‘ଜଗନ୍ନାଥ ବନ ପ୍ରକଳ୍ପର ପୁନରୁଦ୍ଧାର ଜରୁରୀ’

ପୁରୀ ଅଫିସ,୫।୭:ରଥ ନିର୍ମାଣରେ ଲାଗୁଥିବା କାଠର ଅଭାବୀ ସ୍ଥିତି ସମସ୍ୟା ବଢ଼ାଉଛି। ପ୍ରତିବର୍ଷ ଶ୍ରୀଜୀଉଙ୍କ ପାଇଁ ନୂଆ ରଥ ନିର୍ମାଣ ହେଉଛି। ଫାସୀ, ଅସନ ଓ ଧଉରା କାଠ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ପଡ଼ୁଛି। ଧୀରେ ଧୀରେ ଏସବୁ କାଠ ଦୁର୍ଲଭ ହେବାରେ ଲାଗିଲାଣି। ଏପରିକି ଚଳିତବର୍ଷ ଏସବୁ କାଠ ଯୋଗାଇଦେବାକୁ ଭକ୍ତଙ୍କୁ ନିବେଦନ କରାଯାଇଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ମିଳିପାରିନାହିଁ। ଏଣୁ ଏଭଳି ସ୍ଥିତିକୁ ଦେଖି ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିନ୍ତା ପ୍ରକଟ କରିଛନ୍ତି। ଗଜପତି ମହାରାଜା କହିଛନ୍ତି, ରଥ ପାଇଁ କାଠର ଅଭାବୀ ସ୍ଥିତି ଏକ ବଡ଼ ସମସ୍ୟା। ଏହାର ସମାଧାନ ହେଉଛି ଜଗନ୍ନାଥ ବନ ପ୍ରକଳ୍ପ। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କେବେ ହେଲେ ରଥ କାଠର ଅଭାବ ହେବ ନାହିଁ, ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ଜଗନ୍ନାଥ ବନ ପ୍ରକଳ୍ପ ଆରମ୍ଭ କରିଥିଲେ। ଏହାକୁ ସଫଳ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ଜଗନ୍ନାଥ ବନ ପ୍ରକଳ୍ପର ପୁନରୁଦ୍ଧାର ନିହାତି ଦରକାର, ନଚେତ୍‌ ଭବିଷ୍ୟତରେ କାଠ ଅଭାବ ସମସ୍ୟା ଆହୁରି ବଢ଼ିବ। ବନ ପ୍ରକଳ୍ପ ଅଧୀନରେ କେଉଁ କେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ତାହା କିଛିବର୍ଷ ହେବ ଆମେ ଜାଣିପାରୁନାହୁଁ। ସରକାର ଆମ ସହଯୋଗ ଚାହିଁଲେ ଆମେ ସହଯୋଗ କରିବା ପାଇଁ ପ୍ରସ୍ତୁତ। ବନ ବିଭାଗକୁ ନେତୃତ୍ୱ ନେବାର ଆବଶ୍ୟକତା ରହିଛି। ବନ ବିଭାଗ ଚାହିଁଲେ ଜଗନ୍ନାଥ ବନ ପ୍ରକଳ୍ପ ସଫଳ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ରଥ କାଠର ଅଭାବୀ ସ୍ଥିତିକୁ ଦୂର କରିବା ଉଦ୍ଦେଶ୍ୟରେ କେଉଁ କେଉଁ ପଦକ୍ଷେପ ନିଆଯିବା ଦରକାର ସେନେଇ ମହାରଣା ସେବକମାନଙ୍କ ସହ ଆଲୋଚନା କରିବା ଲାଗି ଗତ ଜୁନ୍‌ ୧୯ରେ ପୁରୀ ସମେତ ୭ଟି ବନଖଣ୍ଡର ଅଧିକାରୀ ପୁରୀ ରଥଖଳାରେ ପହଞ୍ଚିଥିଲେ। ଏହି ଅବସରରେ ଅଧିକାରୀମାନେ ସମୀକ୍ଷା କରିବା ସହ ମହାରଣା, ରଥ ଅମିନ ଓ ରଥ ମେକାପଙ୍କ ସହିତ ଆଲୋଚନା କରିଥିଲେ। ସେତେବେଳେ ଭୁବନେଶ୍ୱର ଆଞ୍ଚଳିକ ବନଖଣ୍ଡ ଅଧିକାରୀ ମନୋଜ ମହାପାତ୍ର କହିଥିଲେ, ପ୍ରଥମେ କେବଳ ନୟାଗଡ଼ ବନଖଣ୍ଡରୁ କାଠ ଆସୁଥିଲା। ଉପଯୁକ୍ତ କାଠର ଅଭାବ ହେତୁ ଗତବର୍ଷଠାରୁ ନୟାଗଡ଼ ସମେତ ଖୋର୍ଦ୍ଧା, ଘୁମୁସର, ପୁରୀ, ଭୁବନେଶ୍ୱର ସିଟି ଡିଭିଜନ୍‌ ଏବଂ ବୌଦ୍ଧ ବନଖଣ୍ଡରୁ କାଠ ଆସୁଛି। ଗତ ୧୦ରୁ ୧୫ ବର୍ଷ ହେବ ଜଗନ୍ନାଥ ବନ ପ୍ରକଳ୍ପ ହୋଇଛି। ବନ ପ୍ରକଳ୍ପ ଅଧୀନରେ ଲାଗିଥିବା ଗଛ ୬ ଫୁଟ୍‌ ଗୋଲେଇ ଓ ୪୦ ଫୁଟ୍‌ ଲମ୍ବ ହେବାକୁ ୧୨୦ରୁ ୧୪୦ ବର୍ଷ ଦରକାର। ଗଛଗୁଡ଼ିକର ବୃଦ୍ଧି ମଧ୍ୟ ସ୍ବାଭାବିକଠାରୁ କମ୍‌ ରହିଛି। ରଥ ନିର୍ମାଣ ଲାଗି ପ୍ରତିବର୍ଷ ପ୍ରାୟ ୯ଶହ ଗଛର କାଠ ଆବଶ୍ୟକ ହେଉଛି। ଏଣୁ ଜଗନ୍ନାଥ ବନ ପ୍ରକଳ୍ପ ଅଧୀନରେ ଲାଗିଥିବା ଫାସୀକାଠ ମିଳିବାକୁ ଆହୁରି ୬୦ରୁ ୭୦ ବର୍ଷ ଲାଗିବ। ଅନ୍ୟ କାଠ ଶହେ ବର୍ଷ ପରେ ମିଳିବ। ତେଣୁ ବନ ପ୍ରକଳ୍ପରୁ କାଠ ଆଣି ରଥ ନିର୍ମାଣ କରିବା ନିକଟ ଦଶନ୍ଧିରେ ସମ୍ଭବ ହୋଇ ନ ପାରେ ବୋଲି ସେ ପ୍ରକାଶ କରିଥିଲେ। ସମ୍ପ୍ରତି ରଥକାଠ ସମସ୍ୟାକୁ ନେଇ ଗଜପତି ମହାରାଜା ଉଦ୍‌ବେଗ ପ୍ରକାଶ କରିବା ପରେ ଜଗନ୍ନାଥ ବନ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମସ୍ତଙ୍କ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?