ସୋସିଆଲ୍‌ ଆକାଉଣ୍ଟ ବନ୍ଦ କଲେ ପୁଟିନ୍‌ଙ୍କ ‘ସିକ୍ରେଟ୍‌ ଝିଅ’

ମସ୍କୋ,୮।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ‘ସିକ୍ରେଟ୍‌ ଝିଅ’ ଭାବରେ ଜଣାଶୁଣା ଲୁଇଜା ରୋଜୋଭା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ କରିଦେଇଛନ୍ତି। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନକୁ ସମର୍ଥନ କରୁଥିବା ୟୁଜର୍ସମାନେ ଲଗାତାର ତାଙ୍କୁ ଟ୍ରୋଲ କରୁଥିଲେ ଏବଂ ଅନେକ ୟୁଜର୍ସ ତାଙ୍କୁ ଗାଳି କରୁଥିଲେ। ଏଥିରେ ରାଗିଯାଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିଦେଇଛନ୍ତି।
ରୁଷିଆର ଜଣେ ଧନୀ ମହିଳାଙ୍କ ଝିଅ ହେଉଛନ୍ତି ଜଣେ ୧୮ ବର୍ଷୀୟା ଲୁଇଜା ରୋଜୋଭା। କୁହାଯାଏ ଯେ ଲୁଇଜା ରୋଜୋଭାଙ୍କ ମା’ ପୂର୍ବରୁ ସଫେଇ କାମ କରୁଥିଲେ। ରୁଷିଆର ଏକ ଘରୋଇ ଗଣମାଧ୍ୟମ ଦାବି କରିଛି ଯେ ପୁଟିନ ଏବଂ ଲୁଇଜା ରୋଜୋଭାଙ୍କ ମା’ଙ୍କର ସମ୍ପର୍କ ଅଛି। ଲୁଇଜା ପୁଟିନଙ୍କ ଝିଅ। ଅବଶ୍ୟ, ପୁଟିନ ଏବଂ ଲୁଇଜା ରୋଜୋଭାଙ୍କ ମଧ୍ୟରେ ପିତା- ଝିଅ ସମ୍ପର୍କର କୌଣସି ପ୍ରମାଣ ନାହିଁ। ଗୁଜବକୁ ଆଧାର କରି ଲୁଇଜା ରୋଜୋଭାଙ୍କୁ ପୁଟିନଙ୍କ ‘ସିକ୍ରେଟ୍‌ ଝିଅ’ କୁହାଯାଏ।
ଉଲ୍ଲେଖନୀୟ ବିଷୟ ହେଉଛି, ପୁଟିନଙ୍କ ‘ସିକ୍ରେଟ୍‌ ଝିଅ’ ଲୁଇଜା ରୋଜୋଭାଙ୍କର ଇନଷ୍ଟାଗ୍ରାମରେ ୮୪ ହଜାର ଫଲୋଅର୍ସ ଥିଲେ। ସେ ଗତ ୫ ମାସ ପୂର୍ବରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ କିନ୍ତୁ ୨୪ ଫେବୃୟାରୀରେ ଯୁଦ୍ଧ ଆରମ୍ଭ ହେବା ପରେ ଯେତେବେଳେ ଟ୍ରୋଲମାନେ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ, ସେତେବେଳେ ସେ ତାଙ୍କ ଆକାଉଣ୍ଟ ବନ୍ଦ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀର ତାପମାତ୍ରା ହେବ ବିପଜ୍ଜନକ,ପ୍ରଭାବ ୨୦୨୪ରେ ହେବ ଅନୁଭୁତ: ଜାତିସଂଘ ଚେତାବନୀ…

ଜେନେଭା,୪।୫ : ମିଳିତ ଜାତିସଂଘ ଚେତାବନୀ ଦେଇଛି, ଆସନ୍ତା ମାସଗୁଡ଼ିକରେ ସାରା ବିଶ୍ୱରେ ପ୍ରବଳ ଉତ୍ତାପ ସୃଷ୍ଟି ହୋଇପାରେ। ଚେତାବନୀ ଅନୁଯାୟୀ, ଏଲ ନିନୋ ନାମକ...

ସମୁଦ୍ରରେ ବିଷାକ୍ତ ଶୈବାଳ, ମରି ଭାସୁଛନ୍ତି ଶହ ଶହ ଡଲଫିନ୍‌

କାଲିଫର୍ନିଆ,୨ା୭: ଦକ୍ଷିଣ କାଲିଫର୍ନିଆର ସମୁଦ୍ରକୂଳରେ ଶହ ଶହ ଡଲ୍‌ଫିନ୍‌ଙ୍କ ମୃତଦେହ ମିଳିଛି। ସିଏନ୍‌ଏନ୍‌ ଅନୁଯାୟୀ, ସାଣ୍ଟା ବାରବରାଠାରୁ ସାନ ଡିଏଗୋ କାଉଣ୍ଟି ପର୍ଯ୍ୟନ୍ତ ସମୁଦ୍ର କୂଳରେ...

ଆଜି ଇୟୁ ଛାଡ଼ିବ ବ୍ରିଟେନ

ଲଣ୍ଡନ,୩୧-୧:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯିବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ବ୍ରେକ୍‌ଜିଟ...

ସାମରିକ ଶାସକଙ୍କ କଟକଣା: ପ୍ରଭାବିତ ହେଉଛି ମ୍ୟାନ୍‌ମାର ଅର୍ଥନୀତି

ନାପିତ୍ୱ,୧୮।୨: ମ୍ୟାନ୍‌ମାରରେ ସାମରିକ ଶାସକଙ୍କ କଟକଣା ଯୋଗୁ ସ୍ଥିତି ଏବେ ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ରାତ୍ର କାଳୀନ କର୍ଫ୍ୟୁ ଜାରି ହେବା ସହିତ...

‘୯୦ ଦିନରେ ବେଲୁଚିସ୍ତାନ ଛାଡୁ ଚାଇନା, ନଚେତ ଯୁଦ୍ଧ ପାଇଁ ରହୁ ପ୍ରସ୍ତୁତ’, ଡ୍ରାଗନକୁ ଚେତାବନୀ ଦେଲା ବିଏଲଏ

ବେଲୁଚିସ୍ତାନ,୧୪।୮: ପାକିସ୍ତାନର ବେଲୁଚିସ୍ତାନକୁ ଯାଇ ଖଣିଜ ସମ୍ପଦ ଲୁଟୁଥିବା ଚାଇନାକୁ ଅଲଟିମେଟମ ମିଳିଛି। ଚାଇନାକୁ ଚେତାବନୀ ଦିଆଯାଇଛି କି ୯୦ ଦିନ ମଧ୍ୟରେ ଯଦି ସେ...

କରୋନା ନୁହେଁ ଶେଷ ମହାମାରୀ, ବିଶ୍ୱବାସୀଙ୍କୁ ପ୍ରସ୍ତୁତ ରହିବାକୁ ପଡିବ: ଡବ୍ଲୁଏଚ୍‌ଓ

ଜେନେଭା,୨୭ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ୍ ଅଧନୋମ ଘେବ୍ରେସିୟସ ବିଶ୍ୱବାସୀଙ୍କୁ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କରୋନା ବିଶ୍ୱ ପାଇଁ...

କାବୁଲରେ ମସଜିଦ, ମିନି ବସରେ ୪ ବିସ୍ଫୋରଣ: ୧୬ ମୃତ

କାବୁଲ,୨୬ ।୫: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଏକ ମସଜିଦ ଓ ଉତ୍ତର ସହର ମଜାର-ଏ-ଶରିଫରେ ୩ ମିନି ବସରେ ହୋଇଥିବା ବିସ୍ଫୋରଣରେ ୧୬ ଜଣଙ୍କ...

ଏଫ୍‌ଏଟିଏଫ୍‌ର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନର ନାମ

ଇସ୍‌ଲାମାବାଦ,୧୭।୬: ପାକିସ୍ତାନକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଫ୍‌ଏଟିଏଫ୍‌ ଗ୍ରେ’ ତାଲିକାରୁ ବର୍ତ୍ତମାନ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ଶୁକ୍ରବାର ଜର୍ମାନୀର ବର୍ଲିନରେ ଚାଲିଥିବା ଏକ...

Advertisement
Archives

Model This Week