Home

ଓଲଟିଲା ଯାତ୍ରୀବାହୀ ବସ୍‌: ୧ ମୃତ, ୪ ଗୁରୁତର

ରାୟଗଡା ଅଫିସ, ୩୦।୧: ରାୟଗଡ଼ା ଜିଲା ବିଷମ କଟକ ଥାନା ଅଧୀନ ବେଠିଆପଡା ନିକଟରେ ଶନିବାର ଭାରସାମ୍ୟ ହରାଇ ‘ରଘୁନାଥ’ ନାମକ ଏକ ଯାତ୍ରୀବାହୀ ବସ୍‌ ଓଲଟିପଡିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ…

ସିଡନୀରେ ଟ୍ୟାକ୍ସି ଚଳାଉଛନ୍ତି ବାପା, ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ରେ ସ୍ଥାନ ପାଇବା ପରେ ଚର୍ଚ୍ଚାରେ ଏହି ଭାରତୀୟ…

ସିଡନୀ,୩୦।୧: ଅଷ୍ଟ୍ରେଲିଆ ଯୁବ ଲେଗ୍‌ ସ୍ପିନର ତନବୀର ସାଂଘା ଭାରତୀୟ ବଂଶୋଦ୍ଭବ ବୋଲି ଜଣାପଡ଼ିଥିଲା। ଏବେ ତାଙ୍କ ବାପା ଜଣେ ଟ୍ୟାକ୍ସି ଡ୍ରାଇଭର ବୋଲି ଜଣାପଡ଼ିଛି। ସାଂଘାଙ୍କ ବାପା ୧୯୯୭ରେ ପଞ୍ଜାବ ଜଳନ୍ଧରରେ ରହିମପୁର ଅଞ୍ଚଳରୁ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ସେ ସିଡନୀରେ…

ସିଲ୍‌ଭର ସ୍କ୍ରିନ୍‌ରୁ ଦୂରେଇ ଯାଇଥିଲେ ‘ଲେଡି ଅମିତାଭ’, ନିଜେ ବଖାଣିଲେ କାରଣ

ମୁମ୍ବାଇ : ତେଲଗୁ ଫିଲ୍ମରେ ‘ଲେଡି ଅମିତାଭ’ ନାଁରେ ପରିଚିତ ଅଭିନେତ୍ରୀ ବିଜୟାଶାନ୍ତି ୧୩ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି। ଫିଲ୍ମ ଜଗତରେ ଏ ଲମ୍ବା ଗ୍ୟାପ୍‌ ପରେ ସେ ତେଲଗୁ ଫିଲ୍ମ ‘ସରିଲେରୁ ନିକେବାରୁ’ ଜରିଆରେ ଫେରିଛନ୍ତି। ଦୀର୍ଘଦିନ…

୫୭ ବର୍ଷରେ ବି ଫିଟ୍‌ ଅଛନ୍ତି ନୀତା ଅମ୍ବାନୀ: ଜାଣନ୍ତୁ କିପରି…

ବର୍ତ୍ତମାନ ସମୟରେ ଯୁବର୍ଗଙ୍କ ପାଇଁ ମୋଟାପଣ ଏକ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି। ବୟସ୍କ ଲୋକମାନଙ୍କ ମେଦ ବୃଦ୍ଧ ଘଟିଲେ ସେମାନେ ଓଜନ କମ୍‌ କରିବାକୁ ଚେଷ୍ଟା କରନ୍ତି ନାହିଁ। ମାତ୍ର ଏମିତି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ୪୦ ବର୍ଷ…

ଦିଲ୍ଲୀ ହିଂସା ଥିଲା ଯୋଜନା ବଦ୍ଧ: ନୱାଜ ମଲିକ

ମୁମ୍ବାଇ,୩୦ ।୧: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି)ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ଥିବା ନୱାଜ ମଲିକ ଶନିବାର କହିଛନ୍ତି କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଉପୁଜିଥିବା ହିଂସା ଥିଲା ଯୋଜନା ବଦ୍ଧ । ଭାରତୀୟ ଜନତା ପାର୍ଟି(ଭଜପା) ସରକାର…

ଏହି ଖଣିରୁ ବାହାରିଲା ୩୭୮ କ୍ୟାରେଟ୍‌ ହୀରା, ଦାମ୍‌ ଜାଣିଲେ…

ଦକ୍ଷିଣ ଆଫ୍ରିକାର ବୋସଓ୍ବାନାରୁ ୩୭୮ କ୍ୟାରେଟ ହୀରାର ସନ୍ଧାନ ମିଳିଛି। ଯାହାର ଦାମ୍‌ ୧୧୦ କୋଟି ଟଙ୍କା। ଏହାକୁ ଗବେଷକମାନେ ଖଣିରୁ ଏହା ଖୋଜି ପାଇଛନ୍ତି। ଏହାକୁ ସବୁଠୁ ଉତ୍କୃଷ୍ଟ ମାନର ହୀରା କୁହାଯାଉଛି। ଏହି ହୀରାକୁ ନେଇ ଲ୍ୟୁସାରା କମ୍ପାନୀର…

ହାଉସ୍‌ ସର୍ଜନଙ୍କ ବଢ଼ିଲା ଷ୍ଟାଇପେଣ୍ଡ, ୩ ବର୍ଷ ପାଇଁ ଲାଗୁ

ଭୁବନେଶ୍ୱର,୩୦।୧: କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶେଷରେ ମାନିଛି ସ୍ବାସ୍ଥ୍ୟ ବିଭାଗ। ସରକାରୀ ମେଡିକାଲରେ କାର୍ଯ୍ୟରତ ହାଉସ୍‌ ସର୍ଜନଙ୍କ ଷ୍ଟାଇପେଣ୍ଡକୁ ରାଜ୍ୟ ସରକାର ବୃଦ୍ଧି କରିଥିବା ନେଇ ଶନିବାର ସୂଚନା ମିଳିଛି। ସର୍ଜନମାନେ ମାସିକ ୨୦ହଜାର ଷ୍ଟାଇପେଣ୍ଡ ପାଉଥିବା ବେଳେ ଏବେ ଏହାକୁ…

୭୨ ବର୍ଷର ମଦ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼, ଦାମ୍‌ ରହିଛି ଆକାଶଛୁଆଁ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ମହଙ୍ଗାରୁ ମହଙ୍ଗା ମଦ କିଣିବାରେ ସଉକ ରଖିଥାନ୍ତି। ଏପରିକି ଗୋଟିଏ ମଦ ବୋତଲର ଦାମ୍‌ ଏତେ ଯେ, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏମିତି ଏକ ଖବର ଶୁଣିବାକୁ…

ରାତିଅଧରେ ଘରଛାଡି ଚାଲିଗଲେ ଶାହାରୁଖ୍‌ଙ୍କ ଝିଅ

ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ସାଧାରଣ ଜନତାଙ୍କ ପରି ବଲିଉଡ୍‌ କଳାକାରଙ୍କୁ ମଧ୍ୟ ମାସ ମାସ ଧରି ଘରେ ରହିବାକୁ ପଡ଼ିଥିଲା। ଖାଲି ସେତିକି ନୁହେଁ ଅନେକ କଳାକାର ବିଦେଶରେ ପାଠ ପଢ଼ୁଥିବା ସେମାନଙ୍କ ପିଲାମାନଙ୍କୁ ମଧ୍ୟ…

ରେକର୍ଡ କଲେ ଏହି ପାକିସ୍ତାନୀ ବୋଲର୍‌; ୮୭ ବର୍ଷ କ୍ରିକେଟ ଇତିହାସରେ ଘଟି ନ ଥିଲା…

କରାଚି,୩୦।୧: ପାକିସ୍ତାନର ବାମହାତୀ ସ୍ପିନର ନୌମାନ ଅଲୀ ୩୪ ବର୍ଷ ବୟସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ ଖେଳିଥିଲେ। ପ୍ରଥମ ଟେଷ୍ଟର ଦ୍ୱିତୀୟ ପାଳିରେ ସେ ୫ ଉଇକେଟ ନେଇ ସେ ଇତିହାସ ରଚିଛନ୍ତି। ନୌମାନ ୫ ଉଇକେଟ…

ମହଙ୍ଗା ପଡ଼ିଲା ବିବାଦୀୟ ରାୟ: ସୁପାରିଶ ରୋକିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩୦।୧: ବମ୍ବେ ହାଇକୋର୍ଟଙ୍କ ଏକ ବିବାଦୀୟ ରାୟକୁ ନେଇ ଦେଶରେ ଚର୍ଚ୍ଚା ପରେ ସୁପ୍ରିମ୍‌କୋର୍ଟ ମାମଲାରେ ସମ୍ପୃକ୍ତ ବିଚାରପତିଙ୍କ ସୁପାରିଶ ରୋକିଛନ୍ତି। ସୁପ୍ରିମ୍‌କୋର୍ଟ କଲେଜିୟମ୍‌ରେ ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଡ଼ିଓ୍ବାଲାଙ୍କୁ ସ୍ଥାୟୀ ବିଚାରପତି କରାଯିବା ଲାଗି କେନ୍ଦ୍ର ସରକାରଙ୍କୁ…

ଶାଗ ତୋଳିବାକୁ ଯାଇ କୂଅରୁ ମିଳିଲା ମହିଳାଙ୍କ ମୃତଦେହ

ପୁରୁଷୋତ୍ତମପୁର,୩୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାର୍ଗୁଣାପଲ୍ଲୀ ଗ୍ରାମରେ ଶାଗ ତୋଳିବାକୁ ଯାଇ ବୁଧବାରଠାରୁ ନିଖୋଜ ଥିଲେ ଜଣେ ମହିଳା। ତେବେ ଶନିବାର ଗ୍ରାମଠାରୁ ୧ କିଲୋମିଟର ଦୂରରେ ଥିବା ବିଲମାଳରୁ ଏକ ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ ମିଳିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri