Posted inଜାତୀୟ

ନନ୍ଦିଗ୍ରାମରେ ଚଣ୍ଡୀପାଠ

କୋଲକାତା,୧୦ା୩: ମୁଁ ମଧ୍ୟ ଜଣେ ହିନ୍ଦୁ। ମୁଁ ପ୍ରତିଦିନ ଚଣ୍ଡୀପାଠ କରେ ବୋଲି ମଙ୍ଗଳବାର ଭାଜପାକୁ ବିଭାଜନବାଦୀ ରାଜନୀତି ନ କରିବାକୁ ଚେତାବନୀ ଦେଇଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ। ୭୦-୩୦ ଅନୁପାତ କଥା କହୁଥିବା ଲୋକେ ପବିତ୍ର ନନ୍ଦିଗ୍ରାମ ଆନ୍ଦୋଳନକୁ ଅପମାନିତ କରିଛନ୍ତି। କାରଣ ଏହି ଆନ୍ଦୋଳନକୁ ଉଭୟ ସମ୍ପ୍ରଦାୟର ଲୋକେ ମିଳିତ ଭାବେ ଲଢ଼ିଥିଲେ ବୋଲି ମମତା କହିଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ‘ମିଶନ ନନ୍ଦିଗ୍ରାମ’ ଆରମ୍ଭ କରିଛନ୍ତି। ବୁଧବାର ହଳଦିଆରେ ନାମାଙ୍କନପତ୍ର ଦାଖଲ କରିବାର ଦିନକ ପୂର୍ବରୁ ନନ୍ଦିଗ୍ରାମରେ ଟିଏମ୍‌ସି କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ମଧ୍ୟ ହିନ୍ଦୁ ପରିବାରର ଝିଅ। ମୋ ସହିତ ଭାଜପା ହିନ୍ଦୁ କାର୍ଡ ନ ଖେଳୁ। ଜଣେ ଭଲ ହିନ୍ଦୁ ହେବା ପାଇଁ କ’ଣ ଦରକାର ସେମାନେ ଜାଣିଛନ୍ତି କି? ହିନ୍ଦୁଧର୍ମ ସବୁ ସମ୍ପ୍ରଦାୟକୁ ସମ୍ମାନ ଦେବା ଶିଖାଏ। ଭାଜପା ବାରମ୍ବାର ୭୦-୩୦ ଅନୁପାତ କଥା କହୁଛି। କିନ୍ତୁ ଏଠାରେ ବିଭାଜନବାଦୀ ରାଜନୀତି ଚାଲିବ ନାହିଁ। ଘରୁ ପଦାକୁ ବାହାରିବା ପୂର୍ବରୁ ମୁଁ ଚଣ୍ଡୀପାଠ କରିଥାଏ ବୋଲି ମମତା କଡ଼ା ଜବାବ ଦେଇଛନ୍ତି।
ସହଯୋଗୀ ତଥା ବର୍ତ୍ତମାନର ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା ନେଇ ଘୋଷଣା କରିବା ପରେ ଏହା ହେଉଛି ମମତାଙ୍କ ପ୍ରଥମ କର୍ମୀ ସମ୍ମିଳନୀ। ଟିଏମ୍‌ସି କ୍ୟାଡରମାନଙ୍କୁ ସମ୍ବୋଧନ ବେଳେ ମମତା ଚଣ୍ଡୀପାଠର ଶ୍ଳୋକ ଆବୃତ୍ତି କରିଥିଲେ। ତାଙ୍କ ସରକାର ସଂଖ୍ୟାଲଘୁଙ୍କ ତୁଷ୍ଟୀକରଣରେ ଲାଗିଛି ବୋଲି ଭାଜପା ଅଭିଯୋଗ ଆଣୁଥିବାବେଳେ ହିନ୍ଦୁ ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମମତା ଏପରି କରିଥିବା କୁହାଯାଉଛି। ପଶ୍ଚିମବଙ୍ଗର ୨୯୪ ଆସନ ପାଇଁ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ୮ ପର୍ଯ୍ୟାୟରେ ନିର୍ବାଚନ ହେବ। ରାଜ୍ୟର ମୋଟ ଜନସଂଖ୍ୟାର ୩୦% ସଂଖ୍ୟାଲଘୁ ହୋଇଥିବାବେଳେ ନନ୍ଦିଗ୍ରାମରେ ମୁସଲିମ୍‌ ଭୋଟରଙ୍କ ସଂଖ୍ୟା ୪୦%।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷକୁ ୧୦୦ ହାତୀଙ୍କ ଜୀବନ ଯାଉଛି

ନୂଆଦିଲ୍ଲୀ, ୧୧।୮(ପି.ଟି.): ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ଲାଗି ରହିଛି। ଏହି ଲଢ଼େଇରେ ବର୍ଷକୁ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଏବଂ ୧୦୦ ହାତୀ ପ୍ରାଣ...

ଆଇଭିଏଫ୍‌ ଶିଶୁ ଉପରେ କେବଳ ମା’ଙ୍କର ଅଧିକାର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

କୋଚି,୧୮।୮: କେରଳ ହାଇକୋର୍ଟରେ ଆଇଭିଏଫ୍‌ ଦ୍ୱାରା ଜନ୍ମ ହୋଇଥିବା ଶିଶୁ ମାମଲାର ଶୁଣାଣି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ହାଇକୋର୍ଟ କହିଛନ୍ତି ଯେ...

କୁକୁଡ଼ା ଅଣ୍ଡା ନ ଦେବାରୁ ମାମଲା ଦାଏର…

ପୁଣେ,୨୧।୪: ଏକ ଫାର୍ମରେ କୁକୁଡ଼ା ଅଣ୍ଡା ନ ଦେବାରୁ ମାଲିକ ପୋଲିସ ଷ୍ଟେଶନରେ ପହଞ୍ଚି ଦାନା କମ୍ପାନୀ ବିରୋଧରେ ମାମଲା ଦାଏର କରିଛନ୍ତି। ଏଭଳି ଅଭାବନୀୟ...

ୟୁପିରୁ ମହିଳାଙ୍କୁ ଅପହରଣ କରି ଦିଲ୍ଲୀରେ ଗଣବଳାତ୍କାର

ମୁଜାଫରନଗର(ୟୁପି),୭।୩: କଲେଜ ଛାତ୍ରୀଙ୍କୁ ଅପହରଣ କରି ଦିଲ୍ଲୀ ନେଇ ସେଠାରେ ୫ ଜଣ ଅଭିଯୁକ୍ତ ଗଣବଳାତ୍କାର କରିଛନ୍ତି। ପୀଡ଼ିତାଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କ ବିରେଧରେ ମାମଲା...

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବୈଠକ: ଭାଗ ନେବ ନାହିଁ କଂଗ୍ରେସ

ନୂଆଦିଲ୍ଲୀ, ୧୯।୬: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ମୁଦ୍ଦାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦ ଭବନର ଲାଇବ୍ରେରୀରେ ବୁଧବାର ଅନୁଷ୍ଠିତ...

କାନ୍ଦିଲେ ସିନ୍ଧେ

ମୁମ୍ବାଇ,୪ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ଶିବସେନା-ଭାଜପା ମେଣ୍ଟ ସରକାର ବହୁପ୍ରତିକ୍ଷିତ ଫ୍ଲୋର ଟେଷ୍ଟରେ ଉତ୍ତିର୍ଣ୍ଣ ହୋଇଯାଇଛନ୍ତି । ଏକନାଥ ସିନ୍ଧେ ସରକାରଙ୍କୁ ୧୬୪ ବିଧାୟକ...

କରୋନାକୁ ନେଇ କାନାଡା ସହ ଅନୁଷ୍ଠିତ ବୈଠକରେ ଯୋଗ ଦେବେନାହିଁ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୫ ।୧୨: କୃଷକ ଆନ୍ଦୋଳନକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିଶ ଟ୍ରୁଡୋଙ୍କ ଟିପ୍ପଣିକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରଥିବା ଜାଣିବା ପରେ କାନାଡା ପ୍ରଧାନମନ୍ତ୍ରୀ...

ଘୃଣା ପ୍ରସାର କରୁଛନ୍ତି ଭାଜପା-ଆର୍‌ଏସ୍‌ଏସ୍‌: ରାହୁଲ

ନୂଆଦିଲ୍ଲୀ,୨୪।୧୦ : ଏକତା ଓ ଭ୍ରାତୃଭାବ ବଢ଼ାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ରବିବାର ସକାଳେ ହାଇଦ୍ରାବାଦରେ ପ୍ରବେଶ କରିଛି। ଭାଜପା ଏବଂ...

Advertisement
Archives

Model This Week