ତାଳଧ୍ୱଜ, ଦର୍ପଦଳନ ରଥ ଚକରେ ଫାଟ

ପୁରୀ ଅଫିସ,୫।୭:ରଥଯାତ୍ରା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକରେ ଫାଟ ହୋଇଥିଲା। ଏବେ ବାହୁଡ଼ା ଯାତ୍ରା ପୂର୍ବରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକରେ ଫାଟ ଦେଖିବାକୁ ମିଳିଛି। ତାଳଧ୍ୱଜ ରଥର ପଡ଼ିନାହାକା ଚକ ଓ ଦର୍ପଦଳନ ରଥର ବଡ଼ଉଛୁଳା ଚକରେ ଫାଟ ହୋଇଛି। ରଥ ନିର୍ମାଣର ବୈଷୟିକ ଟିମ୍‌ ସୋମବାର ରଥ ଯାଞ୍ଚ କରିବାବେଳେ ଫାଟ ସ୍ଥାନକୁ ଚିହ୍ନଟ କରିଛି। ଏହା ଯଥେଷ୍ଟ ଗଭୀର ହୋଇଥିବା ବେଳେ ତୁରନ୍ତ ମରାମତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ରଥ ଚକରେ କ୍ଲାମ୍ପ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି। ଶନିବାର ବାହୁଡ଼ାଯାତ୍ରା। ତେଣୁ ବୁଧବାର ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରୁ ତିନିରଥକୁ ନାକଚଣା ଦ୍ୱାରକୁ ଦକ୍ଷିଣମୋଡ଼ କରି ଅଣାଯିବ। ଦକ୍ଷିଣମୋଡ଼ ପୂର୍ବରୁ ରଥ ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି ସୂଚନା ମିଳିଛି।
ଏ ନେଇ ବରିଷ୍ଠ ରଥ ତତ୍ତ୍ବାବଧାରକ ଡ. ଏନ୍‌.ସି. ପାଲ୍‌ କହିଛନ୍ତି, ତାଳଧ୍ୱଜ ରଥର ତିନୋଟି ସ୍ଥାନ ଓ ଦର୍ପଦଳନ ରଥର ଦୁଇଟି ସ୍ଥାନରେ ମରାମତି ଆବଶ୍ୟକ। ସେଠାରେ ଆବଶ୍ୟକସଂଖ୍ୟକ ୟୁ କ୍ଲାମ୍ପ ଏବଂ ଏଲ୍‌ କ୍ଲାମ୍ପ ଲଗାଯିବ। ମଙ୍ଗଳବାର ସକାଳୁ ରଥ ମରାମତି କରାଯିବ। ରଥରେ ଫାଟ ଓ ମରାମତି ଏକ ସ୍ବାଭାବିକ ପ୍ରକ୍ରିୟା। ତେଣୁ ବିଶେଷ କିଛି ବଡ଼ ଧରଣର ସମସ୍ୟା ଉପୁଜି ନାହିଁ। ଦକ୍ଷିଣମୋଡ଼ ପୂର୍ବରୁ ରଥ ପ୍ରସ୍ତୁତ ହୋଇଯିବ। ସେହିପରି ନନ୍ଦିଘୋଷ ରଥର କମାରସେବକ ଦାଶରଥି ମହାରଣା କହିଛନ୍ତି, ଏତେ ବଡ଼ ରଥ ଟର୍ଣ୍ଣିଂ ବେଳେ ଏଭଳି ଫାଟ ଦେଖାଯାଏ। ଏହାକୁ ସହଜରେ ମରାମତି କରାଯାଇପାରିବ। ସେବକମାନେ ମରାମତି କାର୍ଯ୍ୟ ପାଇଁ ସଜାଗ ରହିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ରଥ ଗଡ଼ିବା ପରେ ବିଭିନ୍ନ ସ୍ଥାନରେ ଛୋଟ ଫାଟ ପଡ଼ିଥାଏ। ଏବେ ଚିହ୍ନଟ ହୋଇଥିବା ଫାଟକୁ ବୈଷୟିକ ଟିମ୍‌ ସହାୟତାରେ ମରାମତି କରାଯିବ। ବୈଷୟିକ ଟିମ୍‌ ଯାଞ୍ଚ ଶେଷ କରିଛି। ସୂଚନାଯୋଗ୍ୟ, ଗତବର୍ଷ ତାଳଧ୍ୱଜ ରଥ ପହିରେ ଫାଟ ହୋଇଥିଲା। ନୂଆ ପହି ସଂଯୋଗ କରାଯାଇ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା। ସାଧାରଣତଃ ଚକରେ ଛୋଟ ଫାଟ ହେଉଥିବା ବେଳେ ଏଥର ତାଳଧ୍ୱଜ ରଥ ପଡ଼ିନାହାକା ଚକର ଫାଟ ଗଭୀର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri