ଅନ୍ତର୍ଜାତୀୟ

ଅଣୁଅସ୍ତ୍ର ଭୟ ଦେଖାଇଲେ ପୁଟିନ୍‌

ଓ୍ବାର୍ସା,୨୬ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ବିଶ୍ୱ ନେତାମାନଙ୍କୁ ଖୋଲାଖୋଲି ଭାବେ ଆଣବିକ ଅସ୍ତ୍ର ବ୍ୟବହାର କରିବାର ଭୟ ଦେଖାଇଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ରୋକିବାକୁ କୌଣସି ରାଷ୍ଟ୍ର ଯଦି ସାମରିକ ଶକ୍ତି ବ୍ୟବହାର କରିବାର ଦୁଃସାହସ କରେ ତେବେ…

‘ମମି, ଡାଡି, ଆଇ ଲଭ୍‌ ୟୁ’: ଭାଇରାଲ ହେଉଛି ଯବାନଙ୍କ ଭିଡିଓ

କ୍ୱିଭ୍‌,୨୬ା୨: ଆଶାଆଶଙ୍କା ଭିତରେ ୟୁକ୍ରେନର ବର୍ତ୍ତମାନ ଏବଂ ଭବିଷ୍ୟତ। କେଉଁ ମୁହୂର୍ତ୍ତରେ ରୁଷିଆ କ୍ୱିଭ୍‌କୁ କବ୍‌ଜା କରିନେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟତା ନାହିଁ। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ସେନା ରୁଷିଆର କଡ଼ା ମୁକାବିଲା କରିବାରେ ଲାଗିଛନ୍ତି । ତେବେ ଏଭଳି…

ମୁଁ କ୍ୱିଭ୍‌ରେ ଅଛି, ୟୁକ୍ରେନର ସୁରକ୍ଷା କରୁଛି: ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୨୬ ।୨: ସଙ୍କଟରେ ୟୁକ୍ରେନ । ରୁଷିଆର ଲଗାତାର ଆକ୍ରମଣରେ ବି ହାର ମାନି ନାହିଁ ୟୁକ୍ରେନ । ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭକୁ ପ୍ରବେଶ କରିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜ ଦେଶରେ ହିଁ ଅଛନ୍ତି ।…

ୟୁଏନ୍‌ଏସ୍‌ସିରେ ଭାରତର ସମର୍ଥନ ପାଇବାକୁ ରୁଷିଆ ଆଶାବାଦୀ

ନୂଆଦିଲ୍ଲୀ,୨୬ା୨(ପି.ଟି.): ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଶୁକ୍ରବାର ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ଚିଠା ପ୍ରସ୍ତାବ ଅଣାଯିବାକୁ ଥିବାବେଳେ ଏଥିରେ ମସ୍କୋ ଭାରତର ସମର୍ଥନ ଆଶା କରିଛି। ୟୁକ୍ରେନ୍‌ ଓ ମସ୍କୋର ସାମ୍ପ୍ରତିକ ସ୍ଥିତି ଉପରେ ଭାରତର…

ୟୁଏନଏସସିର ଭୋଟିଂରେ ଭାଗ ନେଲେ ନାହିଁ ଭାରତ, ଚାଇନା, ୟୁଏଇ

ନ୍ୟୁୟର୍କ,୨୬ ।୨: ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ କରାଯାଉଥିବା ଆକ୍ରମଣକୁ ନେଇ ଅସହମତି ପ୍ରସ୍ତାବ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଭୋଟିଂ କରାଯାଇଥିଲା । ଏହି ଭୋଟିଂ ପ୍ରକ୍ରିୟାଠାରୁ ଭାରତ ଓ ଚାଇନା ନିଜକୁ ଦୂରେଇ ରଖିଛନ୍ତି…

ଚେର୍ନୋବିଲ୍‌ରୁ ତେଜସ୍କ୍ରିୟ ବିକିରଣ

ୟୁକ୍ରେନ୍‌ର ଚେର୍ନୋବିଲ ଆଣବିକ ପ୍ଲାଣ୍ଟରେ ୧୯୮୬ ଏପ୍ରିଲ ୨୬ରେ ଏକ ରିଆକ୍ଟରରେ ବିସ୍ଫୋରଣ ଘଟିବାରୁ ସାରା ୟୁରୋପରେ ରେଡିଓଆକ୍ଟିଭ ବିକିରଣ ଘଟିଥିଲା। ୨୦୧୭ରେ ନଷ୍ଟ ହୋଇଯାଇଥିବା ରିଆକ୍ଟରକୁ ସୁରକ୍ଷିତ ରଖିବା ଲାଗି ବ୍ୟବସ୍ଥା କରାଯାଇଥିଲା। ହେଲେ ଚେର୍ନୋବିଲ ଅଞ୍ଚଳରେ ରୁଷିଆର ତୀବ୍ର…

ରୋମାନିୟା ପହଞ୍ଚିଲେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପ୍ରଥମ ଦଳ, ଖୁବଶୀଘ୍ର ଫେରିବେ ସ୍ୱଦେଶ

ବୁଚାରେଷ୍ଟ,୨୬ ।୨: ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ପ୍ରଥମ ଦଳ ଶୁକ୍ରବାର ସୁସେବା ବର୍ଡର ଦେଇ ରୋମାନିୟା ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଥିବା ବେଳେ ପ୍ରାୟ…

କଟକଣା ଲଗାଇଲା ରୁଷିଆ: ବ୍ରିଟିଶ ଏୟାରଲାଇନ୍ସକୁ ଦେଲାନି ଅନୁମତି

ମସ୍କୋ,୨୫।୨: ବ୍ରିଟିଶ ଏୟାରଲାଇନ୍ସକୁ ରୁଷିଆ ବିମାନବନ୍ଦରରେ ଅବତରଣ କିମ୍ବା ଏହାର ବାୟୁସୀମା ବ୍ୟବହାରକୁ ମସ୍କୋ ଅନୁମତି ଦେଇନାହିଁ। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଏହାର ବିମାନକୁ ବ୍ରିଟେନ ଏହାର ବାୟୁସୀମା ନିଷେଧ କରିଥିଲା। ଯେସାକୁ ତେସା ନୀତି ସ୍ବରୂପ ବ୍ରିଟେନ ସହ…

ୟୁକ୍ରେନ୍‌ରୁ ଫେରୁଛନ୍ତି ଭାରତୀୟ ଛାତ୍ରଙ୍କ ପ୍ରଥମ ଦଳ

କ୍ୱିଭ୍‌,୨୫।୨: ଲଗାତାର ଭାବେ ୟୁକ୍ରେନରେ ନିଜର ସ୍ଥିତିକୁ ମଜଭୂତ କରୁଛି ରୁଷିଆ। ତୁହାକୁ ତୁହା ଆକ୍ରମଣ କରି ଦେଶର ଅନେକ ଅଞ୍ଚଳକୁ ନିଜ ଦଖଲକୁ ନେଉଛି। ଏଭଳି ପରିସ୍ଥିତିରେ ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।…

ଯୁଦ୍ଧ ମଧ୍ୟରେ ଭାଇରାଲ ହେଉଛି ଏହି ପ୍ରେମୀଯୁଗଳଙ୍କ ଫଟୋ

ନୂଆଦିଲ୍ଲୀ,୨୫।୨: ରୁଷିଆ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି। ଏଥିଲାଗି ୟୁକ୍ରେନରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସୋସିଆଲ ମିଡିଆରେ ଘୁରିବୁଲୁଛି ଏକ ଫଟୋ। ଉଭୟ ଦେଶର ପତାକା ଦେହରେ ଗୁଡ଼ାଇ ହୋଇଥିବା ଏକ ପ୍ରେମୀଯୁଗଳଙ୍କୁ ଫଟୋରେ ଦେଖିବାକୁ…

ଆଲୋଚନା ପାଇଁ ପୁଟିନ୍‌ଙ୍କୁ ନିମନ୍ତ୍ରଣ କଲେ ୟୁକ୍ରେନ୍‌ ରାଷ୍ଟ୍ରପତି

ମସ୍କୋ/କ୍ୱିଭ୍‌,୨୫।୨: ଶେଷରେ ମୁଣ୍ଡ ନୁଆଁଇଲା ୟୁକ୍ରେନ୍‌। ଦୁଇଦିନ ଧରି ରୁଷିଆର ଆକ୍ରମଣକୁ ଯଥା ସମ୍ଭବ ଜବାବ ଦେବାକୁ ଚେଷ୍ଟା କରିବା ପରେ ଏକ ପ୍ରକାର ହାର ମାନିଛି ୟୁକ୍ରେନ୍‌। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଆପୋଷ ବୁଝାମଣା ପାଇଁ ୟୁକ୍ରେନ୍‌…

ୟୁକ୍ରେନ ଉପରେ ଆକ୍ରମଣ କରି ନିଜ ଦେଶରେ ବିରୋଧର ସାମ୍ନା କରୁଛନ୍ତି ପୁଟିନ୍‌

ମସ୍କୋ,୨୫।୨: ୟୁକ୍ରେନ ଉପରେ ଆକ୍ରମଣ କରି ଏବେ ନିଜ ଦେଶରେ ବିରୋଧର ସାମ୍ନା କରୁଛନ୍ତି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌। ରୁଷିଆ ରାଜଧାନୀ ମସ୍କୋ ସମେତ ଦେଶର ୫୧ଟି ସହରରେ ପୁଟିନ୍‌ଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନ ରୋକିବାକୁ ପୋଲିସ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri