କିମ୍‌ଙ୍କ ଆଣବିକ ଆକ୍ରମଣ ଧମକକୁ ଭୟ ନାହିଁ, ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ…

ଓ୍ବାଶିଂଟନ/ସିଓଲ, ୨୨।୮ : ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଆଣବିକ ଆକ୍ରମଣ ଧମକକୁ ଭୟ ନ କରି ସୋମବାର ଆମେରିକା ଏବଂ ଦକ୍ଷିଣ କୋରିଆ ଏକ ବୃହତ ସାମରିକ ଅଭ୍ୟାସ ଆରମ୍ଭ କରିଛନ୍ତି। ଉତ୍ତର କୋରିଆର ବଢୁଥିବା ଆଣବିକ ବିପଦ ମଧ୍ୟରେ ଦୁଇ ଦେଶ ଏଭଳି ପଦକ୍ଷେପ ନେଇଛନ୍ତି।

ଏହି ମିଳିତ ସମରାଭ୍ୟାସକୁ ସୁରକ୍ଷାକୁ ମଜବୁତ କରିବା ପାଇଁ ଏହାକୁ ଏକ ଅଭ୍ୟାସ ଭାବରେ ଉପସ୍ଥାପନ କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଏହା ହେଉଛି ସବୁଠାରୁ ବଡ ମିଳିତ ସାମରିକ ଅଭ୍ୟାସ। ଏହାକୁ ନେଇ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ଏବେ କ୍ରୋଧିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ଉଲ୍ଚି ଫ୍ରିଡମ ଶିଲ୍ଡ ମିଳିତ ସମରାଭ୍ୟାସ ଜାରି ରହିବ। ବିମାନ, ଯୁଦ୍ଧ ଜାହାଜ, ଟ୍ୟାଙ୍କ ଏବଂ ବହୁ ସଂଖ୍ୟକ ସୈନିକ ଏଥିରେ ଯୋଗଦେଇଛନ୍ତି। ଆମେରିକା ଏବଂ ଦକ୍ଷିଣ କୋରିଆ ସେମାନଙ୍କ ସମରାଭ୍ୟାସକୁ ପ୍ରତିରକ୍ଷା ପ୍ରସ୍ତୁତି ଭାବେ ବୋଲି କହିଥିବାବେଳେ ଉତ୍ତର କୋରିଆ ଏହାକୁ ଏକ ଆକ୍ରମଣାତ୍ମକ ଅଭ୍ୟାସ ବୋଲି ବିବେଚନା କରୁଛି।

ଦକ୍ଷିଣ କୋରିଆର ଏକୀକରଣ ମନ୍ତ୍ରଣାଳୟର ମୁଖପାତ୍ର ଚୋ ଜଙ୍ଗ-ହୁନ ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ କୋରିଆ ଏପର୍ଯ୍ୟନ୍ତ ଉତ୍ତର କୋରିଆର କୌଣସି କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇନାହିଁ। ତଥାପି, ପ୍ରତିକ୍ରିୟା ଘଟିବାର ସମ୍ଭାବନା ଅଛି ।

ସୂଚନାଯୋଗ୍ୟ, ଉତ୍ତର କୋରିଆ ସହିତ କୂଟନୈତିକ କଥାବାର୍ତ୍ତା ଯୋଗୁଁ ଆମେରିକା ଏବଂ ଦକ୍ଷିଣ କୋରିଆ ସେମାନଙ୍କର କିଛି ନିୟମିତ ସମରାଭ୍ୟାସ ବାତିଲ କରିଥିଲେ। ଗତ ସପ୍ତାହରେ ଉତ୍ତର କୋରିଆ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଇନ ସୁକ ୟୋଲଙ୍କ ଆଣବିକ ପଦକ୍ଷେପ ଗ୍ରହଣ କରିବା ବଦଳରେ ଅର୍ଥନୈତିକ ଲାଭ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ଚେତାବନୀ

ପ୍ୟାରିସ,୧୮।୧୦: କଳା ତାଲିକା ଭୁକ୍ତ ହେବାକୁ ଯାଉଥିବା ପାକିସ୍ତାନକୁ ଆଶ୍ୱସ୍ତି ମିଳିଛି। ପ୍ୟାରିସ(ଫ୍ରାନ୍ସ)ର ଫାଇନାନସିଆଲ୍‌ ଆକ୍ସନ ଟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍‌) ଏଥିପାଇଁ ପାକିସ୍ତାନକୁ ଚେତାବନୀ ଦେବା ସହ...

ବୋଟ୍‌ ବୁଡ଼ି ୧୨ ଶରଣାର୍ଥୀଙ୍କ ମୃତ୍ୟୁ

ଏଥେନ୍ସ,୧୨ା୧(ଏଏଫ୍‌ପି): ଆୟୋନିଅନ ସାଗରରେ ଶନିବାର ଶରଣାର୍ଥୀମାନଙ୍କର ଏକ ବୋଟ୍‌ ବୁଡ଼ିଯିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଗ୍ରୀକ୍‌ ତଟରକ୍ଷୀ ବାହିନୀ...

ପାକିସ୍ତାନକୁ ଶକ୍ତ ଝଟ୍‌କା: ୪୪୦ ନିୟୁତ ଡଲାର ସହାୟତା କମାଇଲା ଆମେରିକା

ନୂଆଦିଲ୍ଲୀ,୧୮ା୮: ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆମେରିକା ପାକିସ୍ତାନକୁ ଯୋଗାଉଥିବା ଆର୍ଥିକ ସହାୟତାକୁ ୪୪୦...

ମହାଭିଯୋଗ ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ

ଓ୍ବାଶିଂଟନ,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଶେଷରେ ଖାରଜ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ସିନେଟରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଛି।...

ଘର ସାମ୍ନାକୁ ଆସିଗଲା ବିମାନ, ଡରରେ ଲୋକଙ୍କ ଅବସ୍ଥା ହେଲା ଖରାପ; ଭିଡିଓ ଦେଖିଲେ…

କାନବେରା,୩୦ା୯: ଅଷ୍ଟ୍ରେଲିଆର ବ୍ରିସବେନର ଏକ ଉଚ୍ଚ କୋଠା ନିକଟରେ ବାୟୁସେନାର ସି-୧୭ କାର୍ଗୋ ବିମାନ ଉଡ଼ାଣ କରିଥିଲା। ଏହାର କକ୍‌ପିଟ୍‌ ଫୁଟେଜ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।...

ଭାରତର ଜାତିସଂଘ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କାର ସମର୍ଥନ…

କଲମ୍ବୋ, ୨୭।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଭାରତ ଏବଂ ଜାପାନକୁ ସ୍ଥାୟୀ ସଦସ୍ୟ କରିବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଙ୍ଘେ କହିଛନ୍ତି।...

ଉଚ୍ଚାୟୁକ୍ତଙ୍କୁ ପାକ୍‌ର ସମନ

ଇସ୍‌ଲାବାବାଦ,୬ା୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ନିଷ୍ପତ୍ତିକୁ ପାକିସ୍ତାନ ଦୃଢ଼ ବିରୋଧ କରିଛି। ପାକ୍‌ ବହିର୍ବ୍ୟାପାର...

ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି ଘନେଇଲା…

ଇସଲାମାବାଦ, ୨୬।୫ : ପାକିସ୍ତାନର ଇସଲାମାବାଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିକୁ ଅଟକାଇବା ବେଳେ ପୋଲିସ ଏବଂ ପିଟିଆଇ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ...

Advertisement
Archives

Model This Week