Posted inଜାତୀୟ

ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଲେ ପ୍ରେମିକା, କାରଣ ଜାଣିଲେ…

ଲକ୍ଷ୍ନୌ,୫।୩: ଉତ୍ତରପ୍ରଦେଶର ବରେଲି ଜିଲାର ଜଣେ ପ୍ରେମିକା ପ୍ରେମିକଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ। ଅପ୍ରତ୍ୟାଶିତ ଘଟଣା କ୍ରମରୁ ହଡ଼ବଡ଼େଇ ଯାଇ ପ୍ରେମିକ ଜଣକ ପରିବାର ସଦସ୍ୟଙ୍କ ସହ ଘରେ ତାଲା ଦେଇ ଫେରାର ହୋଇଯାଇଥିଲେ।

ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରେମିକଙ୍କ ଘର ସାମ୍ନାରେ ପ୍ରେମିକା ସେମିତି ବସି ରହିଥିଲେ। ପ୍ରେମିକ ଫେରିବା ପରେ ଏହା ଦେଖି ପୁଣି ପଳାଇବାକୁ ଚେଷ୍ଟା ଚଳାଇଥିଲେ। ଗ୍ରାମବାସୀ ପ୍ରେମିକଙ୍କୁ ବୁଝାଶୁଝା କରିବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ବହୁ ବାଦ ବିବାଦ ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଛନ୍ତି ପ୍ରେମିକ।

ବିହାର କଟିହାରର ୨୫ ବର୍ଷୀୟା ଯୁବତୀ ଶୀଶଗଡ଼କୁ ନିଜ ବଡ଼ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ। ଏହି ଗାଁର ଜଣେ ଯୁବକଙ୍କ ସହ ତାଙ୍କର ସାକ୍ଷାତ ହେବା ପରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ହରିୟାଣାର ଜଣେ ବନ୍ଧୁଙ୍କ ଘରକୁ ନେଇଯାଇଥିଲେ। ସେଠାରେ କିଛିଦିନ ରହିବା ପରେ ପ୍ରେମିକାଙ୍କୁ ଆଣି ତାଙ୍କ ଭଉଣୀଙ୍କ ଘରେ ଛାଡ଼ି ଦେଇଥିଲେ। ପ୍ରେମିକା ତାଙ୍କୁ ବହୁବାର ଫୋନ୍‌ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ଫଳରେ ପ୍ରେମିକା ଜଣକ ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଣଜାଙ୍କ କାନ୍ଧରେ ହାତ ରଖିଲେ ମାୟାବତୀ, କହିଲେ-୨୦୨୪ ନିର୍ବାଚନ ଏକତରଫା ହେବନାହିଁ

ଲକ୍ଷ୍ନୌ,୨୩।୮: ବହୁଜନ ସମାଜବାଦୀ ପାର୍ଟି ପ୍ରମୁଖ ମାୟାବତୀ ଅନ୍ୟ କୌଣସି ଦଳ ସହ ମେଣ୍ଟ ନ କରି ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି...

୨୦୨୪ ନିର୍ବାଚନୀ ମେଣ୍ଟରେ କଂଗ୍ରେସ ଆଗରେ ରହିବା ଜରୁରୀ: ସିବଲ…

ନୂଆଦିଲ୍ଲୀ,୯।୪ : ଲୋକସଭା ନିର୍ବାଚନ ସମ୍ପର୍କରେ ରାଜ୍ୟସଭା ଏମପି କପିଲ ସିବଲ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସିବଲ କହିଛନ୍ତି , ଭାଜପା ବିରୋଧରେ ୨୦୨୪...

ରାଜନୈତିକ ବିରୋଧରୁ ଶତ୍ରୁତା ଗଣତନ୍ତ୍ର ପାଇଁ ଭଲ ନୁହେଁ, କହିଲେ ସିଜେଆଇ …

ନୂଆଦିଲ୍ଲୀ, ୧୬।୭ : ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନା ଶନିବାର କହିଛନ୍ତି ଯେ ରାଜନୈତିକ ବିରୋଧକୁ ଶତ୍ରୁତାରେ ପରିଣତ କରିବା ଏକ ସୁସ୍ଥ...

ଖାଲି ପାଦରେ ବନ୍ୟାଞ୍ଚଳ ବୁଲିଲେ ଆଇଏଏସ୍‌ ଅଧିକାରୀ

ଦିଶପୁର,୨୮।୫: ଆସାମ ବନ୍ୟାରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଥିବା କାଛରା ଜିଲା ପରିଦର୍ଶନ କରିଥିଲେ ଆଇଏଏସ୍‌ ଅଧିକାରୀ କୀର୍ତ୍ତି ଜାଲ୍ଲି। ପରିଦର୍ଶନ ବେଳର ଫଟୋ ଏବେ ସୋସିଆଲ...

ପ୍ରିୟଙ୍କା ଗାନ୍ଧୀ ଅସୁସ୍ଥ

ନୂଆଦିଲ୍ଲୀ,୧୫ ।୧୧: କଂଗ୍ରେସର ଉତ୍ତର ପ୍ରଦେଶ ପ୍ରଭାରୀ ତଥା ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ମୁରାଦାବାଦ ଗସ୍ତ କରିବାର ଥିଲା । ହେଲେ...

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଇଁ ଡିନରର ଆୟୋଜନ କରିବେ କୋବିନ୍ଦ

ନୂଆଦିଲ୍ଲୀ,୨୧ ।୭: ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ୨୪ ଜୁଲାଇରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ୨୫ ଜୁଲାଇରେ ସେ ରାଷ୍ଟ୍ରପତି...

କମ୍ପାନୀଠାରୁ ରେମେଡେସିଭିର କିଣିବେ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୯।୫: କେନ୍ଦ୍ର ସରକାର ଏଣିକି ରାଜ୍ୟ ସରକାରଙ୍କୁ ରେମେଡେସିଭିର ଇଞ୍ଜେକ୍ସନ ଯୋଗାଇଦେବେ ନାହିଁ। ରେମେଡେସିଭିର ଇଞ୍ଜେକ୍ସନ ପାଇଁ ରାଜ୍ୟ ସରକାର ସିଧାସଳଖ କମ୍ପାନୀ ସହ ଯୋଗାଯୋଗ...

ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଲୋକ ସଭାରେ କଂଗ୍ରେସକୁ ଜବାବ ଦେଲେ ଅନୁରାଗ

ନୂଆଦିଲ୍ଲୀ,୧୮ ।୯: ଲୋକ ସଭାରେ ଶୁକ୍ରବାର ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ହୋଇଛି ।...

Advertisement
Archives

Model This Week