ତାଳଧ୍ୱଜ, ଦର୍ପଦଳନ ରଥ ଚକରେ ଫାଟ

ପୁରୀ ଅଫିସ,୫।୭:ରଥଯାତ୍ରା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକରେ ଫାଟ ହୋଇଥିଲା। ଏବେ ବାହୁଡ଼ା ଯାତ୍ରା ପୂର୍ବରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକରେ ଫାଟ ଦେଖିବାକୁ ମିଳିଛି। ତାଳଧ୍ୱଜ ରଥର ପଡ଼ିନାହାକା ଚକ ଓ ଦର୍ପଦଳନ ରଥର ବଡ଼ଉଛୁଳା ଚକରେ ଫାଟ ହୋଇଛି। ରଥ ନିର୍ମାଣର ବୈଷୟିକ ଟିମ୍‌ ସୋମବାର ରଥ ଯାଞ୍ଚ କରିବାବେଳେ ଫାଟ ସ୍ଥାନକୁ ଚିହ୍ନଟ କରିଛି। ଏହା ଯଥେଷ୍ଟ ଗଭୀର ହୋଇଥିବା ବେଳେ ତୁରନ୍ତ ମରାମତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ରଥ ଚକରେ କ୍ଲାମ୍ପ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି। ଶନିବାର ବାହୁଡ଼ାଯାତ୍ରା। ତେଣୁ ବୁଧବାର ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରୁ ତିନିରଥକୁ ନାକଚଣା ଦ୍ୱାରକୁ ଦକ୍ଷିଣମୋଡ଼ କରି ଅଣାଯିବ। ଦକ୍ଷିଣମୋଡ଼ ପୂର୍ବରୁ ରଥ ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି ସୂଚନା ମିଳିଛି।
ଏ ନେଇ ବରିଷ୍ଠ ରଥ ତତ୍ତ୍ବାବଧାରକ ଡ. ଏନ୍‌.ସି. ପାଲ୍‌ କହିଛନ୍ତି, ତାଳଧ୍ୱଜ ରଥର ତିନୋଟି ସ୍ଥାନ ଓ ଦର୍ପଦଳନ ରଥର ଦୁଇଟି ସ୍ଥାନରେ ମରାମତି ଆବଶ୍ୟକ। ସେଠାରେ ଆବଶ୍ୟକସଂଖ୍ୟକ ୟୁ କ୍ଲାମ୍ପ ଏବଂ ଏଲ୍‌ କ୍ଲାମ୍ପ ଲଗାଯିବ। ମଙ୍ଗଳବାର ସକାଳୁ ରଥ ମରାମତି କରାଯିବ। ରଥରେ ଫାଟ ଓ ମରାମତି ଏକ ସ୍ବାଭାବିକ ପ୍ରକ୍ରିୟା। ତେଣୁ ବିଶେଷ କିଛି ବଡ଼ ଧରଣର ସମସ୍ୟା ଉପୁଜି ନାହିଁ। ଦକ୍ଷିଣମୋଡ଼ ପୂର୍ବରୁ ରଥ ପ୍ରସ୍ତୁତ ହୋଇଯିବ। ସେହିପରି ନନ୍ଦିଘୋଷ ରଥର କମାରସେବକ ଦାଶରଥି ମହାରଣା କହିଛନ୍ତି, ଏତେ ବଡ଼ ରଥ ଟର୍ଣ୍ଣିଂ ବେଳେ ଏଭଳି ଫାଟ ଦେଖାଯାଏ। ଏହାକୁ ସହଜରେ ମରାମତି କରାଯାଇପାରିବ। ସେବକମାନେ ମରାମତି କାର୍ଯ୍ୟ ପାଇଁ ସଜାଗ ରହିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ରଥ ଗଡ଼ିବା ପରେ ବିଭିନ୍ନ ସ୍ଥାନରେ ଛୋଟ ଫାଟ ପଡ଼ିଥାଏ। ଏବେ ଚିହ୍ନଟ ହୋଇଥିବା ଫାଟକୁ ବୈଷୟିକ ଟିମ୍‌ ସହାୟତାରେ ମରାମତି କରାଯିବ। ବୈଷୟିକ ଟିମ୍‌ ଯାଞ୍ଚ ଶେଷ କରିଛି। ସୂଚନାଯୋଗ୍ୟ, ଗତବର୍ଷ ତାଳଧ୍ୱଜ ରଥ ପହିରେ ଫାଟ ହୋଇଥିଲା। ନୂଆ ପହି ସଂଯୋଗ କରାଯାଇ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା। ସାଧାରଣତଃ ଚକରେ ଛୋଟ ଫାଟ ହେଉଥିବା ବେଳେ ଏଥର ତାଳଧ୍ୱଜ ରଥ ପଡ଼ିନାହାକା ଚକର ଫାଟ ଗଭୀର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri