ ଏକାଠି ରହୁଥିଲେ ସୁଦ୍ଧା ବିବାହ କରି ନ ଥିଲେ।
୨୪ରେ ଉଭୟ ୟୁକ୍ରେନ୍‌ ସୈନ୍ୟବାହିନୀରେ ଯୋଗ ଦେଇଥିଲେ। ମିଲିଟାରିରେ ଯୋଗଦେବା ପରଠାରୁ ଦୁହେଁ ପରସ୍ପରକୁ ଭେଟି ନ ଥିଲେ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏ ପ୍ରକାର ନିଆରା ବାହାଘରକୁ ସ୍ଥାନୀୟ ଲୋକେ ପସନ୍ଦ କରିଛନ୍ତି। କ୍ୱିଭ୍‌ର ମେୟର ଭିଟାଲି କଲିଟସ୍କୋ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ବିବାହ ବେଳର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନ ସାଗରରେ ମିଳିତ ନୌସମରାଭ୍ୟାସ, ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା…

ଟୋକିଓ,୨୫।୧୧: ଦକ୍ଷିଣ ଚାଇନା ସାଗରରୁ ଜାପାନ ସାଗର ପର୍ଯ୍ୟନ୍ତ ସାମୁଦ୍ରିକ ଅଞ୍ଚଳରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ ପକ୍ଷରୁ ମିଳିତ ଭାବେ ନୌସମରାଭ୍ୟାସ ଜାରି...

ବାସ୍ତବ ହେବ ନ୍ୟୁକ୍ଲିୟର ପାଓ୍ବାର ଷ୍ଟେଶନ

ଲଣ୍ଡନ, ୧୦ା୨: ନ୍ୟୁକ୍ଲିୟର ଫ୍ୟୁଜନ ଯୋଗୁ ସୃଷ୍ଟ ଶକ୍ତିକୁ ଗ୍ରୀନ ଏନର୍ଜୀ ଉତ୍ସ ଭାବେ ବ୍ୟବହାର ଦିଗରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି। ସୂର୍ଯ୍ୟକୁ ଶକ୍ତି...

ୟୁକ୍ରେନକୁ ୯୦ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଛୁ: ଏସ୍‌ ଜୟଶଙ୍କର

ଓ୍ବାଶିଂଟନ,୧୩ା୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌ ଜୟଶଙ୍କର କହିଛନ୍ତି, ମାନବିକତା ପରିସ୍ଥିତିରେ (ୟୁକ୍ରେନ) ବିଭିନ୍ନ ଦେଶ କ’ଣ କରୁଛନ୍ତି ସେ ବିଷୟରେ ଆମେ ଆଲୋଚନା...

ଗ୍ରହଖଣ୍ଡ ଏମ୍‌ବି-୪ ଏବଂ ଏନ୍‌ଏନ୍‌-୩ ଅଳ୍ପ ଘଣ୍ଟା ମଧ୍ୟରେ ପୃଥିବୀର ହେବେ ନିକଟତର: ଧକ୍କା ଲାଗିବାର ରହିଛି ଆଶଙ୍କା

ଓ୍ବାଶିଂଟନ,୯।୭: ଗ୍ରହଖଣ୍ଡ ଏମ୍‌ବି-୪ ଏବଂ ଏନ୍‌ଏନ୍‌-୩ ଏବେ ପୃଥିବୀର ନିକଟତର ହେବାରେ ଲାଗିଛନ୍ତି। ଅଳ୍ପ କିଛି ଘଣ୍ଟା ମଧ୍ୟରେ ଏହି ଗ୍ରହଖଣ୍ଡ ଦ୍ୱୟ ପୃଥିବୀର ଅତି...

୨୨ ନଭେମ୍ବରରୁ ଟୁଇଟରରେ ରାଜନୈତିକ ବିଜ୍ଞାପନ ବନ୍ଦ

କାଲିଫର୍ନିଆ,୩୧।୧୦: ଟୁଇଟରରେ ଏଣିକି ରାଜନୈତିକ ବିଜ୍ଞାପନ ବନ୍ଦ କରାଯିବ। ଏନେଇ ଟୁଇଟର ସିଇଓ ଜ୍ୟାକ୍‌ ଡୋରସେ ସୂଚନା ଦେଇଛନ୍ତି। ନଭେମ୍ବର ୨୨ରୁ ସମସ୍ତ ରାଜନୈତିକ ବିଜ୍ଞାପନକୁ...

ଦକ୍ଷିଣ କୋରିଆ ବାୟୁସୀମାରେ ରୁଷିଆ-ଚାଇନା ଯୁଦ୍ଧ ବିମାନ

ସିଓଲ,୨୩।୭: ଦକ୍ଷିଣ କୋରିଆ ବାୟୁସୀମାରେ ରୁଷିଆ ଯୁଦ୍ଧ ବିମାନ ପ୍ରବେଶ କରିଛି। ଏନେଇ ଦକ୍ଷିଣ କୋରିଆ ଜେଟ୍‌ ବିମାନ ଦଳ ଏହା ଉପରେ ସତର୍କ ଫାଇରିଙ୍ଗ୍‌...

ବିଶ୍ୱରେ ଚତୁର୍ଥ ଲହର

ନୂଆଦିଲ୍ଲୀ, ୨୫।୧୨(ପି.ଟି.): ବିଶ୍ୱ ଏବେ କୋଭିଡ୍‌ ମହାମାରୀର ଚତୁର୍ଥ ଲହରକୁ ସାମ୍‌ନା କରୁଥିବା ନେଇ ଶୁକ୍ରବାର କେନ୍ଦ୍ର ସରକାର ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। ଏଭଳି ସମୟରେ...

ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଲେ ଦକ୍ଷିଣ ଆଫ୍ରିକା ସୁନ୍ଦରୀ

ଆଟଲାଣ୍ଟା,୯।୧୨: ଦକ୍ଷିଣ ଆଫ୍ରିକାର ଜୋଜିବିନି ତୁନଜୀ ୨୦୧୯ର ମିସ୍‌ ୟୁନିଭର୍ସ ବା ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ରବିବାର ଆମେରିକାର ଆଟଲାଣ୍ଟାଠାରେ ଆୟୋଜିତ ଉତ୍ସବରେ ସେ...

Advertisement
Archives

Model This Week