Posted inଖେଳ

ଆଜି ପୁଣି ପଡ଼ିଆକୁ ଓହ୍ଲାଇବେ ସଚିନ-ସେହଓ୍ବାଗ୍‌-ଯୁବରାଜ:ଜାଣନ୍ତୁ କେଉଁଠି, କେତେବେଳେ ଦେଖିବେ ଏହି ବିଶ୍ୱସ୍ତରୀୟ ସିରିଜ୍‌ର ମ୍ୟାଚ୍‌

ନୂଆଦିଲ୍ଲୀ,୫।୩: ପୁଣି ଥରେ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି ଭାରତର ପୂର୍ବ ମହାନ କ୍ରିକେଟର ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହଓ୍ବାଗ, ଯୁବରାଜ ସିଂହ, ଜାହିର ଖାନ୍‌ ପ୍ରମୁଖ। ରୋଡ୍‌ ସେଫ୍ଟି ସିରିଜ ଆରମ୍ଭ ହେବାକୁ ଯାଉଥିବା ବେଳେ ଅନେକ ପୂର୍ବ ଭାରତୀୟ ଖେଳାଳି ଏଥିରେ ନଜର ଆସିବେ। ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସଙ୍କ ମୁକାବିଲା ବାଂଲାଦେଶ ଲିଜେଣ୍ଡ୍ସଙ୍କ ସହ ହେବ। ଏହି ସିରିଜର ଉଦ୍ଦେଶ୍ୟ ଟ୍ରାଫିକ୍‌ ନିୟମକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ରହିଛି।

ଇଣ୍ଡିଆ ଲିଜେଣ୍ଡ୍ସର ନେତୃତ୍ୱ ସଚିନ ନେଉଥିବା ବେଳେ ବାଂଲାଦେଶ ଲିଜେଣ୍ଡ୍ସ ଟିମ୍‌ର ଅଧିନାୟକ ରହିବେ ମହମ୍ମଦ ରଫିକ୍‌। ଏହି ଦୁଇଟି ଟିମ୍‌ ବ୍ୟତିତ ସିରିଜରେ ଶ୍ରୀଲଙ୍କା ଲିଜେଣ୍ଡ୍ସ, ସାଉଥ୍‌ ଆଫ୍ରିକା ଲିଜେଣ୍ଡ୍ସ, ଓ୍ବେଷ୍ଟଇଣ୍ଡିଜ୍‌ ଲିଜେଣ୍ଡ୍ସ ଏବଂ ଇଂଲଣ୍ଡ ଲିଜେଣ୍ଡ୍ସ ଟିମ୍‌ ରହିଛି। ଏସବୁ ଟିମ୍‌ରେ ପ୍ରାକ୍ତନ ଖେଳାଳିମାନଙ୍କୁ ଦେଖିବାକୁ ମିଳିବ।

ଗତ ବର୍ଷରୁ ଏହି ସିରିଜ୍‌ ଆରମ୍ଭ ହୋଇଥିଲା। ହେଲେ କୋଭିଡ-୧୯ ମହାମାରୀ ଯୋଗୁ ଟୁର୍ନାମେଣ୍ଟକୁ ସ୍ଥଗିତ କରିଦିଆଯାଇଥିଲା। ଏହାର ମାତ୍ର ୪ ମ୍ୟାଚ୍‌ ଆୟୋଜନ କରାଯାଇପାରିଥିଲା। ଏବେ ଇଣ୍ଡିଆ ଲିଜେଣ୍ଡ ଟିମ୍‌ ସିରିଜ ପାଇଁ ପ୍ରସ୍ତୁତି ଶେଷ କରିଛି। ଟିମ୍‌ରେ ସଚିନ, ସେହଓ୍ବାଗ, ଯୁବରାଜ, ୟୁସୁଫ ପଠାନ, ନମନ ଓଝା(ଉଇକେଟକିପର), ଜାହିର, ମୁନାଫ ପଟେଲ, ଇରଫାନ୍‌ ପଠାନ, ମନପ୍ରିତ ସିଂହ ଗୋନି ଏବଂ ନୋଏଲ ଡେଭିଡ, ପ୍ରଜ୍ଞାନ ଓଝା ଆଦି ରହିଛନ୍ତି।

କେଉଁଠି ଖେଳାଯିବ ଏହି ମ୍ୟାଚ୍‌: ଛତିଶଗଡ଼ ରାୟପୁରସ୍ଥିତ ଶହିଦ ବୀର ନାରାୟଣ ସିଂହ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

କେଉଁଠି ଦେଖିପାରିବେ ମ୍ୟାଚ୍‌: ଏହି ସିରିଜର ସମସ୍ତ ମ୍ୟାଚ୍‌ର ସିଧାପ୍ରସାରଣ ଆଜିଠାରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ଦେଖିହେବ। କଲର୍ସ ସିନେପ୍ଲେକ୍ସ, କଲର୍ସ ୪ କନ୍ନଡା ସିନେମା, ରିସ୍ତେ ସିନେପ୍ଲେକ୍ସରେ ଏହାକୁ ଦେଖିବାକୁ ମିଳିବ।

ପୂର୍ଣ୍ଣ ସିରିଜ କାର୍ଯ୍ୟସୂଚୀ:
ମାର୍ଚ୍ଚ ୫ – ଇଣ୍ଡିଆ ଲିଜେଣ୍ଡ୍ସ ବା ବାଂଲାଦେଶ ଲିଜେଣ୍ଡ୍ସ
୬ ମାର୍ଚ୍ଚ – ଶ୍ରୀଲଙ୍କା ଲିଜେଣ୍ଡ୍ସ ବନାମ ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ
୭ ମାର୍ଚ୍ଚ – ଇଂଲଣ୍ଡ ଲିଜେଣ୍ଡ୍ସ ବା ବାଂଲାଦେଶ ଲିଜେଣ୍ଡ୍ସ
ମାର୍ଚ୍ଚ ୮ – ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବନାମ ଶ୍ରୀଲଙ୍କା ଲିଜେଣ୍ଡ୍ସ
ମାର୍ଚ୍ଚ ୯ – ଇଣ୍ଡିଆ ଲିଜେଣ୍ଡ୍ସ ବନାମ ଇଂଲଣ୍ଡ ଲିଜେଣ୍ଡ୍ସ
୧୦ ମାର୍ଚ୍ଚ – ବାଂଲାଦେଶ ଲିଜେଣ୍ଡ୍ସ ବନାମ ଶ୍ରୀଲଙ୍କା ଲିଜେଣ୍ଡ୍ସ
୧୧ ମାର୍ଚ୍ଚ – ଇଂଲଣ୍ଡ ଲିଜେଣ୍ଡ୍ସ ବନାମ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ
ମାର୍ଚ୍ଚ ୧୨ – ବାଂଲାଦେଶ ଲିଜେଣ୍ଡ୍ସ ବନାମ ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ
ମାର୍ଚ୍ଚ ୧୩ – ଇଣ୍ଡିଆ ଲିଜେଣ୍ଡ୍ସ ବନାମ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ
୧୪ ମାର୍ଚ୍ଚ – ଶ୍ରୀଲଙ୍କା ଲିଜେଣ୍ଡ୍ସ ବନାମ ଇଂଲଣ୍ଡ ଲିଜେଣ୍ଡ୍ସ
୧୫ ମାର୍ଚ୍ଚ – ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବନାମ ବାଂଲାଦେଶ ଲିଜେଣ୍ଡ୍ସ
୧୬ ମାର୍ଚ୍ଚ – ଇଂଲଣ୍ଡ ଲିଜେଣ୍ଡ୍ସ ବନାମ ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ
ମାର୍ଚ୍ଚ ୧୭ – ପ୍ରଥମ ସେମିଫାଇନାଲ
।ମାର୍ଚ୍ଚ ୧୯ – ଦ୍ୱିତୀୟ ସେମିଫାଇନାଲ
ମାର୍ଚ୍ଚ ୨୧ – ଫାଇନାଲ ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri