ରଣକ୍ଷେତ୍ରରେ ବାହାହେଲେ ଦୁଇ ଯବାନ

କ୍ୱିଭ,୮।୩: ରୁଷିଆର ଘନ ଘନ ଆକ୍ରମଣ ପରେ କ୍ୱିଭ୍‌ର ସ୍ଥିତି ଏକ ପ୍ରକାର ବିଗିଡ଼ି ଯାଇଛି। ଏଭଳି ସଙ୍କଟାପନ୍ନ ପରିସ୍ଥିତି ଭିତରେ ରାଜଧାନୀରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। କ୍ୱିଭ୍‌ର ଜନଗହଳିପୂର୍ଣ୍ଣ ଚେକ୍‌ପଏଣ୍ଟରେ ଦୁଇ ଯବାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲେସୟା ଫିଲିମୋନୋଭା ଏବଂ ଭାଲେରି ଫିଲିମୋନୋଭା ରବିବାର ବାହା ହୋଇଛନ୍ତି। ବିବାହ ପାଇଁ ଦୁହେଁ କୌଣସି ସ୍ବତନ୍ତ୍ର ଧରଣର ପୋଷାକ ନୁହେଁ ବରଂ ମିଲିଟାରି ୟୁନିଫର୍ମରେ ଥାଇ ବାହା ହୋଇଛନ୍ତି। ମିଲିଟାରି କପଡ଼ାରେ ତିଆରି ଏକ ବୁର୍ଖା କନିଆ ଭାଲେରି ପରିଧାନ କରିଥିବାବେଳେ ପାରମ୍ପରିକ ମୁକୁଟ ବଦଳରେ ବର ସାଜିଥିବା ଲେସୟା ଏକ ମିଲିଟାରି ହେଲମେଟ ପିନ୍ଧିଥିଲେ। ଲେସୟା ଏବଂ ଭାଲେରି ପୂର୍ବରୁ ଏକାଠି ରହୁଥିଲେ ସୁଦ୍ଧା ବିବାହ କରି ନ ଥିଲେ।
୨୪ରେ ଉଭୟ ୟୁକ୍ରେନ୍‌ ସୈନ୍ୟବାହିନୀରେ ଯୋଗ ଦେଇଥିଲେ। ମିଲିଟାରିରେ ଯୋଗଦେବା ପରଠାରୁ ଦୁହେଁ ପରସ୍ପରକୁ ଭେଟି ନ ଥିଲେ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏ ପ୍ରକାର ନିଆରା ବାହାଘରକୁ ସ୍ଥାନୀୟ ଲୋକେ ପସନ୍ଦ କରିଛନ୍ତି। କ୍ୱିଭ୍‌ର ମେୟର ଭିଟାଲି କଲିଟସ୍କୋ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ବିବାହ ବେଳର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୂରାଇ ଦେଲେ ପ୍ରଧାନଶିକ୍ଷକ: ସ୍କୁଲରେ ହାଇଡ୍ରାମା 

କଳିଙ୍ଗନଗର,୧୯।୪(ଶୁଭାଶିଷ ରାଉତ ):ପିଲାଙ୍କ ପ୍ୟାଣ୍ଟ ଭିତରେ ପ୍ରଧାନଶିକ୍ଷକ ପୂରାଇ ଦେଲେ  ବିଛୁଆତି।  ଅଭିଭାବକ ମାନେ ଏହା ଜାଣିବା ପରେ ସ୍କୁଲରେ ହୋଇଥଲା ହାଇଡ୍ରାମା। ସ୍କୁଲକୁ ଆସି ପ୍ରଧାନଶିକ୍ଷକଙ୍କୁ…

ପୁଣି ଥରେ ମା’ ହେବେ ଦୀପିକା ପାଦୁକୋନ, ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କହିଲେ…

ମୁମ୍ବାଇ: ବଲିଉଡ ଷ୍ଟାର୍‌ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ଦ୍ୱିତୀୟ ଥର ମା-ବାପା ହେବାକୁ ଯାଉଛନ୍ତି। ଉଭୟ କପଲ ଏନେଇ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।…

ଶ୍ୱଶୁରଘରେ ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ: ଅଞ୍ଚଳରେ ଚାଞ୍ଚଲ୍ୟ

କଲ୍ୟାଣସିଂହପୁର,୧୯।୪ (ଦୀପକ କୁମାର ପରିଡା ): ଶ୍ୱଶୁରଘରେ ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ଗୁମ୍ମା ଗାଁରେ ଶନିବାର…

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ: ଧକ୍କା ହେଲା ୨ ବାଇକ୍, ଶିକ୍ଷକ ମୃତ

ଟିକିରି,୧୯।୪(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ନୂତନ ମେଡିକାଲ ସାମ୍ନାରେ ଅପରାହ୍ନ ପ୍ରାୟ ୪ଟାରେ ଏକ ବାଇକ୍‌କୁ ପଛପଟୁ ଆଉ…

ଗାଁରେ ପଶି ଘର ଭାଙ୍ଗିଲା, ଚାଉଳ ଖାଇଲା ଦନ୍ତା 

ଦେବଗଡ,୧୯।୪(ଶଶାଙ୍କ ଶେଖର ଝାଙ୍କର): ଜଙ୍ଗଲୀ ଦନ୍ତାହାତୀ ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜଳଗହଳିପୂର୍ଣ୍ଣ ସଙ୍ଘାପୋଶି ଗ୍ରାମରେ ପଶି ଆତଙ୍କରାଜ ଚଲାଇବାସହ ଏକ ଘର ଭାଙ୍ଗି…

ବଡ଼ ଘୋଷଣା କରି ବିଶ୍ୱକୁ ଚମକାଇଲା ଇରାନ, କହିଲା ହର୍ମୁଜ ଉପରେ ଆମର କଣ୍ଟ୍ରୋଲ…

ତେହରାନ,୧୯।୪: ଇରାନର ସର୍ୱୋଚ୍ଚ ଜାତୀୟ ସୁରକ୍ଷା ପରିଷଦ (SNSC) କହିଛି ଯେ ଯୁଦ୍ଧ ସମ୍ପୂର୍ଣ୍ଣ ସମାପ୍ତ ନହେବା ଏବଂ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନହେବା…

ଅସହ୍ୟ ତାତି, ଜନଜୀବନ କଲବଲ: ଛାତ୍ରୀଛାତ୍ରଙ୍କୁ ଗ୍ରୀଷ୍ମକଷ୍ଟ, ବଢ଼ୁଛି ଅସନ୍ତୋଷ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ): ତାତି ବଢୁଛି। ଗୁଳୁଗୁଳି ବି ହେଉଛି। ସକାଳ ୯ଟାରୁ ତାତିର ପ୍ରକୋପ ବଢ଼ିବାରେ ଲାଗିଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲାଗି ରହିଛି। ଏହା ଅସହ୍ୟ…

ଚାଷୀଙ୍କ ଦୁଃଖ: ମିଳିଲାନି ଟୋକନ, ଚିକିତ୍ସା ପାଇଁ କମ୍ ଦରରେ ଧାନ ବିକିଲେ ଚାଷୀ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) :  ଧାନବିକ୍ରି ପଞ୍ଜିକରଣରୁ ବାଦ୍ ପଡିଥିବା ଯୋଗୁଁ ବରଗଡ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତବର୍ଷ ଖରିଫରେ ଅମଳ ଧାନ ବିକ୍ରି କରି ପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri