ଦକ୍ଷିଣ ଚାଇନା ସାଗରରେ ଆମେରିକା ଯୁଦ୍ଧପୋତ
ଓ୍ବାଶିଂଟନ,୨୫।୧: ଆମେରିକାର ଜୋ ବାଇଡେନ୍ ସରକାରଙ୍କ ପକ୍ଷରୁ ଚାଇନାର ତାଇଓ୍ବାନ ନୀତିକୁ ବିରୋଧ କରାଯିବା ସହିତ ଚେତାବନୀ ଦିଆଯାଇଥିଲା। ତାଇଓ୍ବାନ ବିରୋଧରେ ଚାଇନା ପକ୍ଷରୁ କରାଯାଉଥିବା ସୈନ୍ୟ ବାହିନୀ କାର୍ଯ୍ୟ କଳାପ, ରାଜନୈତିକ ଏବଂ ଆର୍ଥିକ ଚାପ କମ୍ କରିବା ଲାଗି…
ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ
ବୋଲଗଡ/ବେଗୁନିଆ,୨୫। ୧ (ଡି.ଏନ୍.ଏ.): ବୋଲଗଡ଼-ବେଗୁନିଆର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କର ରବିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା…
ମୋ ହୃଦୟ ଭାଙ୍ଗିଯାଇଥିଲା, କାହିଁକି ଏମିତି କହିଲେ ରିଷଭ ପନ୍ତ
ନୂଆଦିଲ୍ଲୀ,୨୫।୧: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟର ଚତୁର୍ଥ ଇନିଂସରେ ଅପରାଜିତ ୮୯ ସ୍କୋର କରି ଉଇକେଟ କିପର ରିଷଭ ପନ୍ତ ଭାରତକୁ ଐତିହାସିକ ବିଜୟ ଦେଇଥିଲେ। ପନ୍ତଙ୍କ ଇନିଂସରେ ଭାରତ ବ୍ରିସବେନରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରି ବର୍ଡର-ଗାଭାସ୍କର…
ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ
ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଚଳିତବର୍ଷ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଜିଲାସ୍ତରୀୟ ଉତ୍ସବରେ କେଉଁ ମନ୍ତ୍ରୀ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ତାଲିକା ପ୍ରକାଶ ପାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପୁରୀ,…
ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଭିନ୍ନକ୍ଷମ କମିଶନ
ଭୁବନେଶ୍ୱର,୨୫।୧(ବ୍ୟୁରେ): ରାଜଧାନୀର ଏକ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ମହିଳା ଓ ଯୁବତୀଙ୍କୁ ଯୌନ ଶୋଷଣ କରାଯାଉଥିବା ନେଇ ଭିଡିଓ ଭାଇରାଲ ପରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ଭିନ୍ନକ୍ଷମ କମିଶନ। ଏଥିସହ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ…
ନବୀନ ପୁଣି ଥରେ ସର୍ବୋତ୍ତମ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୧: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାରେ ପୁଣି ଥରେ ଏକ ନମ୍ବର ହୋଇଛନ୍ତି। ରାଜ୍ୟ ସ୍ତରରେ ସେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ମୁଖ୍ୟମନ୍ତ୍ରୀ ବୋଲି ଏକ ସର୍ଭେ ସଂସ୍ଥା କହିଛି। ଇଣ୍ଡିଆ ଟୁଡେ ଗ୍ରୁପ୍-କାର୍ଭି ଇନ୍ସାଇଟ୍ସ ମୁଡ୍ ଅଫ୍…
୩୨ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର
ନୂଆଦିଲ୍ଲୀ, ୨୫।୧(ପି.ଟି.): ଶିକ୍ଷା, କ୍ରୀଡା, କଳା, ସଂସ୍କୃତି, ସାମାଜିକ ସେବା ଓ ସାହସିକତା ଆଦି ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିବା ୩୨ ଜଣ ପିଲାଙ୍କୁ ଚଳିତ ବର୍ଷର ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ପ୍ରଦାନ କରାଯାଇଛି। ୨୧ ରାଜ୍ୟ…
ତେଲରେ ନିଆଁ
ଭୁବନେଶ୍ୱର, ୨୫।୧ (ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର କମିବା ଦେଖାଯାଉନାହିଁ। ଚଳିତ ସପ୍ତାହରେ ଇନ୍ଧନ ଦର ୪ଥର ବଢିଲାଣି। ସେହିଭଳି ଜାନୁୟାରୀରେ ତେଲ ଦର ୮ଥର ବୃଦ୍ଧି ପାଇବା ଅସହ୍ୟ ହେଲାଣି। ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ଶନିବାର ଲଗାତର…
ଏମ୍ସ ଉପନିର୍ଦ୍ଦେଶକ ନେଲେ ଟିକା
ନୂଆଦିଲ୍ଲୀ, ୨୫।୧: କରୋନା ଟିକା ନେବାକୁ ନେଇ ଏବେ ଲୋକଙ୍କ ମନରେ ଉତ୍ସାହଠାରୁ ଅଧିକ ଆଶଙ୍କା ଓ ଭୟ ଦେଖାଦେଉଛି। ଏହାକୁ ପ୍ରତିହତ କରିବା ପାଇଁ ସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି…
ପରେଡ୍ରେ ସାମିଲ ହେବେ ବାଂଲାଦେଶ ସୈନ୍ୟ
ନୂଆଦିଲ୍ଲୀ, ୨୫।୧ : ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ପରେଡ୍ରେ ଭାରତୀୟ ଯବାନଙ୍କ ସହ ପ୍ରଥମ ଥର ପାଇଁ ୧୨୨ ବାଂଲାଦେଶୀ ସୈନ୍ୟ ସାମିଲ ହେବେ। ସେମାନଙ୍କ ଦେଶକୁ ସ୍ବାଧୀନ କରାଇବାରେ ଭାରତୀୟ ସେନା ଯବାନମାନଙ୍କ ବଳିଦାନ…
ଶାସକ ଦଳରୁ ଓଲି ବିଦା
କାଠମାଣ୍ଡୁ, ୨୫ା୧: ନେପାଳ ରାଜନୀତି ସଙ୍କଟ ଦେଇ ଗତି କରୁଥିବାବେଳେ ଏବେ ପୁଣି ସୃଷ୍ଟି ହୋଇଛି ହଇଚଇ। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ ବାହାର ରାସ୍ତା ଦେଖାଇଛି ତାଙ୍କ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍ସିପି)। ପାର୍ଟିରୁ ତାଙ୍କୁ…
ଟ୍ରାକ୍ଟର ରାଲିକୁ ପୋଲିସ ଅନୁମତି
ନୂଆଦିଲ୍ଲୀ, ୨୫।୧(ପି.ଟି.): ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନରତ ଚାଷୀମାନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୋଲିସ ଅନୁମତି ପ୍ରଦାନ କରିଛି। ରବିବାର ଏ ସମ୍ପର୍କରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି। ଜାନୁୟାରୀ ୨୬ରେ ଶାନ୍ତିପୂର୍ଣ୍ଣ ଭାବେ ରାଲି ବାହାର କରିବା…
Archives


