ଗୁଗଲକୁ ପଚରା ଯାଉଛି ଶାରୀରିକ ସମ୍ପର୍କକୁ ନେଇ ଅଧିକ ପ୍ରଶ୍ନ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୪: ଏବେ ସମସ୍ତଙ୍କ ହାତ ପାଆନ୍ତାରେ ଇଣ୍ଟରନେଟ୍‌। କୌଣସି ସମସ୍ୟାରେ ପଡ଼ିଲେ ଅବା ମନରେ କିଛି ପ୍ରଶ୍ନ ଆସିଲେ ତତ୍‌କ୍ଷଣାତ୍‌ ଗୁଗଲକୁ ପ୍ରଶ୍ନ ପଚରା ଯାଉଛି। ଏନେଇ ଟିଭି ବିଜ୍ଞାପନ ସହିତ ବିଭିନ୍ନ ସୋସିଆଲ ମିଡ଼ିଆରେ ଗୁଗଲକୁ ପ୍ରଶ୍ନ ପଚାରିବା ଲାଗି ପ୍ରଚାର କରାଯାଉଛି। କରୋନା ମହାମାରୀ ସଙ୍କଟରେ ଗୁଗଲ ଏବେ ମନରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରଶ୍ନର ଉତ୍ତରର ଏକ ମାଧ୍ୟମ ପାଲଟିଛି। ଗୁଗଲକୁ ଅଧିକ କେଉଁ ପ୍ରକାର ପ୍ରଶ୍ନ ପଚରା ଯାଇଥାଏ, ସେନେଇ ଏକ ସର୍ଭେ କରାଯାଇଥିଲା। ଜଣାପଡ଼ିଥିଲା ଶାରୀରିକ ସମ୍ପର୍କ ସମ୍ପର୍କିତ ପ୍ରଶ୍ନ ଅଧିକ ସଂଖ୍ୟାରେ ଗୁଗଲକୁ ପଚରା ଯାଇଥାଏ। ଏଭଳି ପ୍ରଶ୍ନ ପଚାରୁଥିବା ୟୁଜରଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଟିନ୍‌ଏଜର ଅଧିକ । ୟୁଜର ପ୍ରାୟତଃ ଶାରୀରିକ ସମ୍ପର୍କ ଯୋଗୁ କାହିଁକି ମନ ଖୁସି ରୁହେ ସେ ପ୍ରଶ୍ନ ଅଧିକ ପଚାରିଥାନ୍ତି। ସେହିପରି ଶାରୀରିକ ସମ୍ପର୍କ ବିଷୟରେ ସ୍ବପ୍ନ ଦେଖିବା ଭଲ ନା ଖରାପ, କେଉଁ ରୋଗ ଏହି ସମ୍ପର୍କ ଦ୍ୱାରା ବ୍ୟାପିଥାଏ, ଅଧିକ ସମୟ ସମ୍ପର୍କ ରକ୍ଷା ପାଇଁ କ’ଣ କରାଯିବା ଆବଶ୍ୟକ, ମାସକୁ ଅବା ସପ୍ତାହରେ ଏଭଳି ସମ୍ପର୍କ କେତେ ଥର ରଖିବା ଉଚିତ, ସମ୍ପର୍କ ସ୍ଥାପନ ସମୟରେ ଯନ୍ତ୍ରଣା ହୁଏକି-ଯଦି ହୁଏ କାହିଁକି ଆଦି ପ୍ରଶ୍ନ ପଚରା ଯାଇଥାଏ ବୋଲି ଗବେଷକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହା ସହିତ ଗର୍ଭଧାରଣରୁ କିପରି ଦୁରେଇ ରହିବେ ଆଦି ପ୍ରଶ୍ନ ୟୁଜର ଗୁଗଲକୁ ପଚାରୁ ଥିବା ସର୍ଭେ ରିପୋର୍ଟ ଦର୍ଶାଯାଇଛି। ଲକ୍‌ଡାଉନ୍‌ ଏବଂ ଶର୍ଟ ଡାଉନ୍‌ ସମୟରେ ଏଭଳି ପ୍ରଶ୍ନ ପଚାରୁଥିବା ୟୁଜରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଡିଜିଟାଲ ସେନସରଶିପ୍‌କୁ ବିରୋଧ: ଫେସବୁକ୍‌-ଗୁଗଲ-ଟୁଇଟର ଦେଶ ଛାଡ଼ିବାକୁ ଦେଲେ ଧମକ

ଇସଲାମାବାଦ୍‌,୨୯।୨: ପାକିସ୍ତାନର ଡିଜିଟାଲ ସେନସରଶିପ୍‌ ଆଇନକୁ ବିରୋଧ କରି ଫେସବୁକ୍‌, ଗୁଗଲ,ଟୁଇଟର ଆଦି ସୋସିଆଲ ମିଡ଼ିଆ ଦେଶ ଛାଡ଼ିବାକୁ ଦେଲେ ଧମକ ଦେଇଛନ୍ତି। ଏନେଇ ସୋସିଆଲ୍‌...

ଡାଇବେଟିସ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଖାଆନ୍ତୁ ଏହି ପତ୍ରର ଚଟଣି…

ଧନିଆ ପତ୍ର ଚଟଣି ଶରୀର ପାଇଁ ବହୁ ଉପକାରୀ। ନିୟମିତ ଏହାକୁ ଖାଇଲେ ଶରୀରରେ ଇନସୁଲିନ କ୍ଷରଣ ସ୍ବାଭାବିକ ହେବା ସହ ସୁଗାର ଲେବଲ୍‌ କମ...

ବାର୍‌ବାଡୋସ୍‌ରୁ ସରିବ ବ୍ରିଟିଶ ଯୁଗ

ବ୍ରିଜ୍‌ଟାଉନ, ୨୯ା୧୧: ବିଶ୍ୱର ଅନେକ ଦେଶକୁ ଶାସନ କରିଥିବା ବ୍ରିଟେନ୍‌ ହାତରୁ ମୁକୁଳି ଏବେ ନୂଆକରି ଗଣତନ୍ତ୍ର ଦେଶ ହେବାକୁ ଯାଉଛି ବାର୍‌ବାଡୋସ୍‌। ସ୍ବାଧୀନ ହେବା...

ପ୍ରସ୍ତର ଯୁଗ ରହସ୍ୟ ଖୋଲିଲା ‘ଚୁଇଂଗମ୍‌’

କୋପେନହେଗେନ: ଡେନ୍‌ମାର୍କର ସିଲ୍‌ଥୋଲମ୍‌ରେ ଉତ୍‌ଖନନ ସମୟରେ ୫୭୦୦ ବର୍ଷର ପୁରୁଣା ଏକ ଚୁଇଂଗମ୍‌ ମିଳିଛି। ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରସ୍ତର ଯୁଗ...

କରୋନା ଛଡ଼ାଉଛି ଆଘ୍ରାଣ କ୍ଷମତା

ପ୍ୟାରିସ,୭ା୭: ମହାମାରୀ କରୋନା ଯୋଗୁ ସାରା ବିଶ୍ୱବାସୀ ଦୁର୍ଦ୍ଦଶାରେ ଜିଉଁଛନ୍ତି। ଅଦ୍ୟାବଧି ୧.୧୬ କୋଟିରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୫ ଲକ୍ଷ ୪୦...

‘ସୌଦି ରାଜା ମୃତ କିମ୍ବା ମୃତ୍ୟୁଶଯ୍ୟାରେ’

ରିୟାଧ,୯ା୩(ଆଇଏଏନ୍‌ଏସ୍‌): ସୌଦି ଆରବରେ ବିଦ୍ରୋହ ଉଦ୍ୟମ ଅଭିଯୋଗରେ ରାଜ ପରିବାରର ୩ ଜଣଙ୍କୁ ଅଟକ ରଖାଯିବା ପରେ ୮୪ ବର୍ଷୀୟ ରାଜାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କଳ୍ପନାଜଳ୍ପନା...

ପାକିସ୍ତାନ ଓ୍ବେବ୍‌ସାଇଟ୍‌ରେ ଶ୍ରୀରାମଙ୍କ ଫଟୋ, ହ୍ୟାକ୍‌ର ଲେଖିଲେ…

ଇସ୍‌ଲାମାବାଦ,୧୬ା୮: ସ୍ବାଧୀନତା ଦିବସ ଅବସରରେ, କେତେକ ହ୍ୟାକର ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଥିଲେ। ଏହା ଅଗଷ୍ଟ ୧୫ର ଅଭିନନ୍ଦନ ବାର୍ତ୍ତା ଥିଲା। କେବଳ...

ପିଲାଙ୍କୁ ବୁଦ୍ଧିଆ କରେ ଗପ

ଆଜିକାଲି ଅଧିକାଂଶ ପିଲା ମୋବାଇଲ୍‌, ଟାବଲେଟ୍‌, ଟିଭି, କମ୍ପ୍ୟୁଟର କିମ୍ବା ଲାପ୍‌ଟପ୍‌ରେ ଅଧିକ ସମୟ କଟାଉଛନ୍ତି। ଫଳରେ ପରିବାର ଭିତରେ ଥାଇ ସୁଦ୍ଧା ସେମାନେ ଏକାକୀ...

Advertisement


Archives

Model This Week