୧୨ ରୁଷିଆ ଜେନେରାଲଙ୍କୁ ହତ୍ୟା କରିଥିବା ଦାବି କଲା ୟୁକ୍ରେନ

କ୍ୱିଭ୍‌,୫।୫: ଦୁଇ ମାସରୁ ଅଧିକ ସମୟ ଧରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଥିବା ବେଳେ ଏହି ଯୁଦ୍ଧରେ ବହୁ ସଂଖ୍ୟକ ସୈନ୍ୟ ଏବଂ ସାଧାରଣ ନାଗରିକ ନିଜର ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ୟୁକ୍ରେନ ଅନେକ ରୁଷିଆ ସୈନ୍ୟଙ୍କୁ ହତ୍ୟା କରିଛି ବୋଲି ଦାବି କରିଛି। ୟୁକ୍ରେନ ଅଧିକାରୀମାନେ ଦାବି କହିଛନ୍ତି ଯେ, ସେମାନେ ଯୁଦ୍ଧ ସମୟରେ ପ୍ରାୟ ୧୨ଜଣ ରୁଷିଆ ଜେନେରାଲଙ୍କୁ ହତ୍ୟା କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଆମେରିକାର ଗୁଇନ୍ଦା ବିଭାଗ ୟୁକ୍ରେନ ସେନାକୁ ବହୁତ ସାହାଯ୍ୟ କରିଛି। ବୁଧବାର ନ୍ୟୁୟର୍କ ଟାଇମ୍ସ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ, ଯୁଦ୍ଧ ସମୟରେ ଅନେକ ରୁଷିଆ ଜେନେରାଲଙ୍କୁ ହତ୍ୟା କରିବା ପାଇଁ ଆମେରିକା ଗୁପ୍ତ ସୂଚନା ଦେବାରେ କ୍ୱିଭ୍‌କୁ ସହାୟତା କରିଥିଲା। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ୱାଶିଂଟନ ରୁଷିଆର ସାମରିକ କାର୍ଯ୍ୟକଳାପ, ରୁଷିଆର ମୋବାଇଲ ସାମରିକ ମୁଖ୍ୟାଳୟର ଅବସ୍ଥାନ ଏବଂ ଅନ୍ୟାନ୍ୟ ବିବରଣୀ ଉପରେ ୟୁକ୍ରେନକୁ ସୂଚନା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଜାର-ଏ-ଶରିଫରୁ ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରିବେ ଭାରତୀୟ ନାଗରିକ

କାବୁଲ,୧୦।୮:ଆଫଗାନିସ୍ତାନରେ ଉପୁଜିଥିବା ହିଂସା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଇତିମଧ୍ୟରେ ଭାରତ ସରକାର ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଫଗାନିସ୍ତାନର ମଜାର-ଏ-ଶରିଫ ସହର...

ସ୍ପାର୍ସକୁ ଟପିଲା କରୋନା: ମୃତ୍ୟୁ ସଂଖ୍ୟା ୮୧୧ ଛୁଇଁଲା

ବେଜିଂ,୯।୨: ଚାଇନାର କରୋନା ମହାମାରୀ ଯୋଗୁ ହାହାକାର ସୃଷ୍ଟି ହୋଇଛି। ଦେଶର ୩୦ଟିରୁ ଅଧିକ ସହରରେ ସନ୍ଦିଗ୍ଧ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଚାଇନାରେ...

ଚିନ୍ତାରେ ପାକିସ୍ତାନ: ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଇସ୍‌ଲାମାବାଦ,୧୪।୧୦: ପାକିସ୍ତାନରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଥିବା ଜଣାପଡିଛି। ଏହାକୁ ନେଇ ଏବେ ପାକିସ୍ତାନର ଚିନ୍ତା ବଢିଯାଇଛି ବୋଲି କହିଛନ୍ତି...

ତୃତୀୟ ଲହର ସଂକ୍ରମଣରେ ପିଲାଙ୍କୁ ଯନ୍ତ୍ରଣା ହେବ ଅଧିକ, ମୃତ୍ୟୁ ହାର କମ୍ ରହିବ!

ଲଣ୍ଡନ,୧୦ ।୭: କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ତୃତୀୟ ଲହରକୁ ନେଇ ଭୟଭିତ ଅଛନ୍ତି...

କମୁଛି କୀଟପତଙ୍ଗ ସଂଖ୍ୟା

ଓ୍ବାଶିଂଟନ: ପୃଥିବୀରେ ଧୀରେ ଧୀରେ କୀଟପତଙ୍ଗ ସଂଖ୍ୟା କମିବାରେ ଲାଗିଛି। ପ୍ରତି ୧୦ ବର୍ଷରେ ୨୫ ପ୍ରତିଶତ କୀଟପତଙ୍ଗ କମିବାରେ ଲାଗିଥିବା ଏକ ରିପୋର୍ଟରେ ପ୍ରକାଶ...

ଆତ୍ମଘାତୀ ବିସ୍ଫୋରଣ: ୫ ମୃତ

କାବୁଲ,୧୧।୨: ଆଫଗାନିସ୍ତାନ କାବୁଲରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ସୈନ୍ୟ ବିଭାଗ କର୍ମଚାରୀ ରହିଥିବା ସ୍ଥାନୀୟ...

ମଙ୍କିପକ୍ସରୁ ସୁରକ୍ଷା ଦେବ ବସନ୍ତ ଟିକା…

ଷ୍ଟକହୋମ,୨୫।୫ : ସ୍ବିଡେନର ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ଦାବି କରିଛନ୍ତି ବସନ୍ତ ଟିକା ମଙ୍କିପକ୍ସ ସଂକ୍ରମଣରୁ ସୁରକ୍ଷା କରିବାରେ ସକ୍ଷମ। ୧୯୭୦ ଦଶକରେ ବ୍ୟାପିଥିବା ବସନ୍ତ...

ଆଫଗାନିସ୍ତାନରେ ମହାସଙ୍କଟ: ଦେଶର ସମସ୍ତ ସୀମାକୁ କବ୍‌ଜା କଲା ତାଲିବାନ

କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଚରମ ସୀମାରେ ପହଞ୍ଚିଛି। ସର୍ବଶେଷ ସୂଚନା ଅନୁଯାୟୀ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରି ଦେଶର ସମସ୍ତ...

Advertisement
Archives

Model This Week