ପ୍ରାକୃତିକ ଗ୍ୟାସ୍‌ ଚାହୁଁଥିଲେ କଟକଣା ହଟାଅ: ପୁଟିନ୍‌

ମସ୍କୋ,୧୮ା୯: ପ୍ରାକୃତିକ ଗ୍ୟାସ୍‌ ଲାଗି ରୁଷିଆ ଉପରେ ବହୁମାତ୍ରାରେ ନିର୍ଭରଶୀଳ ୟୁରୋପରେ ଏବେ ଶକ୍ତିସଙ୍କଟ ଦେଖାଦେଇଛି। ଆଗକୁ ଶୀତଋତୁ ଆସୁଥିବାରୁ ୟୁରୋପବାସୀଙ୍କ ପାଇଁ ସମସ୍ୟା ବଢ଼ିବା ଆଶଙ୍କା ରହିଛି। ୟୁକ୍ରେନ୍‌ ଆକ୍ରମଣ ପାଇଁ ୟୁରୋପୀୟ ସଂଘ (ଇୟୁ) ରୁଷିଆରୁ ଗ୍ୟାସ୍‌ ଆମଦାନୀ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌ ଲଗାଇବାକୁ ଯୋଜନା କରୁଥିବାବେଳେ ପ୍ରମୁଖ ପାଇପ୍‌ଲାଇନ୍‌ ନର୍ଡ ଷ୍ଟ୍ରିମ୍‌-୨କୁ ମଧ୍ୟ ବନ୍ଦ କରାଯାଇଛି। ତେବେ ୟୁରୋପରେ ଶକ୍ତିସଙ୍କଟ ପାଇଁ ମସ୍କୋ କିଛି କରିପାରିବ ନାହିଁ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଯଦି ୟୁରୋପ ଗ୍ୟାସ୍‌ ଚାହୁଁଛି ତେବେ ନର୍ଡ ଷ୍ଟ୍ରିମ୍‌-୨ ପାଇପ୍‌ଲାଇନ୍‌ ଉପରେ ଲଗାଇଥିବା କଟକଣା ହଟାଉ ବୋଲି ସେ କହିଛନ୍ତି। ଉଜ୍‌ବେକିସ୍ତାନର ସମରକନ୍ଦରେ ସାଂଘାଇ କୋଅପରେଶନ ଅର୍ଗାନାଇଶେନ(ଏସ୍‌ସିଓ) ଶିଖର ସମ୍ମିଳନୀ ପରେ ପୁଟିନ୍‌ ମିଡିଆରେ ପ୍ରତିକ୍ରିୟା ରଖି କହିଥିଲେ, ୟୁରୋପର ‘ଗ୍ରୀନ୍‌ ଏଜେଣ୍ଡା’ ଏହି ସଙ୍କଟ ପାଇଁ ଦାୟୀ। ତେବେ ରୁଷିଆ ଏହି ଅସୁବିଧାକୁ ଦୂର କରିପାରିବ। ଯଦି ଶକ୍ତିସଙ୍କଟ ବାଧୁଛି ତେବେ ବର୍ଷକୁ ୫୫ ବିଲିୟନ କ୍ୟୁବିକ୍‌ ମିଟର ଗ୍ୟାସ୍‌ ପରିବହନ କ୍ଷମତା ଥିବା ନର୍ଡ ଷ୍ଟ୍ରିମ୍‌-୨ ଉପରୁ ୟୁରୋପ କଟକଣା ହଟାଉ। ଏହା ସେତେ ବି କଷ୍ଟକର କାମ ନୁହେଁ। ପ୍ରାୟ ବର୍ଷେ ତଳେ ବାଲ୍‌ଟିକ୍‌ ସାଗର ଶଯ୍ୟାରେ ନର୍ଡ ଷ୍ଟ୍ରିମ୍‌-୨ ନିର୍ମିତ ହୋଇଥିଲା। ରୁଷିଆର ୟୁକ୍ରେନ୍‌ ଆକ୍ରମଣର ଠିକ୍‌ ପୂର୍ବରୁ ଜର୍ମାନୀ ଏହି ପାଇପ୍‌ଲାଇନ ଯୋଗେ ଗ୍ୟାସ ପରିବହନ ଆଗକୁ ବଢ଼ାଇବା ପଦକ୍ଷେକୁ ବାତିଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?