୪ ଦିନିଆ ତାଇଓ୍ବାନ ଗସ୍ତରେ ଆମେରିକୀୟ ଗଭର୍ନର
ତାଇପେଇ,୨୩।୮: ନିକଟରେ ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଚାଇନା ଉତ୍ତେଜିତ ହୋଇପଡିଥିଲା। ଏଭଳି ସ୍ଥିତିରେ ଆମେରିକାର ଇଣ୍ଡିଆନା ପ୍ରଦେଶର ଗଭର୍ନର ଏରିକ୍ ହୋଲକମ୍ବ ତାଇପେଇରେ ପହଞ୍ଚିଛନ୍ତି। ଏରିକ୍ଙ୍କ ୪ ଦିନିଆ କାର୍ଯ୍ୟକ୍ରମ ଥିବାବେଳେ ସେ ସେମିକଣ୍ଡକ୍ଟର…
ଭାରତ-ବ୍ରିଟେନ ସମ୍ପର୍କ ଆହୁରି ମଜଭୁତ କରିବାକୁ ଚାହୁଁଛନ୍ତି ଋଷି ସୁନକ
ଲଣ୍ଡନ,୨୩।୮: ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପଛରେ ପଡିଥାଇ ପାରନ୍ତି, କିନ୍ତୁ ସେ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମ୍ପର୍କରେ ପରିବର୍ତ୍ତନ ଦେଖିବାକୁ ଚାହୁଁଛନ୍ତି। ଉତ୍ତର ଲଣ୍ଡନରେ କଞ୍ଜରଭେଟିଭ୍ ଫ୍ରେଣ୍ଡସ ଅଫ ଇଣ୍ଡିଆ (ସିଏଫ୍ଆଇଏ)…
ବାଂଲାଦେଶରେ ବିଜୁଳି ସଙ୍କଟ: ସପ୍ତାହରେ ୨ ଦିନ ବନ୍ଦ ରହିବ ସ୍କୁଲ, କାର୍ଯ୍ୟାଳୟ ସମୟରେ ହେବ ପରିବର୍ତ୍ତନ
ଢାକା,୨୩ ।୮: ବାଂଲାଦେଶରେ ଆର୍ଥିକ ସଙ୍କଟ ବେଳକୁ ବେଳ ବଢିବାରେ ଲାଗିଛି । ମହଙ୍ଗା ମାଡରେ ଉବୁଟୁବୁ ହେଉଥିବା ଜନତାଙ୍କୁ ଏବେ ବିଜୁଳିବି ମିଳିବା କଷ୍ଟକର ହୋଇ ପଡିଛି । ଏଥିପାଇଁ ସରକାର ବିଜୁଳି ବଞ୍ଚାଇବାକୁ ଏକ ନୂଆ ପଦକ୍ଷେପ ନେଇଛନ୍ତି…
ବନ୍ଧୁଙ୍କୁ ସାହାଯ୍ୟ ମାଗିଲେ ଏଲନ ମସ୍କ
ୱାଶିଂଟନ,୨୩ ।୮: ମାଇକ୍ରୋବ୍ଲଗିଙ୍ଗ ସାଇଟ ଟୁଇଟର କିଣିବା ଚୁକ୍ତିରୁ ଓହରିଯିବା ପରେ ଟେଲସା ସିଇଓ ଏଲନ ମସ୍କଙ୍କ ଅଡୁଆ କମିବାର ନାଁ ନେଉନି । ଏବେ ସେ ଆଇନଗତ ଅସୁବିଧାରେ ପଡି ଯାଇଛନ୍ତି । ଚୁକ୍ତିକୁ ଏକ ପାଖିଆ ଉଲ୍ଲଂଘନ କରିଥିବା…
୧୮ ମାସରେ ଫେରିଲେଣି ୧,୫୦୦ ପାକ୍ ହିନ୍ଦୁ
ଜୟସାଲମେର,୨୨।୮ : ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କ୍ଷେତ୍ରରେ ସରକାରଙ୍କ କଡ଼ା ନିୟମ କାନୁନ ଯୋଗୁ ବହୁ ସଂଖ୍ୟାରେ ପାକିସ୍ତାନୀ ହିନ୍ଦୁ ସେମାନଙ୍କ ଦେଶକୁ ଫେରିଗଲେଣି। ପାକିସ୍ତାନରେ ଅତ୍ୟାଚାର ସହି ନ ପାରି ଏହି ହିନ୍ଦୁ ପରିବାରଗୁଡ଼ିକ ଭାରତ ଚାଲିଆସିଥିଲେ। ସରକାରୀ ତଥ୍ୟ…
ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ଯୋଗାଇଲା ଭାରତ
ନୂଆଦିଲ୍ଲୀ/କଲମ୍ବୋ,୨୨।୮:ଭାରତ ସୋମବାର ଏକ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମ ଅଧୀନରେ ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ପ୍ରଦାନ କରିଛି। ଏହି ପଦକ୍ଷେପ ପଡୋଶୀ ଦେଶର କୃଷକମାନଙ୍କୁ ସାହାଯ୍ୟ କରିବ ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବ। ଗତ କିଛି…
ଇମ୍ରାନଙ୍କୁ ଗିରଫଦାରିରୁ ମିଳିଲା ଆଶ୍ୱସ୍ତି
ଇସ୍ଲାମାବାଦ୍,୨୨।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସ୍ଲାମାବାଦ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୋମବାର ଇମ୍ରାନଙ୍କ ଜାମିନ ଆବେଦନ ଶୁଣାଣି କରି କୋର୍ଟ ତାଙ୍କୁ ୩ଦିନ ପାଇଁ ଟ୍ରାନ୍ଞ୍ଜିଟ ଜାମିନ ପ୍ରଦାନ କରିଛନ୍ତି। ଏନେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା…
ରୁଷିଆରୁ ଧରାପଡିଲେ ଆଇଏସ ଆତ୍ମଘାତୀ ଆତଙ୍କବାଦୀ, ଭାଜପାର ମୁଖ୍ୟ ନେତାଙ୍କ ଉପରେ କରିଥାଆନ୍ତେ ଆକ୍ରମଣ
ମସ୍କୋ,୨୨ ।୮: ରୁଷିଆ ସୁରକ୍ଷା ଏଜେନ୍ସି(ଏଫଏସବି) ଆତଙ୍କବାଦୀ ସଙ୍ଗଠନ(ଇସଲାମିକ ସଙ୍ଗଠନ)ର ଜଣେ ଆତଙ୍କବାଦୀଙ୍କୁ ଧରିଥିବା ଜଣାପଡିଛି । ସେ ଭାରତରେ ଆତ୍ମଘାତୀ ଆକ୍ରମଣ କରିବା ଯୋଜନାରେ ଥିଲେ । ଏଫଏସବିର ଅଧିକାରୀମାନେ କହିଛନ୍ତି ଧରାପଡିଥିବା ଆତଙ୍କବାଦୀ ମଧ୍ୟ ଏସିଆର ଏକ ଦେଶର…
ଚାଇନାର ମୁକାବିଲା ପାଇଁ ଜାପାନ ୧,୦୦୦ ଦୂରଗାମୀ ମିଶାଇଲ ମୁତୟନ କରିବ
ଟୋକିଓ,୨୨ା୮: ଆମେରିକା ହାଉସ୍ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍ଏ) ପକ୍ଷରୁ ସମରାଭ୍ୟାସ କରାଯାଇଥିଲା। ସମରାଭ୍ୟାସ ବେଳେ ଜାପାନର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍(ଇଇଜେଡ୍)ରେ ୫ଟି କ୍ଷେପଣାସ୍ତ୍ର ପଡ଼ିଥିବା ସୂଚନା ମିଳିଛି। ଏହାକୁ ନେଇ…
କିମ୍ଙ୍କ ଆଣବିକ ଆକ୍ରମଣ ଧମକକୁ ଭୟ ନାହିଁ, ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ…
ଓ୍ବାଶିଂଟନ/ସିଓଲ, ୨୨।୮ : ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ଆଣବିକ ଆକ୍ରମଣ ଧମକକୁ ଭୟ ନ କରି ସୋମବାର ଆମେରିକା ଏବଂ ଦକ୍ଷିଣ କୋରିଆ ଏକ ବୃହତ ସାମରିକ ଅଭ୍ୟାସ ଆରମ୍ଭ କରିଛନ୍ତି। ଉତ୍ତର କୋରିଆର ବଢୁଥିବା…
ରାଜପାକ୍ସେ ଭାଇଙ୍କ ନାଁରେ ହେବ ମାମଲା
କଲମ୍ବୋ,୨୨ ।୮: ଶ୍ରୀଲଙ୍କାର ମୁଖ୍ୟ ବିରୋଧିଦଳ ସମାଗି ଜନା ବାଲବେଗୟା(ଏସଜେବି) ଦେଶର ସମ୍ପତ୍ତିକୁ ଦୂରୁପଯୋଗ କରିବା ମାମଲାରେ ରାଜପାକ୍ସେ ଭାଇଙ୍କ ବିରୋଧରେ ମାମଲା କରିବାକୁ ଦାବି କରିଛି । ଏସଜେବିର ମୁଖ୍ୟ ଅଜିତ ପି ପରେରା କହିଛନ୍ତି, ସରକାର କହୁଛନ୍ତି ଗୋଟବାୟା…
ପାକ୍ ଚ୍ୟାନେଲରେ ଇମ୍ରାନ୍ଙ୍କ ଭାଷଣ ବ୍ୟାନ୍
ଇସ୍ଲାମାବାଦ, ୨୨ା୮: ଇସ୍ଲାମାବାଦର ଏକ ପାର୍କରେ ଭାଷଣ ଦେବାବେଳେ ବରିଷ୍ଠ ପୋଲିସ ଅଧିକାରୀ, ଜଣେ ମହିଳା ବିଚାରପତି, ସରକାରୀ ଅଫିସରଙ୍କୁ ଖୋଲାଖୋଲି ଧମକ ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଣିକି ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍…
Archives


