‘ଜଗନ୍ନାଥ ବନ ପ୍ରକଳ୍ପର ପୁନରୁଦ୍ଧାର ଜରୁରୀ’

ପୁରୀ ଅଫିସ,୫।୭:ରଥ ନିର୍ମାଣରେ ଲାଗୁଥିବା କାଠର ଅଭାବୀ ସ୍ଥିତି ସମସ୍ୟା ବଢ଼ାଉଛି। ପ୍ରତିବର୍ଷ ଶ୍ରୀଜୀଉଙ୍କ ପାଇଁ ନୂଆ ରଥ ନିର୍ମାଣ ହେଉଛି। ଫାସୀ, ଅସନ ଓ ଧଉରା କାଠ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ପଡ଼ୁଛି। ଧୀରେ ଧୀରେ ଏସବୁ କାଠ ଦୁର୍ଲଭ ହେବାରେ ଲାଗିଲାଣି। ଏପରିକି ଚଳିତବର୍ଷ ଏସବୁ କାଠ ଯୋଗାଇଦେବାକୁ ଭକ୍ତଙ୍କୁ ନିବେଦନ କରାଯାଇଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ମିଳିପାରିନାହିଁ। ଏଣୁ ଏଭଳି ସ୍ଥିତିକୁ ଦେଖି ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିନ୍ତା ପ୍ରକଟ କରିଛନ୍ତି। ଗଜପତି ମହାରାଜା କହିଛନ୍ତି, ରଥ ପାଇଁ କାଠର ଅଭାବୀ ସ୍ଥିତି ଏକ ବଡ଼ ସମସ୍ୟା। ଏହାର ସମାଧାନ ହେଉଛି ଜଗନ୍ନାଥ ବନ ପ୍ରକଳ୍ପ। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କେବେ ହେଲେ ରଥ କାଠର ଅଭାବ ହେବ ନାହିଁ, ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ଜଗନ୍ନାଥ ବନ ପ୍ରକଳ୍ପ ଆରମ୍ଭ କରିଥିଲେ। ଏହାକୁ ସଫଳ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ଜଗନ୍ନାଥ ବନ ପ୍ରକଳ୍ପର ପୁନରୁଦ୍ଧାର ନିହାତି ଦରକାର, ନଚେତ୍‌ ଭବିଷ୍ୟତରେ କାଠ ଅଭାବ ସମସ୍ୟା ଆହୁରି ବଢ଼ିବ। ବନ ପ୍ରକଳ୍ପ ଅଧୀନରେ କେଉଁ କେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ତାହା କିଛିବର୍ଷ ହେବ ଆମେ ଜାଣିପାରୁନାହୁଁ। ସରକାର ଆମ ସହଯୋଗ ଚାହିଁଲେ ଆମେ ସହଯୋଗ କରିବା ପାଇଁ ପ୍ରସ୍ତୁତ। ବନ ବିଭାଗକୁ ନେତୃତ୍ୱ ନେବାର ଆବଶ୍ୟକତା ରହିଛି। ବନ ବିଭାଗ ଚାହିଁଲେ ଜଗନ୍ନାଥ ବନ ପ୍ରକଳ୍ପ ସଫଳ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ରଥ କାଠର ଅଭାବୀ ସ୍ଥିତିକୁ ଦୂର କରିବା ଉଦ୍ଦେଶ୍ୟରେ କେଉଁ କେଉଁ ପଦକ୍ଷେପ ନିଆଯିବା ଦରକାର ସେନେଇ ମହାରଣା ସେବକମାନଙ୍କ ସହ ଆଲୋଚନା କରିବା ଲାଗି ଗତ ଜୁନ୍‌ ୧୯ରେ ପୁରୀ ସମେତ ୭ଟି ବନଖଣ୍ଡର ଅଧିକାରୀ ପୁରୀ ରଥଖଳାରେ ପହଞ୍ଚିଥିଲେ। ଏହି ଅବସରରେ ଅଧିକାରୀମାନେ ସମୀକ୍ଷା କରିବା ସହ ମହାରଣା, ରଥ ଅମିନ ଓ ରଥ ମେକାପଙ୍କ ସହିତ ଆଲୋଚନା କରିଥିଲେ। ସେତେବେଳେ ଭୁବନେଶ୍ୱର ଆଞ୍ଚଳିକ ବନଖଣ୍ଡ ଅଧିକାରୀ ମନୋଜ ମହାପାତ୍ର କହିଥିଲେ, ପ୍ରଥମେ କେବଳ ନୟାଗଡ଼ ବନଖଣ୍ଡରୁ କାଠ ଆସୁଥିଲା। ଉପଯୁକ୍ତ କାଠର ଅଭାବ ହେତୁ ଗତବର୍ଷଠାରୁ ନୟାଗଡ଼ ସମେତ ଖୋର୍ଦ୍ଧା, ଘୁମୁସର, ପୁରୀ, ଭୁବନେଶ୍ୱର ସିଟି ଡିଭିଜନ୍‌ ଏବଂ ବୌଦ୍ଧ ବନଖଣ୍ଡରୁ କାଠ ଆସୁଛି। ଗତ ୧୦ରୁ ୧୫ ବର୍ଷ ହେବ ଜଗନ୍ନାଥ ବନ ପ୍ରକଳ୍ପ ହୋଇଛି। ବନ ପ୍ରକଳ୍ପ ଅଧୀନରେ ଲାଗିଥିବା ଗଛ ୬ ଫୁଟ୍‌ ଗୋଲେଇ ଓ ୪୦ ଫୁଟ୍‌ ଲମ୍ବ ହେବାକୁ ୧୨୦ରୁ ୧୪୦ ବର୍ଷ ଦରକାର। ଗଛଗୁଡ଼ିକର ବୃଦ୍ଧି ମଧ୍ୟ ସ୍ବାଭାବିକଠାରୁ କମ୍‌ ରହିଛି। ରଥ ନିର୍ମାଣ ଲାଗି ପ୍ରତିବର୍ଷ ପ୍ରାୟ ୯ଶହ ଗଛର କାଠ ଆବଶ୍ୟକ ହେଉଛି। ଏଣୁ ଜଗନ୍ନାଥ ବନ ପ୍ରକଳ୍ପ ଅଧୀନରେ ଲାଗିଥିବା ଫାସୀକାଠ ମିଳିବାକୁ ଆହୁରି ୬୦ରୁ ୭୦ ବର୍ଷ ଲାଗିବ। ଅନ୍ୟ କାଠ ଶହେ ବର୍ଷ ପରେ ମିଳିବ। ତେଣୁ ବନ ପ୍ରକଳ୍ପରୁ କାଠ ଆଣି ରଥ ନିର୍ମାଣ କରିବା ନିକଟ ଦଶନ୍ଧିରେ ସମ୍ଭବ ହୋଇ ନ ପାରେ ବୋଲି ସେ ପ୍ରକାଶ କରିଥିଲେ। ସମ୍ପ୍ରତି ରଥକାଠ ସମସ୍ୟାକୁ ନେଇ ଗଜପତି ମହାରାଜା ଉଦ୍‌ବେଗ ପ୍ରକାଶ କରିବା ପରେ ଜଗନ୍ନାଥ ବନ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମସ୍ତଙ୍କ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri