Home

୬ଦିନ ପରେ ମୁଁ ପୁଣି ଆସିବି…

ଇସଲାମାବାଦ,୨୬ ।୫: ଶେଷ ହୋଇଛି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଆଜାଦୀ ମାର୍ଚ୍ଚ । ସଂସଦ ବାହାରେ ପୋଲିସ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ପରେ ଏହା ଶେଷ ହୋଇଛି । ଏହାରି ଭିତରେ ଇମ୍ରାନ ବିଧାନସଭା ଭଙ୍ଗ…

ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆର୍‌ଜେଡି

ପାଟନା,୨୬।୫: ରାଜ୍ୟ ସଭା ପାଇଁ ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ଏବଂ ପୂର୍ବତନ ବିଧାୟକ ଫୟାଜ ଅହମ୍ମଦ ରାଜ୍ୟ ସଭା ପ୍ରାର୍ଥୀ ପାଇଁ ମନୋନୀତ ହୋଇଛନ୍ତି।…

ଜ୍ଞାନବାପି ମାମଲା: ମେ ୩୦ରେ ପରବର୍ତ୍ତୀ ଶୁଣାଣି

ବାରାଣସୀ,୨୬।୫: ଜ୍ଞାନବାପି ବିବାଦର ଶୁଣାଣି ଗୁରୁବାର ବାରାଣସୀ ଜିଲା କୋର୍ଟରେ କରାଯାଇଛି। ଆଜି ମୁସଲମାନ ପକ୍ଷରୁ ବିତର୍କ ଆରମ୍ଭ କରାଯାଇଥିଲା। ଏହି ସମୟ ମଧ୍ୟରେ ୧୯୯୧ ଅଧିନିୟମକୁ ସେମାନେ ସୂଚିତ କରିଥିଲେ। ତେବେ ମୁସଲମାନ ପକ୍ଷ ଗୁରୁବାର ନିଜର ଯୁକ୍ତି ସମାପ୍ତ…

ଏଣିକି ରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ରହିବେ ବିଶ୍ୱବିଦ୍ୟାଳୟର କୁଳାଧିପତି

କୋଲକାତା,୨୬।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟପାଳଙ୍କ ବଦଳରେ ମମତା ବାନାର୍ଜୀ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଦାୟିତ୍ୱ ତୁଲାଇବେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟପାଳ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି…

ଓଲଟିଲା କାର୍‌: ଜଣେ ଯବାନଙ୍କ ସମେତ ଚାଲିଗଲା ୯ ଜୀବନ

ଶ୍ରୀନଗର,୨୬।୫: ଜମ୍ମୁ-କଶ୍ମୀରର ଗାଣ୍ଡେରବାଲ ଜିଲାରେ ଗୁରୁବାର ଏକ ଅଭାବନୀୟ ଘଟିଛି। ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଏକ ଘାଟିକୁ କାର୍‌ ଓଲଟି ପଡିବାରୁ ଜଣେ ଯବାନଙ୍କ ସମେତ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। କାର୍‌ଟି କାର୍‌ଗିଲରୁ ଶ୍ରୀନଗର ଅଭିମୁଖେ ଯାଉଥିଲା। ଦୁର୍ଘଟଣାର…

‘ନିଜ ସ୍ବାମୀଙ୍କୁ କେମିତି ହତ୍ୟା କରିବେ’ପୁସ୍ତକ ଲେଖିଥିବା ମହିଳା ଶେଷରେ ସ୍ବାମୀଙ୍କୁ କଲେ ହତ୍ୟା

ନ୍ୟୁୟର୍କ,୨୬।୫: ଦାମ୍ପତ୍ୟ ଜୀବନରେ ସ୍ବାମୀ-ସ୍ତ୍ରୀ ଝଗଡା ଏକ ସାଧାରଣ ଘଟଣା। ବେଳେବେଳେ ଏହି ଝଗଡା ଉଗ୍ର ରୂପ ଧାରଣ କରେ। ଝଗଡାର ପରିଣାମ ହତ୍ୟାକାଣ୍ଡର ରୂପ ନିଏ। ଆମେରିକାରେ ଏମିତି ଏକ ଘଟଣା ଘଟିଛି। ଆମେରିକାର ଜଣେ ଲେଖିକା ସ୍ବାମୀଙ୍କୁ ହତ୍ୟା…

ମହିଳା ଏମ୍‌ପିଙ୍କୁ ଭାଜପା ନେତାଙ୍କ ପରାମର୍ଶ: ରାଜନୀତି ଛାଡି,ଘରେ ଯାଇ ରୋଷେଇ କରିବ

ମୁମ୍ବାଇ,୨୬।୫: ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଏନସିପି ଏମ୍‌ପି ସୁପ୍ରିୟା ସୁଲେଙ୍କୁ ରାଜନୀତିରେ ଯୋଗଦେବା ପରିବର୍ତ୍ତେ ଘରକୁ ଯାଇ ରୋଷେଇ କରିବାକୁ ପରାମର୍ଶ ଦେଇଛନ୍ତି। ପାଟିଲଙ୍କ ଏହି ବିବୃତ୍ତିକୁ ନେଇ…

ବାପାଙ୍କଠାରୁ ମାଡ଼ ଖାଇ ଚର୍ଚ୍ଚାରେ ଧାଓ୍ବନ

ନୂଆଦିଲ୍ଲୀ,୨୬।୫: ବାପାଙ୍କଠାରୁ ମାଡ଼ ଖାଇ ଚର୍ଚ୍ଚାରେ ପଞ୍ଜାବ କିଙ୍ଗ୍ସ ଓପନର ଶିଖର ଧାଓ୍ବନ। ଆଇପିଏଲ୍‌ ପ୍ଲେଅଫ୍‌ ଲାଗି ଚୟନ ହୋଇ ନ ଥିବା ଯୋଗୁ ତାଙ୍କୁ ବାପା ନକ୍‌ଆଉଟ୍‌ କରିଥିବା ନେଇ ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି। ଏହି…

ପ୍ରେମିକାଙ୍କ ଘର ଫ୍ୟାନ୍‌ରେ ଝୁଲୁଛି ପ୍ରେମିକଙ୍କ ମୃତଦେହ

ବ୍ରହ୍ମଗିରି, ୨୬।୫(ଡି.ଏନ.ଏ.) : ପୁରୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହୁପଡ଼ା ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମିକାଙ୍କ ଘରେ ପ୍ରେମିକଙ୍କର ମୃତ୍ୟୁ ଘଟିଛି। ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିବା ପରେ ପ୍ରେମିକଙ୍କ ପରିବାରଲୋକେ ତାଙ୍କ…

କମିଲା ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୫(ବ୍ୟୁରୋ): ତେଲ ଦର ହ୍ରାସ ପାଇବା ପରେ କମିଲା ବସ୍‌ ଭଡା। ସାଧାରଣ ବସ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିଲା। ଏବେ ଏହା ହ୍ରାସ ପାଇ ୮୯ ପଇସା ହୋଇଛି। ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା…

ଅନ୍ଧବିଶ୍ୱାସ ନୁହେଁ, ବିଜ୍ଞାନ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି:ମୋଦି

ହାଇଦ୍ରାବାଦ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତେଲେଙ୍ଗାନା ଗସ୍ତରେ ଯାଇଛନ୍ତି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଆୟୋଜିତ ଏକ ରାଲିରେ ପ୍ରଧାନମନ୍ତ୍ରୀ ରାଜନୀତିରେ ପରିବାରବାଦ ଏବଂ କେସିଆର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଭଳି ଅନ୍ଧବିଶ୍ୱାସ ନୁହେଁ, ମୋର ମୋର…

୧୭ ବର୍ଷ ଧରି ଲିଭ୍‌ ଇନ୍‌, ୨ ସନ୍ତାନର ପିତା ହେବା ପରେ ବିବାହ କଲେ ଫିଲ୍ମ ନିର୍ମାତା

ବମ୍ବେ: ବଲିଉଡ୍‌ର ଖ୍ୟାତନାମା ୫୪ ବର୍ଷୀୟ ଫିଲ୍ମ ନିର୍ମାତା ହଂସଲ ମେହେଟ୍ଟାଙ୍କ ଆଧୁନିକ ପ୍ରେମକାହାଣୀ। ଦୀର୍ଘ ୧୭ ବର୍ଷ ଧରି ସଫିନା ହୁସୈନଙ୍କ ସହ ଲିଭ୍‌ ଇନ୍‌ରେ ରହିବା ପରେ ଶେଷରେ ବିବାହ କରିଛନ୍ତି ସେ। ମେ’ ୨୫ରେ ଉଭୟ କୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri