ରାଜ ପରିବାର ପକ୍ଷରୁ ଜାରି କରାଗଲା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଉଥିବା ଅତିଥିଙ୍କ ତାଲିକା

ଲଣ୍ଡନ,୧୮ ।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିକ ସଂସ୍କାର ସୋମବାର ଅର୍ଥାତ୍ ସେପ୍ଟେମ୍ବର ୧୯ରେ ହେବ । ଏଥିରେ ବିଶ୍ୱର ଅନେକେ ନେତା , ରାଜ ପରିବାରର ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବେ । ଲଣ୍ଡନରେ ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଉଥିବା ଅତିଥିଙ୍କର ଏକ ତାଲିକା ରାଜ ପରିବାର ପକ୍ଷରୁ ଜାରି କରାଯାଇଛି । ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ଯିବା ଲାଗି ପ୍ରାୟ ୫୦୦ ଲୋକଙ୍କୁ ଅନୁମତି ମିଳିଛି । ୬ ଦଶକ ପରେ ରାଜ ପରିବାରର ଏହା ଏମିତି ଏକ ମୁହୂର୍ତ୍ତ ଯେତେବେଳେ ବହୁ ପରିମାଣରେ ଲୋକେ ଏକାଠି ହେଉଛନ୍ତି । ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । ଯେହେତୁ ଏହା ଏକ ସ୍ୱତନ୍ତ୍ର ସୁଯୋଗ ଏଥିପାଇଁ ରାଜ ପରିବାର ପକ୍ଷରୁ ବି ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି । ଅନ୍ତିମ ସଂସ୍କାର ସ୍ଥଳକୁ ସମସ୍ତ ଅତିଥି ବସଯୋଗେ ଯିବେ । ଲଣ୍ଡନ ପହଞ୍ଚିବା ପରେ ଅତିଥିଙ୍କୁ ପଶ୍ଚିମ ଲଣ୍ଡନ ପର୍ଯ୍ୟନ୍ତ ବସରେ ନିଆଯିବ । ମହାରାଣୀଙ୍କୁ କବର ଦେବାର ସମସ୍ତ ରିତିନିତି ୱେଷ୍ଟମିନିଂଷ୍ଟର ଆବେରେ ହେବ । ଏହି କାର୍ଯ୍ୟକ୍ରମରେ ଅତିକମରେ ୨୨୦୦ ଲୋକ ପହଞ୍ଚିବା ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ବିସ୍ଫୋରଣ: ୭ ମୃତ

ପ୍ୟାରିସ୍‌,୧୬ା୨: ଦକ୍ଷିଣ ଫ୍ରାନ୍ସର ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ୨ ପିଲାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୨...

ଅଜବ କୁସ୍ତି ପ୍ରତିଯୋଗିତା

ଚାଇନାର ଚୋଙ୍ଗକିଙ୍ଗ ସହରରେ ଅନୁଷ୍ଠିତ ହେଉଥିବା କୁସ୍ତି ପ୍ରତିଯୋଗିତା ବିଷୟରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। କାରଣ କୁସ୍ତି ସାଧାରଣତଃ ଦୁଇ ଯୋଦ୍ଧାଙ୍କ...

ଚାଇନା ମତ୍ସ୍ୟଜୀବୀ ବୋଟ୍‌ ବୁଡ଼ିବା ଘଟଣା: ୧୪ ମୃତଦେହ ଉଦ୍ଧାର

କଲମ୍ବୋ,୨୪ା୫: ଶ୍ରୀଲଙ୍କାର ନୌସେନା ସର୍ଚ୍ଚ ଆଣ୍ଡ୍‌ ରେସ୍‌କ୍ୟୁ(ଏସ୍‌ଏଆର୍‌) ସର୍ଚ୍ଚ ଅଭିଯାନ ଆରମ୍ଭ କରିବା ପରେ ବୁଡ଼ିଯାଇଥିବା ଚାଇନା ବୋଟ୍‌ରୁ ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣେ...

ତୁର୍କୀର ଭୂକମ୍ପ ହଲାଇଦେଲା ଏର୍ଦୋଗନଙ୍କ ରାଜନୈତିକ କିଲା!

ଅଙ୍କାରା,୧୩ ।୨: ଗତ ସପ୍ତାହରେ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ଯୋଗୀ ହଜାର ହଜାର ଲୋକ ସମୟ ପୂର୍ବରୁ ଏହି ପୃଥିବୀରୁ ବିଦାୟ ନେଇଛନ୍ତି ।...

ଇମ୍ରାନଙ୍କୁ ପୁଣି ଝଟ୍‌କା

ଇସଲାମାବାଦ,୨ା୮: ବୁଧବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ପୁଣି ଥରେ ବଡ଼ ଝଟ୍‌କା ଲାଗିଛି। ଦ୍ୱିତୀୟ ଥର ପାଇଁ ତୋସାଖାନା ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ...

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି: ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କଲା ଭିଏତଜେଟ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ…

ମାନିଲା,୨୮।୬ : ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଧବାର ସକାଳେ ଭିଏତଜେଟ ବିମାନ ଉତ୍ତର ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କରିଛିା। ବିମାନରେ ଥିବା ୨୧୪ ଯାତ୍ରୀ ଏବଂ...

ଆମେରିକାର ସେଣ୍ଟ ଲୁଇସ ହାଇ ସ୍କୁଲରେ ଗୁଳିକାଣ୍ଡ, ୨ ମୃତ

ମିସୌରି,୨୫ ।୧୦: ଆମେରିକାରେ ଗୁଳି ଫୁଟିବାର ମାମଲା ଥମିବାର ନାମ ନେଉନି । ସେଣ୍ଟ ଲୁଇସ ପୋଲିସ ନିର୍ଦ୍ଦେଶକ ମାଇକ ସୈକଙ୍କ ସୂଚନା ଅନୁସାରେ, ସେଣ୍ଟ...

ଇଣ୍ଡୋନେସିଆରେ ୬.୩ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୨୪ ।୨: ଏବେ ଭୂକମ୍ପର ନାଁ ଶୁଣିଣେ ଛାତିରେ ଛନକା ପଶିଯାଉଛି । ଏଥର ଇଣ୍ଡୋନେସିଆର ତୋବେଲୋରେ ଏକ ଭୂକମ୍ପ ଆସିଥିବା ସୂଚନା ମିଳିଛି ।...

Advertisement
Archives

Model This Week