Posted inଜାତୀୟ

ଆଇଏନ୍‌ଏସ୍‌ କରଞ୍ଜ ନୌସେନାରେ ସାମିଲ

ମୁମ୍ବାଇ,୧୦।୩: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଛି। ବୁଧବାର ନୌସେନାରେ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ସବ୍‌ମେରାଇନ୍‌ ଆଇଏନ୍‌ଏସ୍‌ କରଞ୍ଜକୁ ମୁମ୍ବାଇର ନାଭାଲ ଡକ୍‌ ୟାର୍ଡରେ ଏକ ଉତ୍ସବରେ ସାମିଲ୍‌ କରାଯାଇଛି। ଏହି ଅବସରରେ ଚିଫ୍‌ ଅଫ୍‌ ନାଭାଲ ଷ୍ଟାଫ୍‌ ଆଡମିରାଲ କରମବୀର ସିଂ ଏବଂ ଅବସରପ୍ରାପ୍ତ ଆଡମିରାଲ ଭି.ଏସ୍‌. ଶେଖାଓ୍ବତ ଉପସ୍ଥିତ ଥିଲେ। ଫ୍ରାନ୍ସର ସହାୟତାରେ ନିର୍ମିତ ହୋଇଥିବା ଏହି ସବ୍‌ମେରାଇନ୍‌ ସାଇଲେଣ୍ଟ୍‌ କିଲର ଭାବେ ପରିଚିତ। ଏହା ୪୫ରୁ ୫୦ ଦିନ ପର୍ଯ୍ୟନ୍ତ ପାଣି ତଳେ ରହି ପାରିବ। ଏଥିରେ ସ୍ଟିଲଥ୍‌ ଜ୍ଞାନକୌଶଳ ବ୍ୟବହାର ହୋଇଥିବାରୁ ଏହା ସହଜରେ ଶତ୍ରୁର ରାଡାରରେ ଧରାପଡ଼ିବ ନାହିଁ। କରଞ୍ଜ୍‌ ପାଣି ତଳେ ୩୫୦ ମିଟର ତଳେ କାର୍ଯ୍ୟ କରିବାକୁ ସକ୍ଷମ। ଏହାର ଲମ୍ବ ୨୨୧ ଫୁଟ ଥିବାବେଳେ ଉଚ୍ଚତା ୪୦ଫୁଟ ରହିଛି। ସବ୍‌ମେରାଇନ୍‌ର ଗଭୀରତା ୧୯ ଫୁଟ। ସେହିପରି ଏହାର ଓଜନ ୧୫୬୫ ଟନ୍‌। ଏହାର ଆଭ୍ୟନ୍ତରରେ ୧୧ କିଲୋମିଟର ଲମ୍ବର ପାଇପ୍‌ ଏବଂ ୬୦ କିଲୋମିଟର ଲମ୍ବର କେବୁଲ ଫିଟିଙ୍ଗ୍‌ କରାଯାଇଛି। ଏଥିରେ ୩୬୦ ବ୍ୟାଟେରୀ ସେଲ ରହିଛି। ପ୍ରତି ସେଲର ଓଜନ ପ୍ରାୟ ୭୫୦ କିଲୋଗ୍ରାମ୍‌। ସେହିପରି ଏଥିରେ ୧୨୫୦ କିଲୋଓ୍ବାଟର ଡିଜେଲ ଇଞ୍ଜିନ୍‌ ରହିଛି। ସବ୍‌ମେରାଇନ୍‌ର ଥରକେ ୧୨୦୦୦ କିଲୋମିଟର ଯାତ୍ରା କରିବାର କ୍ଷମତା ରହିଛି। ଭାରତୀୟ ନୌସେନାରେ କରଞ୍ଜ ସାମିଲ ହେବା ପରେ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri