ଆଶା ଆଶଙ୍କାରେ ବିତୁଛି ଜୀବନ

କେନ୍ଦ୍ରାପଡ଼ା ଅଫିସ, ୫ା୭:କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଚାରିଘରିଆ ଗ୍ରାମବାସୀ ସ୍ଥାନାନ୍ତରକୁ ନେଇ ଚିନ୍ତାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ବନାଞ୍ଚଳରୁ ହଟିଯିବା ପାଇଁ ସେମାନଙ୍କୁ ବାରମ୍ବାର ନୋଟିସ ହେଉଛି। ସେମାନଙ୍କ ଥଇଥାନ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ ହୋଇ ନ ଥିବା ବେଳେ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଅପରପକ୍ଷରେ ସମୁଦ୍ର ତଟାଞ୍ଚଳ କ୍ଷୟ ପାଇଁ ରାଜନଗର ବ୍ଲକ ଅଧୀନ ସାତଭାୟାବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର ପାଇଁ ସରକାର ଯେଉଁ ସର୍ତ୍ତାବଳୀ ଲାଗୁ କରିଛନ୍ତି, ସେହି ସର୍ତ୍ତରେ ଥଇଥାନ କରାଯାଉ ବୋଲି ଉକ୍ତ ଗ୍ରାମବାସୀ ଦାବିକରି ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି।
ଚାରିଘରିଆବାସୀଙ୍କୁ ବଗପାଟିଆରେ ଥଇଥାନ କରିବାକୁ ଗତ ଦଶନ୍ଧି ଧରି ଆନ୍ଦୋଳନ ଜାରି ରହିଛି। ତେବେ ନିକଟରେ ପାଇଥିବା ସ୍ଥାନାନ୍ତର ନୋଟିସ ସେମାନଙ୍କ ନିଦ ହଜାଇ ଦେଇଛି ବୋଲି ଗ୍ରାମର ସନ୍ତୋଷ କୁମାର ସରକାର କହିଛନ୍ତି। ସେ କହିଛନ୍ତି, ଭିତରକନିକା ବନାଞ୍ଚଳ ଜାତୀୟ ଉଦ୍ୟାନ ଘୋଷଣା ହେବାର ବହୁ ପୂର୍ବରୁ ସେମାନଙ୍କ ପୂର୍ବପୁରୁଷ ସେଠାରେ ରହିଆସିଛନ୍ତି। ୧୯୭୧ ମସିହା ବାତ୍ୟା ପରେ ୪ଟି ପରିବାର ଏଠାରେ ଘର କରିଥିଲେ। ଏଥିପାଇଁ ଗ୍ରାମକୁ ଚାରିଘରିଆ ସାହି କୁହାଯାଉଥିବା ବେଳେ ବର୍ତ୍ତମାନର ଘର ସଂଖ୍ୟା ୭୦ରୁ ଊର୍ଦ୍ଧ୍ୱ। କେନ୍ଦ୍ର ସରକାର ୧୯୭୫ ମସିହାରେ ଭିତରକନିକାକୁ ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳ ଓ ୧୯୯୮ରେ ଏହା ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଛନ୍ତି। ତେବେ ଏଠାରେ ୩ ପୁରୁଷ ଧରି ରହିଆସିଥିବା ବେଳେ ଥଇଥାନ ବ୍ୟବସ୍ଥା ହୋଇ ନ ଥିବାରୁ ଚିନ୍ତାରେ ଅଛନ୍ତି। ଗ୍ରାମର ରେଶମୀ ଦାସ କହିଛନ୍ତି, ଏହି ଗ୍ରାମରେ ରହିବା ଆମ ପାଇଁ ବିପଦପୂର୍ଣ୍ଣ ହୋଇଛି। ଗ୍ରାମ ନିକଟରେ ବନ ବିଭାଗ ପକ୍ଷରୁ ନାଳ ଖୋଳାଯାଇଛି। ଏହି ନାଳରେ ପ୍ରତିଦିନ କୁମ୍ଭୀର ଆତଯାତ ହେଉଛନ୍ତି। ବିଭିନ୍ନ ସମୟରେ ପାଳିଥିବା ପଶୁପକ୍ଷୀ ଓ ଗ୍ରାମବାସୀ କୁମ୍ଭୀର ସହ ବନ୍ୟ ହିଂସ୍ରଜନ୍ତୁଙ୍କ ଆକ୍ରମଣର ଶିକାର ହେଉଛନ୍ତି। ବନାଞ୍ଚଳରେ ରହୁଥିଲେ ମଧ୍ୟ ବନ ବିଭାଗର କଡ଼ା କଟକଣା ଯୋଗୁ ଜାଳ ସଂଗ୍ରହରେ ବାଧା ଆସୁଛି। ଗ୍ରାମବାସୀ ଏଠାରୁ ଉଠିଯିବା ପାଇଁ ଚାହୁଁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଉ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମର ସୁକୁମାର ଦାସ କହିଛନ୍ତି, ଗ୍ରାମବାସୀଙ୍କ ନିକଟରେ ଭୋଟର ଓ ବିପିଏଲ କାର୍ଡ ଆଦି ଅଛି। ମହାକାଳପଡ଼ା ବ୍ଲକ ଅଞ୍ଚଳରେ କେତେକ ଅଧିବାସୀଙ୍କୁ ପଟ୍ଟା ଯୋଗାଇ ଦିଆଯାଉଛି। ଆମ ଗ୍ରାମବାସୀଙ୍କୁ ଥଇଥାନ ଯୋଜନାରେ ସାମିଲ କରି ବଗପାଟିଆରେ ସ୍ଥାନ ଚିହ୍ନଟ ଓ ଅନୁଦାନ ଯୋଗାଇଦେଲେ ତୁରନ୍ତ ଗ୍ରାମରୁ ସ୍ଥାନାନ୍ତର ହୋଇଯିବୁ। ଏ ନେଇ ବାରମ୍ବାର ଆନ୍ଦୋଳନ ଓ ଅନଶନ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ବଗପାଟିଆକୁ ଚାରିଘରିଆ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଛି। ଏଠିକାର ପ୍ରକୃତ ଅଧିବାସୀଙ୍କ ଚିହ୍ନଟ ପରେ ଏହାକୁ ତ୍ୱରାନ୍ବିତ କରାଯିବ। ଗୋଟିଏ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଏହି ଜମି ହାତେଇବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଗଦିରୁ ୨ ଶାଙ୍କୁଚ ଜବତ, ୨ ଗିରଫ

ରାଜନଗର, ୧୩।୧୧(ଡି.ଏନ.ଏ.): ସିଡ୍ୟୁଲ-୧ ଶ୍ରେଣୀ ଭୁକ୍ତ ବିରଳ ଶାଙ୍କୁଚକୁ ବେଧଡକ ଭାବେ ନଦୀ ଓ ମୁହାଣରୁ ଧରାଯାଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ରାଜନଗର ଅଞ୍ଚଳରେ...

ପ୍ରବାସୀ ଶ୍ରମିକଙ୍କ ଭିଡ, ଖରିଆର ରୋଡ ୭ଘଣ୍ଟା ସଟ୍‌ଡାଉନ

ନୂଆପଡା ଅଫିସ,୧୪ା୫-ଛତିଶଗଡ ସୀମାନ୍ତ ନୂଆପଡା ଜିଲା ଖରିଆରରୋଡରେ ଗୁରୁବାର ସକାଳେ ୧୫ଶହରୁ ଉର୍ଦ୍ଧ୍ୱ ଶ୍ରମିକ ପ୍ରବେଶ କରିବା ପରେ ପ୍ରଶାସନ ତପତ୍ରତା ପ୍ରକାଶ କରିଥିଲା। ଜିଲାପାଳ...

ସୁନା ଅଳଙ୍କାର ଲୁଟିନେଲେ ମୁଖାପିନ୍ଧା ଦୁର୍ବୃତ୍ତ

ପାଟଣା,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ କାମେଶ୍ୱରପୁର ଶାସନ ବାଉଁଶଡିହା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ମୁଖାପିନ୍ଧା ୩ ଦୁର୍ବୃତ୍ତ ୨...

ମାଂସ ଦୋକାନୀଙ୍କୁ ଆକ୍ରମଣ, ଅଷ୍ଟପ୍ରହର ପାଇଁ ଦେଇ ନ ଥିଲେ ଚାନ୍ଦା

ଛେଣ୍ଡିପଦା,୧୭।୨(ସ୍ବ.ପ୍ର.) ଛେଣ୍ଡିପଦା ଥାନା କୋଶଳା ଗ୍ରାମରେ ଅଷ୍ଟପ୍ରହର ଚାନ୍ଦା ନ ଦେବାରୁ ଜଣେ ମାଂସ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ...

ଶନିମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି: ପୋଲିସ,ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ ପରେ ଖାଲି ହେଲା ମନ୍ଦିର

ଦେବଗଡ଼, ୨୧।୩ (ଡି.ଏନ.ଏ .): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି l ଆସନ୍ତା ଏପ୍ରିଲ ୧ ପର୍ଯ୍ୟନ୍ତ ରାଜ୍ୟରେ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନବରଙ୍ଗପୁର,୭।୧(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ବୋରଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ...

ପୋଲିସ କଲା ରାଜପଥ ମରାମତ

କାମାକ୍ଷାନଗର,୧।୬(ଡି.ଏନ.ଏ.) ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛି। ଏହି...

ନିଆଁରେ ପୋଡ଼ୁଛି ରାସ୍ତାପାର୍ଶ୍ୱ ଗଛ

ନୟାଗଡ଼ ଅଫିସ, ୭।୩ – ଶରଣକୂଳ-ଓଡଗାଁ ରାସ୍ତାପାର୍ଶ୍ୱରେ ବନବିଭାଗ ପକ୍ଷରୁ ବିଭିନ୍ନ ଚାରା ରୋପଣ କରାଯାଇଥିଲା । ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ତାହା ପଦା...

Advertisement
Archives

Model This Week