ଜାପାନରେ ୧୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ସଂଖ୍ୟା କମୁଛି, ଚିନ୍ତାରେ ସରକାର…

ଟୋକିଓ, ୫।୫ : ଜାପାନରେ, ଦେଶର ମୋଟ ଜନସଂଖ୍ୟାରେ ପିଲାମାନଙ୍କର ସଂଖ୍ୟା ଗତ ୪୧ ବର୍ଷ ମଧ୍ୟରେ ସର୍ବନିମ୍ନସ୍ତରରେ ପହଞ୍ଚିଛି। ଜାପାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଦେଶରେ ୧୫ ବର୍ଷରୁ କମ ପିଲାଙ୍କ ସଂଖ୍ୟା ପ୍ରାୟ ୧ କୋଟି ୪୬ ଲକ୍ଷ ୫୦ହଜାର ରହିଛି। ଏହି ସଂଖ୍ୟା ଗତ ୪୧ ବର୍ଷ ମଧ୍ୟରେ ସବୁଠାରୁ କମ୍‌। ଏହି ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୧୧.୭ ପ୍ରତିଶତ। କୁହାଯାଉଛି ଯେ ଗତ ୪୭ ବର୍ଷ ମଧ୍ୟରେ ଦେଶର ମୋଟ ଜନସଂଖ୍ୟାରେ ୧୫ ବର୍ଷରୁ କମ ପିଲାଙ୍କ ସଂଖ୍ୟାରେ ହ୍ରାସ ଘଟିଛି।

ଗୁରୁବାର ଦେଶରେ ଶିଶୁ ଦିବସ ପାଳନ ପୂର୍ବରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଗତ ବର୍ଷ ତୁଳନାରେ ୧୫ ବର୍ଷରୁ କମ ପିଲାଙ୍କ ସଂଖ୍ୟା ଦୁଇ ଲକ୍ଷ ୫୦ ହଜାର ହ୍ରାସ ପାଇଛି। ବର୍ତ୍ତମାନ ଦେଶରେ ୧୫ ବର୍ଷରୁ କମ ବାଳକ ସଂଖ୍ୟା ୭୫ ଲକ୍ଷ ଏବଂ ବାଳିକାଙ୍କ ସଂଖ୍ୟା ପ୍ରାୟ ୭୧ ଲକ୍ଷ ୫୦ ହଜାର ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୧୯୯ଠାରୁ ପିଲାମାନଙ୍କର ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

ଜାପାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୂଚାଇ ଦେଇଛି ଯେ ଏହି ବୟସ ବର୍ଗର ହ୍ରାସ ସହିତ ଶିଶୁଙ୍କ ସଂଖ୍ୟା ହ୍ରାସ ପାଇଛି। ଦେଶର ୧୨-୧୪ ବର୍ଷ ବୟସ୍କ ପିଲାଙ୍କ ସଂଖ୍ୟା ା ପ୍ରାୟ ୩୨ ଲକ୍ଷ ୩୦ ହଜାର ଥିବାବେଳେ ଦୁଇ ବର୍ଷରୁ କମ ବୟସର ଛୋଟ ପିଲାଙ୍କ ସଂଖ୍ୟା ପ୍ରାୟ ୨୫ ଲକ୍ଷ ୨୦ ହଜାର ରହିଛି।

ଦେଶର ସମସ୍ତ ୪୭ ଟି ପ୍ରଦେଶରେ ପୂର୍ବ ବର୍ଷ ତୁଳନାରେ ଶିଶୁ ସଂଖ୍ୟା ଚଳିତ ବର୍ଷ ହ୍ରାସ ପାଇଛି। ୧୯୯୯ ମସିହାଠାରୁ ଦେଶରେ ଶିଶୁଙ୍କ ସଂଖ୍ୟା ହ୍ରାସର ଧାରା ପ୍ରଥମେ ଆରମ୍ଭ ହୋଇଥିଲା। ଜାପାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଦେଶର ସର୍ବାଧିକ ପିଲାଙ୍କ ସଂଖ୍ୟା ୧୯୫୪ ମସିହାରେ ରେକର୍ଡ କରାଯାଇଇତ୍ଲା। ଏହି ସଂଖ୍ୟା ସେତେବେଳେ ୨ କୋଟି ୯୮ ଲକ୍ଷ ୯୦ ହଜାର ରେକର୍ଡ କରାଯାଇଥିଲା। ଯାହାକି ୧୯୭୦ ବର୍ଷ ପର୍ଯ୍ୟନ୍ତ କ୍ରମାଗତ ଭାବରେ ବୃଦ୍ଧି ପାଇଥିଲା। କିନ୍ତୁ ୧୯୮୨ ପରଠାରୁ ପିଲାମାନଙ୍କର ଜନସଂଖ୍ୟାରେ କ୍ରମାଗତ ହ୍ରାସ ଘଟିବାରେ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କରି ବିଶ୍ୱକୁ ଚମକାଇଲା ଇରାନ, କହିଲା ହର୍ମୁଜ ଉପରେ ଆମର କଣ୍ଟ୍ରୋଲ…

ତେହରାନ,୧୯।୪: ଇରାନର ସର୍ୱୋଚ୍ଚ ଜାତୀୟ ସୁରକ୍ଷା ପରିଷଦ (SNSC) କହିଛି ଯେ ଯୁଦ୍ଧ ସମ୍ପୂର୍ଣ୍ଣ ସମାପ୍ତ ନହେବା ଏବଂ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନହେବା…

ଭାରତୀୟ ଜାହାଜକୁ ଖୋଲା ଧମକ ଦେଲା ଇରାନ, ଫେରିଯାଅ ନହେଲେ…

ନୂଆଦିଲ୍ଲୀ,୧୯।୪: ମଧ୍ୟପ୍ରାଚ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସମ୍ପ୍ରତି, ଇରାନର ସାମରିକ ବାହିନୀ (IRGC) ଏହି ପଥ…

ସକାଳୁ ସକାଳୁ ଭାରତର ଜାହାଜ ଉପରେ ବଡ଼ ଆଟାକ୍‌, ଦେଶରେ ହାଇ ଆଲର୍ଟ!

ନୂଆଦିଲ୍ଲୀ,୧୯।୪: ଇରାନ ଦ୍ୱାରା ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ପାଇଁ ନବୀକରଣ କରାଯାଇଥିବା ପଦକ୍ଷେପ ମଧ୍ୟରେ, ଏକ ଭାରତୀୟ ତୈଳ ଟ୍ୟାଙ୍କର୍‌ ସଫଳତାର ସହ ଏହି ଗୁରୁତ୍ୱପୂର୍ଣ୍ଣ…

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri