ଲକ୍‌ଡାଉନ୍‌ ଲାଗୁ କରିବା ଅଧିକାର ରାଜ୍ୟ ସରକାରଙ୍କର: ଶାହା

ନୂଆଦିଲ୍ଲୀ,୧୯।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେତେକ ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ସଂକ୍ରମଣ ବୃଦ୍ଧି ପାଉଥିବା ଅନ୍ୟ ରାଜ୍ୟରେ ଲକ୍‌ଡାଉନ୍‌ ଲଗାଯିବା ନେଇ ଏକ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଲକ୍‌ଡାଉନ୍‌ ଲାଗୁ କରିବା ଅଧିକାର ଏବେ ରାଜ୍ୟ ସରକାରଙ୍କର। ରାଜ୍ୟ ସରକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପର୍କିତ ପଦକ୍ଷେପ ଗ୍ରହଣ କରିପାରିବେ। ଗତ ୩ମାସ ଧରି କେନ୍ଦ୍ର ସରକାର ଲକ୍‌ ହାଉନ୍‌ ଲାଗୁ କରିବା ସମ୍ପର୍କରେ ନିର୍ଣ୍ଣୟ ଗ୍ରହଣ କରିବାର ଅଦତ୍କାର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଲକ୍‌ଡାଉନ୍‌ ଲାଗୁ କରିବା ନିଷ୍ପତ୍ତି ନେଇ ଏବେ ରାଜ୍ୟ ସରକାର ସ୍ବାଧୀନ ଭାବେ ସ୍ଥିତି ଅନୁସାରେ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

କେବଳ ଆନ୍ଦୋଳନ ପାଇଁ ଲାଠିଚାଳନା କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୭: କେବଳ ଆନ୍ଦୋଳନ ଚାଲିବାକୁ ନେଇ ପୋଲିସ ମାତ୍ରାଧିକ ବଳପ୍ରୟୋଗ କିମ୍ବା ହିଂସା କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ଏନ୍‌ଇଇଟି ପରେ ସରକାରଙ୍କ ଚିନ୍ତା ବଢ଼ାଇଛି ଇ-୨୦ ଅସନ୍ତୋଷ: ଅଗଷ୍ଟ ୪ରେ…

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଏନ୍‌ଇଇଟି ବିବାଦ ପରେ ଏବେ ୨୦% ଇଥାନଲ୍‌-ମିଶ୍ରିତ ପେଟ୍ରୋଲ (ଇ-୨୦)କୁ ନେଇ କେନ୍ଦ୍ର ସରକାରଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର କେତେକ ପ୍ରମୁଖ…

ଇରାନକୁ ସହାୟତା କରୁଛି ରୁଷିଆ! ଜେଲେନସ୍କିଙ୍କ ଦାବି ଉପରେ ଟ୍ରମ୍ପଙ୍କ ବଡ଼ ବୟାନ

ଓ୍ବାଶିିଂଟନ,୨୮।୭: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଦ୍ୱାରା କରାଯାଇଥିବା ଏକ ଦାବିର ଜବାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜେଲେନସ୍କି କହିଥିଲେ ଯେ ରୁଷିଆ ଆମେରିକା…

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri