ଜଙ୍ଗଲ, ଦ୍ୱୀପପୁଞ୍ଜ ମନ୍ତ୍ରଣାକକ୍ଷ

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା,୧୯।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାରେ ୪୮କି.ମି. ସମୁଦ୍ରତଟ। ସମୁଦ୍ରତଟରେ ୬୮୨ବର୍ଗକି.ମି. ଜାତୀୟ ଉଦ୍ୟାନ ଭିତରକନିକା। ତଟ ସୁରକ୍ଷା ବାହିନୀ ତଟାଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଜିଲାରେ ଜମ୍ବୁ, ତାଳଚୁଆ, ତନ୍ତିଆପାଳ ସାମୁଦ୍ରିକ ଥାନା, ରାଜନଗର ଓ ମହାକାଳପଡା ଥାନା ରହିଛି। ୫ ଥାନା ଓ ତଟ ସୁରକ୍ଷା ବାହିନୀ, ବନ ବିଭାଗର ନଜର ସତ୍ତ୍ୱେ ସମୁଦ୍ର ପଥ ଦେଇ କେନ୍ଦ୍ରାପଡ଼ାରୁ ବାଂଲାଦେଶ ପର୍ଯ୍ୟନ୍ତ ଅବାଧ ଯାତାୟାତ ଚାଲିଛି। ମାତ୍ର ୮ରୁ ୧୦ ଘଣ୍ଟା ମଧ୍ୟରେ ବାଂଲାଦେଶ ପର୍ଯ୍ୟନ୍ତ ସମୁଦ୍ର ପଥ ଖୋଲାଥିବାରୁ ଅନୁପ୍ରବେଶକାରୀ ଭାରତକୁ କେନ୍ଦ୍ରାପଡ଼ା ଜିଲା ମଧ୍ୟଦେଇ ପଶି ଆସୁଛନ୍ତି। ସେହିପରି ଜିଲାରୁ ଅବାଧରେ ସାମୁଦ୍ରିକ ଜୀବ ଓ ବନ୍ୟ ପ୍ରାଣୀ ଚୋରା ଚାଲାଣ ହେଉଛି। ସମୁଦ୍ରର ଶାମୁକା, ନୀଳ କଙ୍କଡ଼ାଠାରୁ ଆରମ୍ଭ କରି ଗୋ ମହିଷାଦି ଚାଲାଣ ହେଉଛି। ଅପରପକ୍ଷରେ ଅନୁପ୍ରବେଶକାରୀ ଜଙ୍ଗଲ ଜମି ବ୍ୟବହାର କରି ସ୍ଥାନୀୟ ଅଧିବାସୀର ପରିଚୟ ହାସଲ ସହ ବିଭିନ୍ନ ଅପରାଧରେ ସାମିଲ ହେଉଛନ୍ତି। ବିଶେଷକରି ମହାକାଳପଡ଼ା ବ୍ଲକ ଅଞ୍ଚଳ ଏବେ ଅପରାଧୀଙ୍କ ଗଡ଼ ପାଲଟିଛି। ସଡ଼କ ଯୋଗାଯୋଗ ପଥ ନ ଥିବା ଓ ଏହି ଅଞ୍ଚଳ ଜଙ୍ଗଲ ମଧ୍ୟରେ ବହୁ ଭାଗ ଥିବାରୁ ସାଧାରଣ ଲୋକଙ୍କ ନଜର ହଟାଇ ଅଶାନ୍ତ ପରିବେଶ ସୃଷ୍ଟି କରୁଛନ୍ତି। ଏପରି କି ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ସତ୍ତ୍ୱେ ଏହା ମଧ୍ୟରେ ଥିବା ବାବୁବାଲି, ଅଗରନାଶୀ, ଷୋଳମୁହାଣ, ମାଦଳୀ, ଲଞ୍ଚ ଘୋଲା ଆଦି ଦ୍ୱୀପପୁଞ୍ଜ ଅପରାଧୀଙ୍କ ମନ୍ତ୍ରଣାସ୍ଥଳ ପାଲଟିଛି। ଏହା ଜିଲା ତଥା ଦେଶ ପାଇଁ କ୍ଷତିକାରକ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ସ୍ଥାନୀୟ ଅଞ୍ଚଳର ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ଅରବିନ୍ଦ ରାଉତ ପ୍ରମୁଖ ଏହି ଅଞ୍ଚଳ କ୍ରମାଗତ ଭାବେ ଅପରାଧପ୍ରବଣ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, କରୋନା ସଂକ୍ରମଣ କଟକଣା ଜିଲାରେ ଜାରି ରହିଥିଲେ ମଧ୍ୟ ବର୍ଷ ଆରମ୍ଭରୁ ଅଦ୍ୟାବଧି ମହାକାଳପଡ଼ା ଓ ରାଜନଗର ବ୍ଲକର ୫ ଥାନାରେ ଶତାଧିକ ମହିଳା ଓ ଯୁବତୀଙ୍କ ନିଖୋଜ ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୯୫ ପ୍ରତିଶତ ମାମଲାକୁ ପ୍ରେମ ବ୍ୟାପାର କହି ତଦନ୍ତ ହେଉ ନ ଥିବା ବେଳେ ବାସ୍ତବରେ ଶ୍ରମିକ ଚାଲାଣ ପରି ଘଟଣା ପରବର୍ତ୍ତୀ କାଳରେ ଜଣାପଡୁଛି। ପର୍ଯ୍ୟାପ୍ତ ଜଙ୍ଗଲ ଜମିକୁ ଜିଲା ପ୍ରଶାସନ ପକ୍ଷରୁ ତନଖି କରାଯାଉ ନ ଥିବାରୁ ଜବରଦଖଲ ବଢିବା ସହ ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ ହେଉଛି। ଏହାକୁ ନେଇ ଉଠୁଥିବା କଳିକୁ ନେଇ ବହୁବାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ଗୁଳିଗୋଳାର ବ୍ୟବହାର ହେଉଛି। ଏପରି କି ୨୦୦୧ରେ ବନିପାଳରେ ଏକ ନକଲି ରେଡିଓ ଷ୍ଟେଶନ ନିର୍ମାଣ ଘଟଣା ଜଣାପଡିଥିବା ବେଳେ ୨୦୦୨ରେ ଫରେଷ୍ଟ ଗାର୍ଡ ଶ୍ୟାମ ସିଂହଙ୍କୁ ଗୁଳି ମାରି କେତେଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳରେ ଅନୁପ୍ରବେଶ ଏକ ସମସ୍ୟା ହୋଇଛି। ଖୋଲାମେଲା ସମୁଦ୍ର ତଟ ପାଇଁ ଅପରାଧୀମାନେ ଏଠାରେ ଆଡ୍ଡା ଜମାଇଛନ୍ତି। ୩ ସାମୁଦ୍ରିକ ଥାନାରେ ବୋଟ୍‌ ଓ କର୍ମଚାରୀ ଅଭାବ ତଟ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତି ଥାନାରେ ୮୧ କର୍ମଚାରୀ ଓ ଉଚ୍ଚ ଇଞ୍ଜିନଯୁକ୍ତ ବୋଟ୍‌ ନ ଥିବାରୁ ଅନୁପ୍ରବେଶକୁ ରୋକାଯାଇ ପାରୁ ନ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏସ୍‌ପି ମଡକର ସମ୍ବିତ ସମ୍ପଦ କହିଛନ୍ତି ଯେ, ସାମୁଦ୍ରିକ ଥାନାଗୁଡିକର ଭିତ୍ତିଭୂମି ସୁଦୃଢ଼ ପ୍ରକ୍ରିୟା ଜାରି ରହିଛି। କର୍ମଚାରୀ ଅଭାବକୁ ପୂରଣ କରାଯାଉଛି। ତନ୍ତିଆପାଳ ସାମୁଦ୍ରିକ ଥାନାରେ ବୋଟ ନାହିଁ। ଏଥିସହ ଉଚ୍ଚ ଅଶ୍ୱଶକ୍ତି ବିଶିଷ୍ଟ ବୋଟ୍‌ ପାଇଁ ଚିଠି ଲେଖା ଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri