ଆଜି ରାଜ୍ୟରେ ୩୩୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୫।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ…
୭୨ ବର୍ଷର ରେକର୍ଡ ଭାଙ୍ଗିଲେ ପନ୍ତ
ବର୍ମିଂହାମ୍, ୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରି ରିଷଭ ପନ୍ତ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ସେ ୫୭ ରନରେ ଆଉଟ୍ ହୋଇଥିଲେ। ଏହି ଇନିଂସ ସହିତ…
ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୫।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୧୩୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…
ପ୍ରେମୀଯୁଗଳଙ୍କ ସମେତ ୩ ଗିରଫ
ଭୁବନେଶ୍ୱର,୫।୭(ବ୍ୟୁରୋ):ଚାକିରି ଦେବା ଆଳରେ ଅନ୍ଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପ୍ରେମୀଯୁଗଳଙ୍କ ସମେତ ୩ ଜଣଙ୍କୁ ଭୁବନେଶ୍ୱର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ ସୋମବାର ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଧଉଳି ଥାନା ଲିଙ୍ଗିପୁର ଇନ୍ଦିରାଗାନ୍ଧୀ…
ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ ଜେଲଦଣ୍ଡ
ଭୁବନେଶ୍ୱର,୫।୭(ବ୍ୟୁରୋ):ଶହୀଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ୨୦୧୨ରେ ଜଣେ ମହିଳାଙ୍କୁ କିରୋସିନ ଢାଳି ହତ୍ୟା ମାମଲାର ରାୟ ପ୍ରକାଶ ସୋମବାର ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସ୍ବାମୀ ଟୁଟୁ ଗୁନି (୪୭)ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ୫…
ନିଶା କବଳରେ ବାଳକ, ବଢୁଛି ଅପରାଧ
ଜଗତ୍ସିଂହପୁର ଅଫିସ, ୫ା୭:ଦିନ ଥିଲା ଅଧିକାଂଶ ବାଳ ଅପରାଧୀ ଅର୍ଥନୈତିକସ୍ତରରେ ପଛୁଆ ରହୁଥିଲେ। କିନ୍ତୁ ଏବେ ଅଧିକାଂଶ ଆର୍ଥିକସ୍ତରରେ ସ୍ବଚ୍ଛଳ ଥିବା ପରିଲକ୍ଷିତ ହେଉଛି। ଏହାର କାରଣ ହେଉଛି ପିଲାମାନଙ୍କୁ ପରିବାରରୁ ବିଶେଷକରି ଟଙ୍କା ଓ ମୋବାଇଲ ଆଦି ସହଜରେ ମିଳିଯାଉଛି।…
ଆଶା ଆଶଙ୍କାରେ ବିତୁଛି ଜୀବନ
କେନ୍ଦ୍ରାପଡ଼ା ଅଫିସ, ୫ା୭:କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଚାରିଘରିଆ ଗ୍ରାମବାସୀ ସ୍ଥାନାନ୍ତରକୁ ନେଇ ଚିନ୍ତାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ବନାଞ୍ଚଳରୁ ହଟିଯିବା ପାଇଁ ସେମାନଙ୍କୁ ବାରମ୍ବାର ନୋଟିସ ହେଉଛି। ସେମାନଙ୍କ ଥଇଥାନ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ ହୋଇ…
ତାଳଧ୍ୱଜ, ଦର୍ପଦଳନ ରଥ ଚକରେ ଫାଟ
ପୁରୀ ଅଫିସ,୫।୭:ରଥଯାତ୍ରା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକରେ ଫାଟ ହୋଇଥିଲା। ଏବେ ବାହୁଡ଼ା ଯାତ୍ରା ପୂର୍ବରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକରେ ଫାଟ ଦେଖିବାକୁ ମିଳିଛି। ତାଳଧ୍ୱଜ ରଥର ପଡ଼ିନାହାକା ଚକ…
‘ସଙ୍ଗୀତ ଲୋକଙ୍କ ଭାବପ୍ରବଣତାକୁ ସ୍ପର୍ଶ କରେ’
ଭୁବନେଶ୍ୱର, ୫।୭(ବ୍ୟୁରୋ):ଓଡ଼ିଶା ନଲେଜ୍ ହବ୍ ଲେକ୍ଚର ସିରିଜ୍ ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୬ରୁ ବିଭିନ୍ନ କ୍ଷେତ୍ରରେ ନୂତନ ତଥା ଉଦୀୟମାନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଓଡ଼ିଶା ନଲେଜ୍ ହବ୍ (ଓକେଏଚ୍) ଲେକ୍ଚର ସିରିଜ୍ ଆୟୋଜନ…
‘ଜଗନ୍ନାଥ ବନ ପ୍ରକଳ୍ପର ପୁନରୁଦ୍ଧାର ଜରୁରୀ’
ପୁରୀ ଅଫିସ,୫।୭:ରଥ ନିର୍ମାଣରେ ଲାଗୁଥିବା କାଠର ଅଭାବୀ ସ୍ଥିତି ସମସ୍ୟା ବଢ଼ାଉଛି। ପ୍ରତିବର୍ଷ ଶ୍ରୀଜୀଉଙ୍କ ପାଇଁ ନୂଆ ରଥ ନିର୍ମାଣ ହେଉଛି। ଫାସୀ, ଅସନ ଓ ଧଉରା କାଠ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ପଡ଼ୁଛି। ଧୀରେ ଧୀରେ ଏସବୁ କାଠ ଦୁର୍ଲଭ…
ସୃଷ୍ଟି ହେଲା ଲଘୁଚାପ, ଆରମ୍ଭରୁ ବର୍ଷିଲା
ଭୁବନେଶ୍ୱର, ୫ା୭(ବ୍ୟୁରୋ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ…
ଶେଷ ସପ୍ତାହରେ ଯୁକ୍ତ୨ ପରୀକ୍ଷାଫଳ
ଭୁବନେଶ୍ୱର, ୫।୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳ ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ। ଏ ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଗତ ଦୁଇବର୍ଷ…

