Posted inଜାତୀୟ

ସମସ୍ତ ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମ୍‌ସି, ନନ୍ଦୀଗ୍ରାମରୁ ନିର୍ବାଚନ ଲଢିବେ ମମତା

କୋଲାକାତା,୫ ।୩: ପଶ୍ଚିମବଙ୍ଗର ଶାସକ ଦଳ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ଶୁକ୍ରବାର ୨୯୧ ଆସନ ପାଇଁ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ବାକି ୩ଟି ଆସନକୁ ସହଯୋଗୀ ଦଳ ପାଇଁ ଛାଡିଛି ଟିଏମ୍‌ସି । କୁହାଯାଉଛି କି ଶୁକ୍ରବାର ଦିଦିଙ୍କ ପାଇଁ ଶୁଭଦିନ ହୋଇଥିବାରୁ ସେ ଏହିଦିନ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ୨୦୧୧ ଓ ୨୦୧୬ରେ ବି ମମତା ବାନାର୍ଜୀ ଟିଏମ୍‌ସି ଭବନରୁ ଶୁକ୍ରବାର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ । ଏଥରର ନିର୍ବାଚନରେ ନିଜେ ମମତା ନନ୍ଦୀଗ୍ରାମ ଆସନରୁ ନିର୍ବାଚନ ଲଢିବେ । ଏଠାରୁ ତାଙ୍କର ସିଧାସଳଖ ଲଢେଇ ଶୁଭେନ୍ଦୁ ଅଧିକାରୀଙ୍କ ସହ ହେବ ବୋଲି କୁହାଯାଉଛି । ହେଲେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ହିଁ ଏହା ସ୍ପଷ୍ଟ ହେବ । ଏଥର ଟିଏମ୍‌ସି କେତେଜଣ ନୂଆ ଚେହେରାଙ୍କୁ ମଧ୍ୟ ପ୍ରାର୍ଥୀ କରିଛି । ପୁଣି ୫୦ ସିଟିଂ ବିଧାୟକଙ୍କ ଟିକେଟ ମଧ୍ୟ ଏଥର କାଟିଛି ଟିଏମ୍‌ସି । କେତେଜଣ ବରିଷ୍ଠ ମନ୍ତ୍ରୀ ଓ ବିଧାୟକଙ୍କୁ ବି ଏଥର ଟିକେଟ୍ ଦିଆଯାଇ ନାର୍ହି । ଏଥର ମମତା ପୁଣି ଭରସା ରଖିଛନ୍ତି ଯେ ତାଙ୍କ ଦଳ ପଶ୍ଚିମବଙ୍ଗରେ ସରକାର ଗଠନ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ତନାଗରେ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୩।୭: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ସଫଳତା ମିଳିଛି। ଅନନ୍ତନାଗ ଜିଲାର ଶ୍ରୀଗୁଫଓ୍ବାରା ଅଞ୍ଚଳରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ...

୧୨ ଦିନ ପରେ ଅପହୃତ ଶ୍ରମିକଙ୍କୁ ଛାଡ଼ିଲେ

ଗୁଆହାଟି,୧୩।୨: ଅରୁଣାଚଳପ୍ରଦେଶର ଲୋଙ୍ଗଡିଙ୍ଗ୍‌ ଜିଲାରୁ ଅପହରଣ କରାଯାଇଥିବା ୨ଜର ଶ୍ରମିକଙ୍କୁ ୧୨ ଦିନ ପରେ ଉଗ୍ରପନ୍ଥୀମାନେ ମୁକ୍ତ କରିଦେଇଛନ୍ତି। ମ୍ୟାନ୍‌ମାରରେ ସକ୍ରିୟ ଥିବା ଏନ୍‌ଏସ୍‌ସିଏନ୍‌(କେ) ସଙ୍ଗଠନର...

ବିହାର ବୋର୍ଡ ମାଟ୍ରିକ୍‌ ପରୀକ୍ଷା ଟପ୍ପର ହେଲେ ହିମାଂଶୁ ରାଜ

ପାଟନା,୨୬।୫: ବିହାର ବୋର୍ଡର ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହିମାଂଶୁ ରାଜ ୯୬.୨୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ମୋଟ ୫୦୦ରୁ...

ପାଠ୍ୟପୁସ୍ତକ ପ୍ରସ୍ତୁତି କମିଟିରେ ସୁଧା ମୂର୍ତ୍ତି, ଶଙ୍କର ମହାଦେବନ

ନୂଆଦିଲ୍ଲୀ,୧୩।୮(ପି.ଟି.):  ନୂଆ ପାଠ୍ୟକ୍ରମ ଅନୁଯାୟୀ ସଂଶୋଧିତ ପାଠ୍ୟପୁସ୍ତକ ପ୍ରସ୍ତୁତି ଲାଗି ଏନ୍‌ସିଇଆର୍‌ଟି ଏକ ନୂଆ କମିଟି ଗଠନ କରିଛି। ସେଥିରେ ଇନ୍‌ଫୋସିସ୍‌ ଫାଉଣ୍ଡେଶନ୍‌ର ଅଧ୍ୟକ୍ଷ ସୁଧା...

୨୦୧୭ରେ ଭାରତରେ ୨୮ ହଜାର ଲୋକଙ୍କୁ ହତ୍ୟା, ନମ୍ବର-୧ରେ ରହିଛି ଯୋଗୀଙ୍କ ରାଜ୍ୟ: ରିପୋର୍ଟ

ନୂଆଦିଲ୍ଲୀ,୨୨।୧୦: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ପକ୍ଷରୁ ସୋମବାର ଅପରାଧିକ ମାମଲାର ଏକ ରିପୋର୍ଟ ପ୍ରକାଶ ପାଇଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ୨୦୧୭ରେ ଭାରତରେ ପ୍ରାୟ ୨୮...

୬୫ପ୍ରତିଶତ ଅଭିଭାବକ ଚାହୁଁଛନ୍ତି ରାଜ୍ୟରେ ଖୋଲୁ ସ୍କୁଲ: ସିସୋଡିଆ

ନୂଆଦିଲ୍ଲୀ,୯।୮: ଦେଶର ରାଜଧାନୀରେ କରୋନା ସଂକ୍ରମଣ ମାମଲା ଏବେ ହ୍ରାସ ପାଇବା ପରେ ସ୍କୁଲ ଓ କଲେଜ ଖୋଲିବା ନେଇ ଅଭିଭାବକଙ୍କଠାରୁ ଦିଲ୍ଲୀ ସରକାର ପରାମର୍ଶ...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ୪ ବ୍ୟବସାୟୀଙ୍କ ଘରେ ଏନ୍‌ଆଇଏ ଚଢ଼ାଉ

ଶ୍ରୀନଗର,୨୮।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଜମ୍ମୁ-କଶ୍ମୀରର ରବିବାର ୪ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଛି। ଏନ୍‌ଆଇଏ ପକ୍ଷରୁ ଉତ୍ତର କଶ୍ମୀରର ବାରମୁଳା ଜିଲାରେ ଏହି...

ଦିଲ୍ଲୀ ହିଂସା ପରେ ୪ଶହ କୃଷକ ନିଖୋଜ!

ନୂଆଦିଲ୍ଲୀ,୩୧ ।୧: ଜାନୁୟାରୀ ୨୬ରେ ଲାଲ କିଲା ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସା ପରେ ପାଖାପାଖି ୪୦୦ କୃଷକ ନିଖୋଜ ହୋଇଥିବା ଅଭିଯୋଗ...

Advertisement
Archives

Model This Week