କୋଭିଡ୍‌ ମୃତ୍ୟୁ ଦେଢ଼ କୋଟି

ଜେନେଭା,୬ା୫:କୋଭିଡ୍‌ ମହାମାରୀରେ ୨୦୨୦ ଏବଂ ୨୦୨୧ରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ବିଭିନ୍ନ ଦେଶ ଦେଇଥିବା ତଥ୍ୟ ଠାରୁ ଏହି ସଂଖ୍ୟା ପ୍ରାୟ ୩ ଗୁଣ ଅଧିକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ୨ ବର୍ଷରେ ଘଟିଥିବା ସାଧାରଣ ମୃତ୍ୟୁଠାରୁ ଏହା ୧୩ % ଅଧିକ। ବହୁ ଦେଶ ବାସ୍ତବ କୋଭିଡ୍‌ ମୃତ୍ୟୁ ତଥ୍ୟ ଲୁଚାଇଥିବାରୁ ଅଦ୍ୟାବଧି ତାହା ମାତ୍ର ୫୪ ଲକ୍ଷ ରହିଛି। ୨୦୨୦ ଜାନୁୟାରୀ ୧ରୁ ୨୦୨୧ ଡିସେମ୍ବର ୩୧ ମଧ୍ୟରେ କୋଭିଡ୍‌ରେ ପ୍ରତ୍ୟକ୍ଷ ଓ ପରୋକ୍ଷ ମୃତ୍ୟୁ ସଂଖ୍ୟା ପ୍ରାୟ ଦେଢ଼ କୋଟି ହେବ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।
ସରକାରୀ ତଥ୍ୟ ଅନୁସାରେ ଭାରତରେ କୋଭିଡ୍‌ ମୃତ୍ୟୁ ପ୍ରାୟ ୫ ଲକ୍ଷ ଦର୍ଶାଯାଇଥିବାବେଳେ ବାସ୍ତବରେ ତାହା ପାଖାପାଖି ୧୦ ଗୁଣ ଅଧିକ ହେବ, ଯାହାକି ବିଶ୍ୱରେ ସର୍ବାଧିକ। ଡବ୍ଲ୍ୟୁଏଚ୍‌ଓ ଆକଳନ ଅନୁସାରେ ଭାରତରେ କରୋନା ମୃତ୍ୟୁ ୪୭ ଲକ୍ଷରୁ ଊର୍ଦ୍ଧ୍ୱ, ଯାହାକି ସାରା ବିଶ୍ୱରେ ଏହି ଭୂତାଣୁରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରାୟ ଏକ ତୃତୀୟାଂଶ। କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ ୫୭% ପୁରୁଷ ଏବଂ ୪୩% ମହିଳା ରହିଛନ୍ତି। ବିଶେଷ କରି ନିମ୍ନ ମଧ୍ୟମ ଆୟ ବର୍ଗର ଦେଶରେ ମୃତ୍ୟୁହାର ସର୍ବାଧିକ ରହିଛି। କୋଭିଡ୍‌ ମହାମାରୀ ସମୟରେ ଡାକ୍ତରଖାନାରେ ଭିଡ଼ ତଥା ଅନ୍ୟ ସୁବିଧା ଅଭାବରୁ ଚିକିତ୍ସାରୁ ବଞ୍ଚିତ ହୋଇ ପ୍ରାଣ ହରାଇଥିବା ଲୋକଙ୍କୁ ମଧ୍ୟ ଆକଳନରେ ସାମିଲ କରାଯାଇଛି। ଭୂତାଣୁରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୯୫ ଲକ୍ଷ ରହିଥିବାବେଳେ ପରୋକ୍ଷ ମୃତ୍ୟୁ ୫୪ ଲକ୍ଷ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ପ୍ରକୃତ ତଥ୍ୟଠାରୁ ଇଜିପ୍ଟରେ ୧୧.୬ ଗୁଣ, ଭାରତରେ ୯.୯ ଗୁଣ, ପାକିସ୍ତାନରେ ୮ ଗୁଣ ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। କେବଳ ଉତ୍ତରପୂର୍ବ ଏସିଆ, ୟୁରୋପ ଏବଂ ଆମେରିକାରେ ସାଧାରଣ ମୃତ୍ୟୁଠାରୁ କରୋନାଜନିତ ମୃତ୍ୟୁ ପ୍ରାୟ ୮୪%। ଏହା ଏକ ବିପର୍ଯ୍ୟୟ। ମୃତ୍ୟୁସଂଖ୍ୟା ଠିକ୍‌ ଭାବେ ଗଣନା କରା ନ ଗଲେ ଭବିଷ୍ୟତରେ ଏପରି ମହମାରୀର ମୁକାବିଲା କରିବା ନିମନ୍ତେ ଆମେ ପ୍ରସ୍ତୁତ ହୋଇପାରିବା ନାହିଁ ବୋଲି ଡବ୍ଲ୍ୟୁଏଚ୍‌ଓ ଡାଟା ଡିପାର୍ଟମେଣ୍ଟର ଡା. ସମୀରା ଆସ୍‌ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ରାଷ୍ଟ୍ରପତିଙ୍କ ଆୟାରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଉପୁଜିଲା ହିଂସା

ଓ୍ବାଶିଂଟନ,୧୧।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉତ୍ତର ଆୟାରଲ୍ୟାଣ୍ଡ ଯାତ୍ରାର ଗୋଟିଏ ଦିନ ପୂର୍ବରୁ, ଲଣ୍ଡନଡେରିରେ ହିଂସା ଉପୁଜିଛି। ସୂଚନା ଅନୁଯାୟୀ, କେତେଜଣ ଅଜ୍ଞାତ ବ୍ୟକ୍ତି...

ବିଶେଷଜ୍ଞଙ୍କ ଚେତାବନୀ, ଓମିକ୍ରନ୍‌ରୁ ମୁକ୍ତି ପାଇଁ ଲକ୍‌ଡାଉନ୍‌ ଅପରିହାର୍ଯ୍ୟ…

ଆମଷ୍ଟରଡାମ୍‌/ଜେନେଭା/ନୂଆଦିଲ୍ଲୀ, ୧୮।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଓମିକ୍ରନ ସମଗ୍ର ପୃଥିବୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।...

ଆମେରିକା ଡ୍ରୋନ୍‌ ଉପରେ ଇନ୍ଧନ ଫିଙ୍ଗିଥିଲା ରୁଷିଆ ଯୁଦ୍ଧବିମାନ: ଭିଡିଓ ଜାରି କଲା ଓ୍ବାଶିଂଟନ୍‌

ଓ୍ବାଶିଂଟନ,୧୬ା୩: ରୁଷିଆ ଯୁଦ୍ଧବିମାନ ସୁଖୋଇ-୨୭ ଗତ ୧୪ ତାରିଖରେ କୃଷ୍ଣ ସାଗର ଉପର ଅନ୍ତର୍ଜାତୀୟ ବାୟୀସୁମାରେ ଅସୁରକ୍ଷିତ ତଥା ଅଣପେସାଦାରି ଢଙ୍ଗରେ ଆମେରିକାର ବାୟୁସେନାର ଏମ୍‌କବ୍ୟୁ-୯...

ଭୋକିଲାଙ୍କ ପେଟକୁ ଦାନା ନ ଦେଇ ଇମ୍ରାନ୍‌ଙ୍କ ମୁହଁତୋଡ଼

ଇସଲାମାବାଦ୍‌,୮।୮: ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ଦୟନୀୟ ହୋଇପଡ଼ିଛି। ଲୋକଙ୍କ ପାଖରେ ଖାଇବା ପାଇଁ ଦାନା ନାହିଁ। ଭୋକିଲାଙ୍କ ପେଟକୁ ଦାନା ନ ଦେଇ ପାକିସ୍ତାନ...

ସୁପ୍ରିମକୋର୍ଟର ୨ ମହିଳା ବିଚାରପତିଙ୍କୁ ହତ୍ୟା

କାବୁଲ,୧୮ା୧: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଆତଙ୍କବାଦୀମାନେ ବର୍ବରତାର ସୀମା ଲଂଘିଛନ୍ତି। ରାଜଧାନୀ କାବୁଲରେ ସେମାନେ ରବିବାର ସୁପ୍ରିମକୋର୍ଟର ୨ ଜଣ ମହିଳା ବିଚାରପତିଙ୍କୁ ଗୁଳିକରି ହତ୍ୟା...

ଗ୍ରୀସ୍‌ ଉପକୂଳରେ ବୋଟ୍‌ ବୁଡ଼ିବା ଘଟଣା: ୧୨ ମାନବ ଚାଲାଣକାରୀଙ୍କୁ ଗିରଫ କଲା ପାକ୍‌

କରାଚୀ, ୧୯ା୬: ଗ୍ରୀସ୍‌ ଉପକୂଳରେ ବୋଟ୍‌ ବୁଡ଼ି ୩୦୦ ଲୋକଙ୍କ ମୃତ୍ୟୁ ଘଟଣାରେ ପାକିସ୍ତାନ ସରକାର ଦେଶର ବିଭିନ୍ନ ସ୍ଥାନରୁ ୧୨ ଜଣ ସନ୍ଦିଗ୍ଧ ମାନବ...

‘ରାହୁଲ ଭୟାଳୁ ଛାତ୍ର’

ନ୍ୟୁୟର୍କ, ୧୪।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ୍‌’ରେ ବିଶ୍ୱର ବିଭିନ୍ନ ନେତାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି।...

ସମ୍ପୂର୍ଣ୍ଣ ଲକ୍‌ଡାଉନ ମୁହାଁ ଚାଇନା, ଜିନପିଙ୍ଗଙ୍କ ନିଷ୍ପତ୍ତିକୁ ଅପେକ୍ଷା…

ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନ ବିଗିଡୁଥିବା ପରିସ୍ଥିତି ମଧ୍ୟରେ ଖବର ଆସୁଛି ଯେ ଚାଇନା ରାଷ୍ଟ୍ରପତି ଶି...

Advertisement
Archives

Model This Week