ମାତ୍ର କିଛି ଘଣ୍ଟା ମଧ୍ୟରେ ମାକ୍ସଓ୍ବେଲଙ୍କଠାରୁ ଅରେଞ୍ଜ୍‌ କ୍ୟାପ ଛଡାଇ ଆଣିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୯।୪: ଆଇପିଏଲ୍‌ର ୧୪ତମ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ଓପନର ଶିଖର ଧାଓ୍ବନଙ୍କ ଚମତ୍କାର ଫର୍ମ ଜାରି ରହିଛି। ସେ ପଞ୍ଜାବ ଏକାଦଶ ପଞ୍ଜାବ ବିପକ୍ଷରେ ୯୨ ରନର୍‌ ପାଳି ଖେଳି ଦଳକୁ ଜିତାଇଥିଲେ। ଚଳିତ ଟୁର୍ନାମେଣ୍ଟରେ ଏହା ତାଙ୍କ ଦ୍ୱିତୀୟ ଅର୍ଦ୍ଧଶତକ। ଏହା ସହ ଧାଓ୍ବନ ଚଳିତ ଆଇପିଏଲ୍‌ରେ ସର୍ବାଧିକ ରନ୍‌ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍‌ ହେବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି। ଅର୍ଥାତ୍‌ ଏବେ ତାଙ୍କ ପାଖରେ ଅରେଞ୍ଜ୍‌ କ୍ୟାପ୍‌ ରହିଛି। ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ୍‌ ମାକ୍ସଓ୍ବେଲ୍‌ଙ୍କଠାରୁ ଅରେଞ୍ଜ କ୍ୟାପ୍‌ ଛଡାଇ ଆଣିଛନ୍ତି। ଧାଓ୍ବନ ୩ଟି ମ୍ୟାଚ୍‌ରେ ହାରାହାରି ୬୨ରେ ୧୮୬ ରନ୍‌ ସ୍କୋର କରିଚନ୍ତି। ସେହିପରି ମାସ୍କଓ୍ବେଲ ୩ଟି ମ୍ୟାଚ୍‌ରେ ୫୮.୬୬ ହାରରେ ୧୭୬ ରନ୍‌ କରିଛନ୍ତି। ଉଭୟ ନିଜ ନିଜ ତୃତୀୟ ମ୍ୟାଚ୍‌ରେ ଅରେଞ୍ଜ କ୍ୟାପ୍‌ ହାସଲ କରିଥିଲେ। ପ୍ରଥମେ ମାକ୍ସଓ୍ବେଲ ଅରେଞ୍ଜ କ୍ୟାପ୍‌ ଲଗାଇଥିବା ବେଳେ ଏହାର କିଛି ଘଣ୍ଟା ପରେ ଧାଓ୍ବନଙ୍କ ପାଖକୁ ଏହି କ୍ୟାପ୍‌ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଜୁନିୟର କୁସ୍ତି ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କୁସ୍ତି ଆସୋସିଏଶନ ଆନୁକୂଲ୍ୟରେ କଟକର ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌ରେ ଜୁନିୟର ଏବଂ କ୍ୟାଡେଟ୍‌ ବାଳକ ଫ୍ରିଷ୍ଟାଇଲ କୁସ୍ତି...

କେନ ଓ୍ବିଲିୟମସନଙ୍କ ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ

ବର୍ମିଂହାମ,୨୦।୬(ପି.ଟି.)- ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଅଧିନାୟକ କେନ ଓ୍ବିଲିୟମସନଙ୍କ ଅପରାଜିତ ଶତକ ବଳରେ ନ୍ୟୁଜିଲାଣ୍ଡ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। କିନ୍ତୁ...

୬ ରନ୍‌ରେ ଚାଲିଗଲେ ଦୁଇ ଓପନର

ଦୁବାଇ,୨୪।୧୦: ଆରମ୍ଭରୁ ସଙ୍କଟରେ ପଡ଼ିଯାଇଛି ଭାରତୀୟ ଦଳ। ମାତ୍ର ୬ ରନ୍‌ ମଧ୍ୟରେ ଦୁଇ ଓପନର ଆଉଟ୍‌ ହୋଇ ପ୍ୟାଭିଲିଅନ୍‌ ଫେରିଛନ୍ତି। ଉପଅଧିନାୟକ ରୋହିତ ପ୍ରଥମ...

ଉଡିଲା ଭାରତ ବିରୋଧୀ ବ୍ୟାନର

ଲିଡ୍ସ,୬।୭(ପିଟି)- ଚଳିତ ବିଶ୍ୱକପ୍‌ରେ ଆଉ ଏକ ରାଜନୈତିକ ବ୍ୟାନର ଦେଖିବାକୁ ମିଳିଛି। ସ୍ଥାନୀୟ ହେଡିଂଲେ ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ବେଳେ ଏକ...

ବେୟାରଷ୍ଟୋଙ୍କୁ ଆଇସିସିର ଭର୍ତ୍ସନା

ଦୁବାଇ, ୧୨ା୧୧ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କୁ ଭର୍ତ୍ସନା କରିଛି। ଅକ୍‌ଲାଣ୍ଡର ଇଡେନପାର୍କଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ...

୩୦୫୮ ଖେଳାଳିଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କରିପାରନ୍ତି ଏହି କ୍ରିକେଟର୍‌

ଲିଡ୍ସ,୨୭।୮: ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ ଏବେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ୨୦୨୧ରେ ସେ ଏପର୍ଯ୍ୟନ୍ତ ୧୩୯ରୁ ଅଧିକ ଟେଷ୍ଟ ରନ...

ରୁଷିଆନ୍‌ ବକ୍ସିଂ ଟୁର୍ନାମେଣ୍ଟ: କ୍ୱାର୍ଟରରେ ଗୌରବ, ଜାଙ୍ଗ୍ରା

ନୂଆଦିଲ୍ଲୀ, ୩୧।୭ (ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ଗୌରବ ସୋଲାଙ୍କି (୫୬ କିଗ୍ରା) ଓ ପିଙ୍କି ଜାଙ୍ଗ୍ରା (୫୧ କିଗ୍ରା) ରୁଷିଆର କାସ୍‌ପିୟାସ୍କଠାରେ ଚାଲିଥିବା...

ଅଲ୍‌ ଓଡ଼ିଶା କେ.ସି. ମେମୋରିଆଲ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ

ଭୁବନେଶ୍ୱର, ୨୫।୧୦(କ୍ରୀଡ଼ା ପ୍ରତିନିଧି)-କେ.ସି. ମେମୋରିଆଲ ଟ୍ରଷ୍ଟ ଓ ଉଡାନ ବ୍ୟାଡ୍‌ମିଣ୍ଟନ ଏକାଡେମୀ ଆନୁକୂଲ୍ୟରେ ଅଲ୍‌ ଓଡ଼ିଶା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଛି। ପଟିଆସ୍ଥିତ...

Advertisement


Archives

Model This Week