ଅନ୍ତର୍ଜାତୀୟ

ବାଳିକାଙ୍କ ଶିକ୍ଷାବନ୍ଦକୁ ବର୍ଷେ ପୂରିଲା, ନିନ୍ଦା କଲା ଜାତିସଂଘ…

ଜେନେଭା/କାବୁଲ, ୧୮।୯ : ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ବର୍ଷେ ବ୍ୟାପୀ ବାଳିକାଙ୍କ ଶିକ୍ଷାବନ୍ଦ କରାଯାଇଥିବା ଘଟଣାରେ ଜାତିସଂଘ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ତାଲିବାନ ଶାସନକୁ ଆସିବା ପରେ ୨୦୨୧ ସେପ୍ଟେମ୍ବର ୧୮ରେ ଦେଶରେ ବାଳିକାଙ୍କ ଶିକ୍ଷା ଉପରେ କଟକଣା ଜାରି…

ବନ୍ୟା ପରେ ଲିଙ୍ଗଗତ ହିଂସା ବଢ଼ିବ

ଇସଲାମାବାଦ,୧୮ା୯: ପାକିସ୍ତାନରେ ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ବର୍ତ୍ତମାନ ଲିଙ୍ଗଗତ ହିଂସା ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ମିଳିତ ଜାତିସଂଘ ଏବଂ ମାନବିକ ଅଧିକାର ପାଇଁ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକ ପକ୍ଷରୁ ଏପରି ଆଶଙ୍କା କରାଯାଇଛି।…

ଚାଇନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ…

ବେଜିଂ, ୧୮।୯ : ଚାଇନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ବସ୍‌ ଦୁର୍ଘଟଣାରେ ରବିବାର ଏଭଳି ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦକ୍ଷିଣ ପଶ୍ଚିିମ ଚାଇନାର ଗୁଇଝୋ…

ୟୁକ୍ରେନ୍‌ର ବହୁ ଅଞ୍ଚଳରେ ବୋମାମାଡ଼ କଲେ ରୁଷିଆ ସୈନ୍ୟ…

ମସ୍କୋ/କ୍ୱିଭ୍‌, ୧୮।୯ : ଚଳିତ ବର୍ଷ ୨୪ ଫେବୃଆରୀରେ ଆରମ୍ଭ ହୋଇଥିବା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯୁଦ୍ଧରେ ଉଭୟ ପକ୍ଷର ବହୁ କ୍ଷୟକ୍ଷତି ହେବାରେ ଲାଗିଛି। ନିକଟରେ ୟୁକ୍ରେନ ସୈନ୍ୟବାହିନୀ ଦାବି କରିଛି ଯେ…

ଧୂମପାନ କରୁ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ହେଉଛି ଫୁସଫୁସ କର୍କଟ, ବ୍ରିଟେନ୍‌ରେ ପ୍ରତିବର୍ଷ ୬ ହଜାରରୁ ଅଧିକଙ୍କ ଯାଉଛି ଜୀବନ…

ଲଣ୍ଡନ,୧୮।୯ : ଯେଉଁମାନେ କେବେ ବି ଧୂମପାନ କରିନାହାଁନ୍ତି, ସେମାନେ ମଧ୍ୟ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଲଣ୍ଡନର ଫ୍ରାନ୍ସିସ କ୍ରିକ ପ୍ରତିଷ୍ଠାନର ଗବେଷକମାନେ ସେମାନଙ୍କ ଅଧ୍ୟୟନରେ ପ୍ରକାଶ କରିଛନ୍ତି ଯେ ବାୟୁ ପ୍ରଦୂଷଣ ମଧ୍ୟ ଫୁସଫୁସ କର୍କଟ ରୋଗର…

ହିଜାବ ନ ପିନ୍ଧିବାରୁ ଜୀବନ ଗଲା

ଇରାନ,୧୮।୯: ଏଠାର ପୋଲିସ ହିଜାବ ଆଇନରେ ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଗିରଫ କରିବା ପରେ ସେ କୋମାକୁ ଚାଲିଯାଇଥିଲେ। ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିବା ପରେ ତେହରାନ୍‌ରେ ଉତ୍ତେଜନା ଦେଖାଦେଇଛି। ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ…

ପ୍ରାକୃତିକ ଗ୍ୟାସ୍‌ ଚାହୁଁଥିଲେ କଟକଣା ହଟାଅ: ପୁଟିନ୍‌

ମସ୍କୋ,୧୮ା୯: ପ୍ରାକୃତିକ ଗ୍ୟାସ୍‌ ଲାଗି ରୁଷିଆ ଉପରେ ବହୁମାତ୍ରାରେ ନିର୍ଭରଶୀଳ ୟୁରୋପରେ ଏବେ ଶକ୍ତିସଙ୍କଟ ଦେଖାଦେଇଛି। ଆଗକୁ ଶୀତଋତୁ ଆସୁଥିବାରୁ ୟୁରୋପବାସୀଙ୍କ ପାଇଁ ସମସ୍ୟା ବଢ଼ିବା ଆଶଙ୍କା ରହିଛି। ୟୁକ୍ରେନ୍‌ ଆକ୍ରମଣ ପାଇଁ ୟୁରୋପୀୟ ସଂଘ (ଇୟୁ) ରୁଷିଆରୁ ଗ୍ୟାସ୍‌ ଆମଦାନୀ…

ରାଜ ପରିବାର ପକ୍ଷରୁ ଜାରି କରାଗଲା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଉଥିବା ଅତିଥିଙ୍କ ତାଲିକା

ଲଣ୍ଡନ,୧୮ ।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିକ ସଂସ୍କାର ସୋମବାର ଅର୍ଥାତ୍ ସେପ୍ଟେମ୍ବର ୧୯ରେ ହେବ । ଏଥିରେ ବିଶ୍ୱର ଅନେକେ ନେତା , ରାଜ ପରିବାରର ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବେ । ଲଣ୍ଡନରେ ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ସାମିଲ…

ଦକ୍ଷିଣ ଆଫ୍ରିକାରେ ବଡ ଧରଣର ସଡ଼କ ଦୁର୍ଘଟଣା, ୧୯ ଛାତ୍ରଙ୍କ ସମେତ ୨୧ ମୃତ

କେପ ଟାଉନ,୧୮ ।୯: ଦକ୍ଷିଣ ଆଫ୍ରିକାର କ୍ୱାଜୁଲୁ-ନତାଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୧୯ସ୍କୁଲ ଛାତ୍ରଙ୍କ ସମେତ ୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଶର ଆପାତକାଳୀନ ଚିକିତ୍ସା ସେବାର ସୂଚନା ଅନୁଯାୟୀ, ଘଟଣା…

୧୦୦ରୁ ଅଧିକ ସିନେମା ହଲ, ବଡ ସହରରେ ସ୍କ୍ରିନରେ ପ୍ରଦର୍ଶିତ ହେବ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଲଣ୍ଡନ,୧୮ ।୯: ବ୍ରିଟେନ ମହାରାଣୀ ସ୍ୱର୍ଗତ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ଲଣ୍ଡନର ୱେଷ୍ଟମିଂଷ୍ଟର ଏବେରେ କରାଯିବ । ଏହା ପୂର୍ବରୁ ବ୍ରିଟିଶ ସରକାର ଶନିବାର କହିଛନ୍ତି ମହାରାଣୀ ଏଲିଜାବେଥଙ୍କ ରାଜକୀୟ ଅନ୍ତିମ ସଂସ୍କାର ସାରା ଦେଶରେ…

ଥରିଲା ତାଇଓ୍ବାନ

ତାଇପେଇ,୧୭ା୯: ଶନିବାର ଦକ୍ଷିଣ ପୂର୍ବ ତାଇଓ୍ବାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ହୋଇନାହିଁ। ତେବେ ଆମେରିକାର…

୨୦୨୭ ସୁଦ୍ଧା ତାଇଓ୍ବାନକୁ ଦଖଲ କରିବା ଚାଇନାର ଲକ୍ଷ୍ୟ…

ବେଜିଂ, ୧୭।୯ : ନିକଟରେ ଚାଇନ ଏବଂ ତାଇୱାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ପରିସ୍ଥିତି ଯୁଦ୍ଧରେ ପହଞ୍ଚିଥିଲା କିନ୍ତୁ ଉଭୟ ପକ୍ଷ ନିଜର ଧୈର୍ଯ୍ୟ ହରାଇ ନଥିଲେ। ଫଳରେ ଯୁଦ୍ଧ ସ୍ଥିତି ସାମୟିକ ଟଳି ଯାଇଥିଲା। ଆମେରିକା ତାଇୱାନକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri