କୁକୁର ରଖିବାକୁ ଅମଙ୍ଗ ହେଉଛନ୍ତି ଅଷ୍ଟ୍ରେଲିଆ ଲୋକେ, ବାହାରେ ଛାଡି ଦେଉଛନ୍ତି…
ମେଲବୋର୍ନ,୨୬।୧୦ : କରୋନା ମହାମାରୀ ଯୋଗୁୁ ଅଷ୍ଟ୍ରେଲିଆରେ ଅର୍ଥନୀତି ସଙ୍କଟ ଜନକ ହୋଇଛି। ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡିଛି। ସେମାନଙ୍କ ସମ୍ମୁଖରେ ଏବେ ସମସ୍ୟା ହେଉଛି କିଭଳି ପରିବାର ସଦସ୍ୟ ଏବଂ ଗୃହପାଳିତ ପ୍ରାଣୀମାନଙ୍କୁ ଖାଇବାକୁ ଦେବା। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲୀୟମାନେ…
ପୃଥିବୀକୁ କରୋନା ଟିକା ଯୋଗାଣରେ ଭାରତ ଆଗୁଆ, ସ୍ବୀକାର କଲା ଆମେରିକା…
ଓ୍ବାଶିଂଟନ,୨୬।୧୦ : କୋଭିଡ ମହାମାରୀ ସହ ଲଢ଼େଇ ସମୟରେ ଭାରତ ନିଜର ସାମର୍ଥ୍ୟକୁ ହୃଦୟଙ୍ଗମ କରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ପୃଥିବୀକୁ କରୋନା ଟିକା ଯୋଗାଣରେ ଅଗୁଆ ରହିଥିଲା। ଏହାକୁ ଆମେରିକା ସ୍ବୀକାର କରିଛି। ହ୍ବାଇଟ ହାଉସ ପକ୍ଷରୁ…
ବଦଳୁଛି ସ୍ଥିତି, ଇୟୁ ସାଂସଦଙ୍କୁ ସୂଚନା ପ୍ରଦାନ କଲେ ଜମ୍ମୁ-କଶ୍ମୀର ଆସିଥିବା ପ୍ରତିନିଧି ମଣ୍ଡଳ…
ବ୍ରସେଲ୍ସ,୨୬।୧୦: ଗତ ତିନିବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ୟୁରୋପୀୟ ୟୁନିଅନ (ଇୟୁ) ଏହି ଭାରତୀୟ ରାଜ୍ୟର ସ୍ଥିତିକୁ ନେଇ ଅନେକ ସମୟରେ ଉଦବେଗ ପ୍ରକାଶ କରିଆସୁଥିଲା। କିନ୍ତୁ ବର୍ତ୍ତମାନ ଏହା ବଦଳୁଥିବା ପରିସ୍ଥିତିରେ ମଧ୍ୟ ପ୍ରକାଶ ପାଇଛି।…
ଫଲ୍ସ ଫ୍ଲାଗ୍ ଆଟାକ୍ ଯୋଜନା କରୁଛି ରୁଷିଆ: ଜେଲେନ୍ସ୍କି
ମସ୍କୋ/କିଭ୍, ୨୬ା୧୦: ୟୁକ୍ରେନ୍ ଉପରେ ରୁଷିଆ ୮ମାସ ଧରି ଆକ୍ରମଣ ଜାରି ରଖିଥିବା ବେଳେ କିଭ୍ ରେଡିଓଆକ୍ଟିଭ୍ ବିକିରଣ ପାଇଁ ‘ଡାର୍ଟି ବମ୍ବ’ ବ୍ୟବହାର କରିପାରେ ବୋଲି ମସ୍କୋ ଅଭିଯୋଗ ଆଣିଛି। ଏହି ପ୍ରସଙ୍ଗକୁ ରୁଷିଆ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ…
ରୁଷିଆ ସହ ବୁଝାମଣା ପାଇଁ ବାଇଡେନ୍ଙ୍କୁ ଡେମୋକ୍ରାଟ୍ଙ୍କ ଚିଠି
ଓ୍ବାଶିଂଟନ୍, ୨୬।୧୦: ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ପାଇଁ ମସ୍କୋ ସହ ଓ୍ବାଶିଂଟନ୍ ବୁଝାମଣା କରୁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଡେମୋକ୍ରାଟିକ୍ ପାର୍ଟିର ୩୦ ଜଣ ହାଉସ୍ ମେମ୍ବର ତାଙ୍କୁ ଚିଠି ଲେଖିଛନ୍ତି। ସେମାନେ ରୁଷିଆର ଆକ୍ରମଣକୁ ବେଆଇନ…
ବାଂଲାଦେଶରେ ବାତ୍ୟା ସିତ୍ରାଙ୍ଗ୍ର ତାଣ୍ଡବ: ୧୬ ମୃତ
କୌକାଟା,୨୬ା୧୦: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ସିତ୍ରାଙ୍ଗ୍ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ୧୬ ଜଣଙ୍କ ଜୀବନ ନେଇଛି। ବାତ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସେମାନଙ୍କ ଘରୁ ନିରାପଦ ସ୍ଥାନକୁ ନିଆଯାଇଥିଲା। ବାତ୍ୟାରେ ବିଦ୍ୟୁତ୍ ବିଚ୍ଛିନ୍ନ କାରଣରୁ ୧୫…
ବିବାଦରେ ଋଷିଙ୍କ ସ୍ତ୍ରୀ ଅକ୍ଷତା: କୁଇନ୍ ଏଲିଜାବେଥ୍ଙ୍କଠାରୁ ଅଧିକ ସମ୍ପତ୍ତି…
ଲଣ୍ଡନ,୨୫।୧୦ : ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ଯେତେବେଳେ ସୁନକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ସେତେବେଳେ ତାଙ୍କ ସ୍ତ୍ରୀଙ୍କ ଆୟକୁ ନେଇ ବିବାଦ ଦେଖାଦେଇଥିଲା। ପ୍ରକୃତରେ ସୁନକଙ୍କ ସ୍ତ୍ରୀ…
ବ୍ରିଟେନରେ ଋଷି ରାଜ୍…
ଲଣ୍ଡନ,୨୫।୧୦ : ଋଷି ସୁନକ ଆନୁଷ୍ଠାନିକ ଭାବରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସୁନକ ଲଣ୍ଡନର ବକିଙ୍ଗହମ ପ୍ୟାଲେସରେ କିଙ୍ଗ ଚାଲର୍ସ ତୃତୀୟଙ୍କୁ ଭେଟିଥିଲେ। ଏହା ପରେ ଚାଲର୍ସ ସୁନକଙ୍କୁ ସରକାର ଗଠନ କରିବାକୁ କହିଥିଲେ। ଚାଲର୍ସଙ୍କ ଦ୍ୱାରା ସରକାର ଗଠନ କରିବାକୁ…
ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ : ୭ ବର୍ଷର ରାଜନୈତିକ ଯାତ୍ରା…
ଲଣ୍ଡନ,୨୫।୧୦ : ଋଷି ସୁନକ ନିଜର ୭ ବର୍ଷର ରାଜନୈତିକ ଯାତ୍ରା ମଧ୍ୟରେ ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର ସାଉଥମ୍ପଟନରେ ଏକ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ପଞ୍ଜାବର ଥିଲେ। ଜଣେ…
ଆଜି ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ଋଷି ସୁନକ
ଲଣ୍ଡନ,୨୫।୧୦: ବିଟ୍ରେନର ପ୍ରଧାନମନ୍ତ୍ରୀ ଭାବେ ମଙ୍ଗଳବାର ଦାୟିତ୍ୱ ନେବେ ଋଷି ସୁନକ। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବିଟ୍ରେନର ମଙ୍ଗ ଧରିବେ ସୁନକ। ଏହା ପୂର୍ବରୁ ବିଟ୍ରେନ ରାଜା କିଙ୍ଗ୍ ଜାର୍ଲସ ତୃତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଋଷି ସୁନକଙ୍କୁ…
ବାଂଲାଦେଶରେ ସ୍ଥଳଭାଗ ଛୁଇ ତାଣ୍ଡବ ରଚିଲା ସିତ୍ରାଙ୍ଗ
ଢାକା,୨୫।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ମଙ୍ଗଳବାର ଭୋରରେ ବାଂଲାଦେଶର ଭାଲା ନିକଟ ବାରିଶାଲ-ଚାଟୋଗ୍ରାମ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ବାତ୍ୟା ଯୋଗୁ ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ ବର୍ଷା ହୋଇଛି। ବାତ୍ୟାରେ…
କ୍ରିକେଟ ପ୍ରେମୀ ସୁନକ
ଲଣ୍ଡନ,୨୫ ।୧୦: ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ୪୨ ବର୍ଷୀୟ ଋଷି ସୁନକ କ୍ରିକେଟ ଖେଳିବାକୁ ଓ ମନ୍ଦିର ଯିବାକୁ ପସନ୍ଦ କରନ୍ତି । ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବ୍ରିଟେନର…
Archives


