ଜାପାନରେ ୧୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ସଂଖ୍ୟା କମୁଛି, ଚିନ୍ତାରେ ସରକାର…

ଟୋକିଓ, ୫।୫ : ଜାପାନରେ, ଦେଶର ମୋଟ ଜନସଂଖ୍ୟାରେ ପିଲାମାନଙ୍କର ସଂଖ୍ୟା ଗତ ୪୧ ବର୍ଷ ମଧ୍ୟରେ ସର୍ବନିମ୍ନସ୍ତରରେ ପହଞ୍ଚିଛି। ଜାପାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଦେଶରେ ୧୫ ବର୍ଷରୁ କମ ପିଲାଙ୍କ ସଂଖ୍ୟା ପ୍ରାୟ ୧ କୋଟି ୪୬ ଲକ୍ଷ ୫୦ହଜାର ରହିଛି। ଏହି ସଂଖ୍ୟା ଗତ ୪୧ ବର୍ଷ ମଧ୍ୟରେ ସବୁଠାରୁ କମ୍‌। ଏହି ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୧୧.୭ ପ୍ରତିଶତ। କୁହାଯାଉଛି ଯେ ଗତ ୪୭ ବର୍ଷ ମଧ୍ୟରେ ଦେଶର ମୋଟ ଜନସଂଖ୍ୟାରେ ୧୫ ବର୍ଷରୁ କମ ପିଲାଙ୍କ ସଂଖ୍ୟାରେ ହ୍ରାସ ଘଟିଛି।

ଗୁରୁବାର ଦେଶରେ ଶିଶୁ ଦିବସ ପାଳନ ପୂର୍ବରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଗତ ବର୍ଷ ତୁଳନାରେ ୧୫ ବର୍ଷରୁ କମ ପିଲାଙ୍କ ସଂଖ୍ୟା ଦୁଇ ଲକ୍ଷ ୫୦ ହଜାର ହ୍ରାସ ପାଇଛି। ବର୍ତ୍ତମାନ ଦେଶରେ ୧୫ ବର୍ଷରୁ କମ ବାଳକ ସଂଖ୍ୟା ୭୫ ଲକ୍ଷ ଏବଂ ବାଳିକାଙ୍କ ସଂଖ୍ୟା ପ୍ରାୟ ୭୧ ଲକ୍ଷ ୫୦ ହଜାର ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୧୯୯ଠାରୁ ପିଲାମାନଙ୍କର ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

ଜାପାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୂଚାଇ ଦେଇଛି ଯେ ଏହି ବୟସ ବର୍ଗର ହ୍ରାସ ସହିତ ଶିଶୁଙ୍କ ସଂଖ୍ୟା ହ୍ରାସ ପାଇଛି। ଦେଶର ୧୨-୧୪ ବର୍ଷ ବୟସ୍କ ପିଲାଙ୍କ ସଂଖ୍ୟା ା ପ୍ରାୟ ୩୨ ଲକ୍ଷ ୩୦ ହଜାର ଥିବାବେଳେ ଦୁଇ ବର୍ଷରୁ କମ ବୟସର ଛୋଟ ପିଲାଙ୍କ ସଂଖ୍ୟା ପ୍ରାୟ ୨୫ ଲକ୍ଷ ୨୦ ହଜାର ରହିଛି।

ଦେଶର ସମସ୍ତ ୪୭ ଟି ପ୍ରଦେଶରେ ପୂର୍ବ ବର୍ଷ ତୁଳନାରେ ଶିଶୁ ସଂଖ୍ୟା ଚଳିତ ବର୍ଷ ହ୍ରାସ ପାଇଛି। ୧୯୯୯ ମସିହାଠାରୁ ଦେଶରେ ଶିଶୁଙ୍କ ସଂଖ୍ୟା ହ୍ରାସର ଧାରା ପ୍ରଥମେ ଆରମ୍ଭ ହୋଇଥିଲା। ଜାପାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଦେଶର ସର୍ବାଧିକ ପିଲାଙ୍କ ସଂଖ୍ୟା ୧୯୫୪ ମସିହାରେ ରେକର୍ଡ କରାଯାଇଇତ୍ଲା। ଏହି ସଂଖ୍ୟା ସେତେବେଳେ ୨ କୋଟି ୯୮ ଲକ୍ଷ ୯୦ ହଜାର ରେକର୍ଡ କରାଯାଇଥିଲା। ଯାହାକି ୧୯୭୦ ବର୍ଷ ପର୍ଯ୍ୟନ୍ତ କ୍ରମାଗତ ଭାବରେ ବୃଦ୍ଧି ପାଇଥିଲା। କିନ୍ତୁ ୧୯୮୨ ପରଠାରୁ ପିଲାମାନଙ୍କର ଜନସଂଖ୍ୟାରେ କ୍ରମାଗତ ହ୍ରାସ ଘଟିବାରେ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri