ଶ୍ରୀଲିଙ୍ଗରାଜଙ୍କ କାର୍ତ୍ତିକ ବ୍ରତ ପ୍ରସ୍ତୁତି
ପୁରୁଣା ଭୁବନେଶ୍ୱର,୩୦ା୧୦(ଡି.ଏନ୍.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରାଇଦାମୋଦର ବେଶ ଏବଂ କାର୍ତ୍ତିକ ବ୍ରତ ପାଳନ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୋଭିଡ-୧୯ ପାଇଁ ୭ମାସ ଧରି ଠାକୁରଙ୍କ ରୋଷ ତଥା ଆନନ୍ଦ ବଜାର ବନ୍ଦ ରହିଛି। ଫଳରେ…
ସଲମାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ୨୨ ବର୍ଷୀୟା ଅଭିନେତ୍ରୀ
ବଲିଉଡର ଭେଟେରାନ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜି ୨୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଅନନ୍ୟା ଅକ୍ଟୋବର ୩୦, ୧୯୯୮ରେ ଜନ୍ମଗ୍ରହଣ କରିଥିଲେ। ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ସ୍କୁଲରେ ପାଠ ପଢିଥିବା ଅନନ୍ୟା ଷ୍ଟୁଡେଣ୍ଟ…
ପୁଅ ପାଇଁ କ୍ଷମା ମାଗିଲେ ଏହି ପ୍ରସିଦ୍ଧ ଗାୟକ
ଲୋକପ୍ରିୟ ଟେଲିଭିଜନ୍ ଶୋ’ ବିଗ ବସ୍ ଘରେ ପ୍ରତିଯୋଗୀ ଥିବା ବଲିଉଡ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ମରାଠୀ ଭାଷା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହା ପରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ୨୪ ଘଣ୍ଟା…
ଆଜିଠୁ ପ୍ରସିଦ୍ଧ ଲକ୍ଷ୍ମୀପୂଜା
ଢେଙ୍କାନାଳ ଅଫିସ, ୩୦।୧୦ ଧରାବତରଣ କରିବେ ଧନଦାତ୍ରୀ। ହେଲେ ମଣ୍ଡପ ଝଲସୁଥିବ ନା ଥିବେ ଭକ୍ତ। କେବଳ ବିଧିରକ୍ଷା କରିବାକୁ ଶ୍ରଦ୍ଧାଳୁଶୂନ୍ୟ ମଣ୍ଡପରେ ପାରମ୍ପରିକ ନୀତି ଅନୁଯାୟୀ ମା’ଙ୍କ ଆବାହନ ହେବ। ୮୦ ବର୍ଷର ଐତିହ୍ୟସମ୍ପନ୍ନ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ମାହୋଲକୁ…
ଭାରତୀୟ ବଂଶୋଦ୍ଭବ ସିଚେଲ୍ସ ରାଷ୍ଟ୍ରପତି
ନୂଆଦିଲ୍ଲୀ,୩୦ା୧୦:ଭାରତୀୟ ବଂଶୋଦ୍ଭବ ପୂଜକ ଓ୍ବାଭେଲ ରାମକଲଓ୍ବାନ ସିଚେଲ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଡାନ୍ନି ଫଉର୍ଙ୍କୁ ପରାସ୍ତ କରିଛନ୍ତି। ରାମକଲଓ୍ବାନଙ୍କ ଅଜା ବିହାର ଗୋପାଳଗଞ୍ଜରୁ ସିଚେଲ୍ସ ଆସିଥିଲେ। ୧୯୬୧ ମାର୍ଚ୍ଚ ୧୫ରେ ଜନ୍ମିତ ରାମକଲଓ୍ବାନଙ୍କ ବାପା ଜଣେ…
ସୁନୀଲ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ
ନ୍ୟୁୟର୍କ, ୩୦ା୧୦:ଆମେରିକା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ସୁନୀଲ ଫ୍ରିମ୍ୟାନ୍। ପାର୍ଟି ଫର୍ ସୋସିଆଲିଜମ୍ ଆଣ୍ଡ୍ ଲିବରେଶନରୁ ସେ ଟିକେଟ ପାଇଛନ୍ତି। ସୁନୀଲଙ୍କ ମା’ ଫ୍ଲୋରା ନଭିତା ଭାରତ ଜନ୍ମିତ। ଦେଶ…
କେନ୍ଦ୍ରକୁ ଡିସେମ୍ବର ୩୧ ଯାଏ ମହଲତ
ନୂଆଦିଲ୍ଲୀ,୩୦ା୧୦(ପି.ଟି.):ଭାରତୀୟ ନୌସେନାରେ ମହିଳା ଏସ୍ଏସ୍ସି ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟର କାର୍ଯ୍ୟକାରିତା ହୋଇ ନ ଥିବାରୁ ଅଦାଲତ ଗୁରୁବାର ଏହାର ସମୟସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୁରୁଷ ଓ ମହିଳା ଅଫିସରମାନଙ୍କୁ ସମାନ…
ମୁଙ୍ଗେର ଜିଲାପାଳ, ଏସ୍ପି ବିଦା
ପାଟନା, ୩୦ା୧୦:ବିହାରର ମୁଙ୍ଗେରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ସୋମବାର ହିଂସାକାଣ୍ଡ ଘଟି ଢେଲା ଓ ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସୁରକ୍ଷାକର୍ମୀଙ୍କ ସମେତ ୧୪ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଗୁରୁବାର ନିର୍ବାଚନ ଆୟୋଗ ଜିଲାପାଳ ରାକେଶ୍…
ଲେହ ମାନଚିତ୍ର ବିବାଦ: ଗୃହ କମିଟିରେ କ୍ଷମା ମାଗିଲା ଟୁଇଟର
ନୂଆଦିଲ୍ଲୀ,୩୦ା୧୦: ଲେହକୁ ଚାଇନାର ଅଞ୍ଚଳ ଭାବେ ଦର୍ଶାଇଥିବା ମାଇକ୍ରୋ-ବ୍ଲଗିଙ୍ଗ୍ ସାଇଟ ଟୁଇଟର ଗୁରୁବାର ଏଥିପାଇଁ ଯୁଗ୍ମ ସଂସଦୀୟ କମିଟି ନିକଟରେ କ୍ଷମାପ୍ରାର୍ଥନା କରିଛି। ଏନେଇ ସ୍ପଷ୍ଟୀକରଣ ଦେବା ସହ ଭାରତୀୟ ଆଇନକୁ ଅନୁପାଳନ କରିବା ଲାଗି ସତ୍ୟପାଠ ଦାଖଲ କରିବାକୁ ଗୃହ…
ବାର୍କ୍ଲେଙ୍କୁ ସମର୍ଥନ କରିବ ବିସିସିଆଇ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଚେୟାରମ୍ୟାନ ପଦବୀ ପାଇଁ ହେବାକୁ ଥିବା ନିର୍ବାଚନରେ ଭାରତୀୟ କ୍ରିକେଟ କାଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ଭବତଃ ନ୍ୟୁଜିଲାଣ୍ଡ ପ୍ରାର୍ଥୀ ଗ୍ରେଗ୍ ବ୍ରାକ୍ଲେଙ୍କୁ ସମର୍ଥନ କରିବ। ଗତ ଜୁଲାଇରେ ଭାରତର ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ…
ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ
ପ୍ୟାରିସ୍,୩୦ା୧୦:୪ ବର୍ଷ ୩ ମାସ ବ୍ୟବଧାନରେ ପୁଣି ଥରେ ଆତଙ୍କରେ ଥରି ଉଠିଛି ଫ୍ରାନ୍ସର ପର୍ଯ୍ୟଟନ ନଗରୀ ନିସ୍। ସହରସ୍ଥିତ ଏକ ଚର୍ଚ୍ଚରେ ଗୁରୁବାର ଜଣେ ଆତଙ୍କବାଦୀ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସେ ଛୁରାମାଡ଼ କରି…
ମରାମତି ହେବ ୭୩୬ ଡ୍ୟାମ୍
ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ପୁରୁଣା ଜଳଭଣ୍ଡାରଗୁଡିକର ମରାମତି ହେବ। କେନ୍ଦ୍ର ସରକାର ୧୯ଟି ରାଜ୍ୟର ୭୩୬ ଡ୍ୟାମ୍ର ଉନ୍ନତୀକରଣ ଓ ମରାମତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଓଡ଼ିଶାର ୩୬ଟି ଡ୍ୟାମ୍ ରହିଛି। ଆସନ୍ତା ୧୦ ବର୍ଷ ଭିତରେ ଏହି କାର୍ଯ୍ୟ ଶେଷ ହେବ। କେନ୍ଦ୍ର…
Archives


