ପ୍ରେମୀଯୁଗଳଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୫।୭(ବ୍ୟୁରୋ):ଚାକିରି ଦେବା ଆଳରେ ଅନ୍‌ଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପ୍ରେମୀଯୁଗଳଙ୍କ ସମେତ ୩ ଜଣଙ୍କୁ ଭୁବନେଶ୍ୱର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ ସୋମବାର ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଧଉଳି ଥାନା ଲିଙ୍ଗିପୁର ଇନ୍ଦିରାଗାନ୍ଧୀ କଲୋନୀରେ ରହୁଥିବା ଗଞ୍ଜାମର ପାଟପୁର ଥାନାଞ୍ଚଳର ମଙ୍ଗୁଳି ସ୍ବାଇଁ(୨୮), ତାଙ୍କ ପ୍ରେମିକା ତଥା ଢେଙ୍କାନାଳର ହିମାଦ୍ରୀ ବେହେରା(୨୩) ଓ କଟକ ଜିଲା ଆଠଗଡ଼ ଥାନା ଅଞ୍ଚଳର ଉମାକାନ୍ତ ରଣା(୫୧)। ଏନେଇ ପୋଲିସ ଏକ ମାମଲା (ନଂ-୨୩/୨୦୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ଏପରି ଏକାଧିକ ଲୋକଙ୍କୁ ଠକେଇ କରିଥିବା ଜଣାପଡିବା ପରେ ଏନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ମଙ୍ଗୁଳି ଓ ହିମାଦ୍ରୀ ଦୁହେଁ ସ୍ବାମୀ-ସ୍ତ୍ରୀ ପରିଚୟ ଦେଇ ଧଉଳି ଅଞ୍ଚଳରେ ରହି ଠକେଇ ର଼୍ୟାକେଟ ଚଳାଇଥିଲେ। ଅଭିଯୁକ୍ତ ଉମାକାନ୍ତ ସେମାନଙ୍କୁ ସହଯୋଗ କରିବା ସହ ଠକେଇ ପାଇଁ ଚାକିରି ଆଶାୟୀଙ୍କୁ ଯୋଗାଡ଼ କରୁଥିଲେ। ପାହାଳ ଥାନା ଫୁଲନଖରା ଅଞ୍ଚଳର ସାଗରିକା ଜେନା ଅନଲାଇନ୍‌ରେ ଚାକିରୀ ଖୋଜୁଥିଲେ। ସେ ଫେସ୍‌ବୁକରେ ଏକ ଚାକିରୀ ବିଜ୍ଞାପନ ଦେଖିଥିଲେ। ଏହି ବିଜ୍ଞାପନ ପ୍ରତାପ ପ୍ରଧାନ ନାମକ ଏକ ଆକାଉଣ୍ଟରୁ ପୋଷ୍ଟ ହୋଇଥିଲା। ତେଣୁ ସାଗରିକା ତାଙ୍କ ସହ ମେସେଞ୍ଜର ଜରିଆରେ ଯୋଗାଯୋଗ କରି ଏକ ମୋବାଇଲ୍‌ ନମ୍ବର ପାଇଥିଲେ। ଉକ୍ତ ମୋବାଇଲ ନମ୍ବର ହିମାଦ୍ରିଙ୍କର ଥିଲା। ସେଥିରେ ସାଗରିକା ଯୋଗାଯୋଗ କରିବା ପରେ ହିମାଦ୍ରୀ ନିଜକୁ ଏକ କମ୍ପାନୀର ଏଚ୍‌ଆର୍‌ ବୋଲି ପରିଚୟ ଦେଇଥିଲେ। ଏହାପରେ ସେ ମଙ୍ଗୁଳିଙ୍କ ସହ କଥା କରାଇଥିଲେ। ପରେ ଏନ୍‌ସିଇଆର୍‌ଟିରେ ପିଅନ ଚାକିରୀ ଦେବାକୁ କହିବାରୁ ସାଗରିକା ରାଜି ହୋଇଥିଲେ। ଏଥିପାଇଁ ହିମାଦ୍ରୀ ତାଙ୍କଠାରୁ ୩୦ହଜାର ଟଙ୍କା ଦାବି କରିଥିଲେ। ଏଥିସହ ଆଉ କିଛି ଚାକିରି ଆଶାୟୀଙ୍କୁ ଯୋଗାଡ଼ କରିବାକୁ କହିବାରୁ ହିମାଦ୍ରୀ କଥାରେ ବିଶ୍ୱାସ କରି ତାଙ୍କ ଭଉଣୀ ପାଇଁ ଏକ ଟେକ୍ନିକାଲ ଚାକିରୀ ଖୋଜିବାକୁ ସାଗରିକା କହିଥିଲେ। ଗୋପାଳପୁର ପୋର୍ଟରେ ଏହି ଚାକିରି ପାଇଁ ୩୦ ହଜାର ଟଙ୍କା ଦେଲେ ହୋଇଯିବ ବୋଲି ହିମାଦ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମଙ୍ଗୁଳି ଓ ହିମାଦ୍ରୀଙ୍କ କଥାରେ ବିଶ୍ୱାସ କରି ସାଗରିକା ଅଭିଯୁକ୍ତଙ୍କୁ ଗତ ଜୁନ ୯ ଓ ୧୦ ତାରିଖରେ ୬୦ ହଜାର ଟଙ୍କା ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇ ଜୁନ ୧୩ରେ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?