ବାଲ୍ୟବିବାହରେ ନିଖୋଜ ଜୀବନ

କାଠମାଣ୍ଡୁ,୧୦।୩: ଜଣେ ସରକାରୀ ଅଫିସର ହେବାକୁ ସ୍ବପ୍ନ ଦେଖୁଥିଲେ ସ୍ବପ୍ନା। ପ୍ରତି ରାତିରେ ଧୂଳିଧୂସରିତ ରାସ୍ତାକଡ଼ରେ ଥିବା କୁଡ଼ିଆ ଭିତରେ ଏହି ୧୭ ବର୍ଷୀୟା ଝିଅ ଏକ ସୌର ବଲ୍‌ବ ଜଳାଇ ବହି ଖଣ୍ଡେ ଧରି ବସୁଥିଲେ। ସେ ମନେ ମନେ ଏକ ସୁନେଲି ଭବିଷ୍ୟତ ଗଢ଼ୁଥିଲେ, ଯାହାକି ତାଙ୍କ ମା’ଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। କିନ୍ତୁ କରୋନା ଭାଇରସ୍‌ ନେପାଳକୁ କବଳିତ କରିବା ପରେ ସ୍କୁଲଗୁଡ଼ିକ ବନ୍ଦ ହୋଇଗଲା। ଫଳରେ ସ୍ବପ୍ନା ଏକାଗ୍ରତା ହରାଇଲେ। ଗାଁରେ ପଡ଼ିରହି ଆଉ କିଛି କରିବାର ନ ଥିଲା। ଶେଷରେ ସେ ଜୀବିକା ହରାଇଥିବା ଜଣେ ଶ୍ରମିକଙ୍କ ସହ ବନ୍ଧୁତା କଲେ। ଦୁହେଁ ପ୍ରେମରେ ପଡ଼ିଲେ ଓ ବାହା ହୋଇଗଲେ। ସ୍ବପ୍ନା ଏବେ ତାଙ୍କ ପେସାଦାର ସ୍ବପ୍ନ ଦେଖିବା ଛାଡ଼ିଦେଇଛନ୍ତି। ଆଉ ସ୍କୁଲକୁ ଫେରିବା ଯୋଜନା ବି ନାହିଁ। ୨ ମାସର ପୁଅକୁ ସ୍ତନ୍ୟପାନ କରାଇବା ପାଇଁ ବସିପଡ଼ି ସ୍ବପ୍ନା କହିଲେ, ମୁଁ ପାଠପଢ଼ା ଛାଡ଼ି ନ ଥିଲେ ଜୀବନରେ ସବୁକିଛି ଭିନ୍ନ ହୋଇଥାଆନ୍ତା। ସ୍ବପ୍ନାଙ୍କ ପ୍ରିଭେସି ସୁରକ୍ଷା ପାଇଁ ତାଙ୍କ ପ୍ରକୃତ ନାମକୁ ଏଠାରେ ଲୁଚାଇ ଦିଆଯାଇଛି।

ଏସିଆର ଅନ୍ୟତମ ଦରିଦ୍ର ଦେଶ ନେପାଳ ବିଦେଶାଗତ ଅର୍ଥ ଓ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ମହାମାରୀ ଉଭୟ ଉତ୍ସକୁ ବହୁଳ ଭାବେ ପ୍ରଭାବିତ କରିଛି। ଅନ୍ୟ ବର୍ଷଗୁଡ଼ିକରେ ଏହି ସମୟରେ ବିଦେଶୀ ପର୍ଯ୍ୟଟକମାନେ ଅନ୍ନପୂର୍ଣ୍ଣା ପର୍ବତମାଳା ଓ ଏଭାରେଷ୍ଟ ଶୃଙ୍ଗ ଚଢ଼ିବା ପାଇଁ ନେପାଳ ମୁହଁା ହୋଇଥାଆନ୍ତି। ଚଳିତ ବର୍ଷ ସେମାନଙ୍କଠାରୁ ଆସୁଥିବା ଅର୍ଥର ସ୍ରୋତ ଶୁଖିଯାଇଛି।

ନେପାଳର ଏକ ଛୋଟ ସହରରେ ସ୍ବପ୍ନାଙ୍କ ସହ ଯାହା ଘଟିଲା, ସାରା ବିଶ୍ୱର ବିକାଶଶୀଳ ଦେଶଗୁଡ଼ିକରେ ପ୍ରାୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ବାଲ୍ୟବିବାହ ଦ୍ରୁତଗତିରେ ବଢ଼ିଚାଲିଥିବା ନେଇ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି। ସ୍ବଳ୍ପ ବୟସ୍କା ଝିଅମାନଙ୍କୁ ସ୍କୁଲରେ ବହିବସ୍ତାନି ସହ ବାନ୍ଧି ରଖିବା ପାଇଁ କଷ୍ଟ ଅର୍ଜିତ ବିକାଶକୁ ଅନେକ ବର୍ଷ ପଛକୁ ଟାଣିନେଇଛି କରୋନା ମହାମାରୀ। ଚଳିତ ଦଶନ୍ଧିରେ ଅତିରିକ୍ତ ୧୦ ନିୟୁତ ଝିଅ ୧୮ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ବାଲ୍ୟବିବାହର ଶିକାର ହୋଇପାରନ୍ତି ବୋଲି ସୋମବାର ପ୍ରକାଶିତ ଏକ ରିପୋର୍ଟରେ ୟୁଏନ୍‌ ଚିଲଡ୍ରେନ୍‌ ଫଣ୍ଡ୍‌ ଆକଳନ କରିଛି। ୟୁନିସେଫ୍‌ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ହେନ୍‌ରିଏଟ୍ଟା ଫୋର୍‌ କହିଛନ୍ତି, କୋଭିଡ୍‌-୧୯ ଲକ୍ଷ ଲକ୍ଷ ଝିଅଙ୍କ ପାଇଁ କଠିନ ପରିସ୍ଥିତି ସୃଷ୍ଟି କରିସାରିଛି। କମ୍‌ ବୟସରେ ବାହା ହୋଇଥିବା ବହୁ ଝିଅଙ୍କ ଜୀବନ ଅକାଳରେ ଝଡ଼ିପଡ଼ୁଥିବାରୁ ଚିନ୍ତା ଆହୁରି ବଢ଼ିଯାଇଛି। ଗର୍ଭାବସ୍ଥାରେ ଅସୁବିଧା ଓ ଶିଶୁ ଜନ୍ମହାର ବିକାଶଶୀଳ ଦେଶଗୁଡ଼ିକରେ ୧୫ରୁ ୧୯ ବର୍ଷୀୟା ଝିଅଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ। ବାଲ୍ୟବଧୂଙ୍କ ପିଲାମାନେ ମୃତ୍ୟୁ ମୁଖରେ ପଡ଼ିବା ଆଶଙ୍କା ଅଧିକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ବିଶେଷଜ୍ଞଙ୍କ ମତରେ ମହାମାରୀ ସମୟରେ ଶିକ୍ଷାର ଅଭାବ, ଆର୍ଥତ୍କ ଦୁରବସ୍ଥା, ମା’ବାପାଙ୍କ ମୃତ୍ୟୁ ଓ ସ୍ବଳ୍ପ ବୟସରେ ଗର୍ଭବତୀ ହେବା ଭଳି କାରଣଗୁଡ଼ିକ ଯୋଗୁ ବାଲ୍ୟବିବାହ ବୃଦ୍ଧି ପାଇଛି।
କ୍ଷେତ୍ରରେ ଛୋଟ ଝିଅମାନଙ୍କୁ ମା’ବାପା ଓ ଅନ୍ୟ ଅଧିକାରୀମାନେ ବୟସ୍କ ବ୍ୟକ୍ତିଙ୍କ ସହ ବାହା ହେବା ପାଇଁ ବାଧ୍ୟ କରୁଛନ୍ତି। ବହୁ ବାଲ୍ୟବିବାହର ପଞ୍ଜୀକରଣ କରାଯାଉନାହିଁ। ୟୁନିସେଫ୍‌ ମତରେ ବିଶ୍ୱରେ ଏମିତି ୬୫୦ ନିୟୁତ ଝିଅ ଓ ମହିଳା ଅଛନ୍ତି, ଯାହାଙ୍କର ବାଲ୍ୟବିବାହ ହୋଇଥିଲା। ଭାରତ, ବାଂଲାଦେଶ, ନାଇଜେରିଆ, କେନିଆ, ଇଥିଓପିଆ ଓ ମାଳଦ୍ୱୀପରେ ବାଲ୍ୟବିବାହ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। କେତେକ ଅଞ୍ଚଳରେ ସ୍ବଳ୍ପ ବୟସରେ ଗର୍ଭବତୀ ହେବା ଘଟଣା ୩ ଗୁଣା ବଢ଼ିଛି। ନେପାଳରେ ବିବାହ ପାଇଁ ଆଇନତଃ ଯୋଗ୍ୟ ବୟସ ୨୦ ବର୍ଷ ହୋଇଥିବାବେଳେ ଏହି ସମସ୍ୟା ଉତ୍କଟ ହୋଇଛି।
ଲକ୍ଷ ନେପାଳୀ ଶ୍ରମିକ ବିଦେଶରେ କାମ କରନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ରୋଷେୟା, ସଫେଇ କର୍ମୀ, ଚାକର, ଗାର୍ଡ ଓ ଧାଈ ଭାବେ ଭାରତ କିମ୍ବା ମଧ୍ୟପ୍ରାଚ୍ୟରେ କାର୍ଯ୍ୟ କରି ଜୀବିକା ଅର୍ଜନ କରିଥାଆନ୍ତି। ଏହିପରି ଭାବେ ୨୦୧୯ରେ ନେପାଳକୁ ବିଦେଶରୁ ଆସିଥିବା ଅର୍ଥର ପରିମାଣ ଥିଲା ୮.୨୫ ବିଲିୟନ୍‌ ଡଲାର। କିନ୍ତୁ ମହାମାରୀ ଯୋଗୁ ଅନେକ ଦେଶର ଅର୍ଥନୀତି ଦୋହଲିଯାଇଥିବାରୁ ଏହି ଉତ୍ସ ସଙ୍କୁଚିତ ହୋଇଯାଇଛି। ନିକଟରେ ବହୁସଂଖ୍ୟକ ନେପାଳୀ ଘରକୁ ଫେରିଛନ୍ତି। ନେପାଳର ସହରଗୁଡ଼ିକରେ ମଧ୍ୟ ଅନେକେ ନିଯୁକ୍ତି ହରାଇଛନ୍ତି। ବହୁ ଯୁବକ ଏବେ ପାହାଡ଼ପର୍ବତ ଘେରା ସେମାନଙ୍କ ଗାଁରେ ଘୂରିବୁଲୁଛନ୍ତି। ସେମାନଙ୍କ ମଧ୍ୟରୁ ହରଦାସ ଅନ୍ୟତମ, ଯାହାଙ୍କୁ ସ୍ବପ୍ନା ମନର ମଣିଷ କରିନେଇଥିଲେ। ହରଦାସ(୨୦) କାଠମାଣ୍ଡୁ ଓ ନେପାଳଗଞ୍ଜ ଭଳି ସହରରେ ବୁଲି ବୁଲି ମିସ୍ତ୍ରି କାମ କରୁଥିଲେ। କିନ୍ତୁ ଗତବର୍ଷ ଏପ୍ରିଲରେ ମହାମାରୀ ଯୋଗୁ କାମ ବନ୍ଦ ହୋଇଯିବାରୁ ସେ ତାଙ୍କ ଗାଁ ରାପ୍ତି ସୋନାରିକୁ ଫେରିଥିଲେ।
ତଳ ରାସ୍ତା ଧୂଳିରେ ଆଚ୍ଛାଦିତ ଘରଗୁଡ଼ିକ ମଧ୍ୟରୁ ଅଧିକାଂଶ ମାଟି ଓ ପଥରରେ ତିଆରି। ସ୍ବପ୍ନାଙ୍କ ବାପା ରାମ ଦୟାଲ ଏକ ଅଟୋ ରିକ୍ସା ଆଣିଥିଲେ ଠିକ୍‌ ଲକ୍‌ଡାଉନ୍‌ ପୂର୍ବରୁ। ଏବେ ଗ୍ରାହକ ମିଳୁ ନ ଥିବାବେଳେ ସେ ମାସକୁ ପ୍ରାୟ ୩୦ ହଜାର ଟଙ୍କା ଶୁଝୁଛନ୍ତି। ଝିଅ ଏତେ କମ୍‌ ବୟସରେ ବାହା ହୋଇଗଲା ବୋଲି ରାମ ଦୟାଲ ଖୁସି ନ ଥିଲେ। କିନ୍ତୁ ସ୍ବପ୍ନା ଘରଛାଡ଼ି ଶ୍ୱଶୁରାଳୟ ଗଲେ ଆର୍ଥିକ ବୋଝ କମିଯିବ ଭାବି ସେ ବିବାହକୁ ଅନୁମତି ଦେଇଥିଲେ। ଘରେ ଆଉ ୫ଟି ମୁହଁକୁ ଖୁଆଇବାକୁ ପଡ଼ୁଛି ନା। ସ୍ବପ୍ନା ଯଦି ଦଶମ ଶ୍ରେଣୀ ପାଠ ପଢ଼ିଦେଇଥାଆନ୍ତେ ତେବେ ତାଙ୍କ ଜୀବନ ଆଉ ଟିକେ ଭଲରେ କଟିଥାଆନ୍ତା ବୋଲି ରାମ ଦୟାଲ କହନ୍ତି। ସ୍ବପ୍ନାଙ୍କ ମା’ ଘୁମ୍‌ନୀ ମଧ୍ୟ ପାଠଶାଠ ପଢ଼ି ନ ଥିବା ଜଣେ ବାଲ୍ୟବଧୂ ଥିଲେ, ଯାହାଙ୍କ ୪ ପିଲାଛୁଆ ଅଛନ୍ତି। ବାଲ୍ୟବିବାହ ବିରୋଧରେ ଲଢ଼େଇ କରୁଥିବା କର୍ମୀମାନଙ୍କ ମତରେ ସେମାନେ ଅଭୂତପୂର୍ବ କଠିନ ପରିସ୍ଥିତିରେ କାମ କରୁଛନ୍ତି। ସମସ୍ୟା ବଢ଼ି ବଢ଼ି ଚାଲିଛି। ଦେଶ ସାରା ଏପରି ଅନେକ ପରିବାର ସେମାନଙ୍କ କାହାଣୀ ଶୁଣାଇଛନ୍ତି, ଯେଉଁମାନେ ନିଜ ଝିଅଙ୍କୁ ବାଲ୍ୟବିବାହ ଭିତରେ ନିଖୋଜ ହୋଇଯାଉଥିବା ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୁକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୁକ ଯୁବତୀ(୨୧)ଙ୍କୁ…

ମଝି ସମୁଦ୍ରରେ ବୁଡ଼ିଗଲା ବୋଟ୍‌, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି , ନିଖୋଜ ଅଛନ୍ତି ଅନେକ ଯାତ୍ରୀ

ନିକୋସିଆ,୩୦ା୮: ଉତ୍ତର ସାଇପ୍ରସ୍‌ ଉପକୂଳରେ ଏକ ବୋଟ୍‌ ରବିବାର ବୁଡ଼ିଯାଇ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ନିଖୋଜ ଅଛନ୍ତି। ଏନେଇ ମୃତ୍ୟୁ ସଂଖ୍ୟା…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri