ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର,୫।୭(ବ୍ୟୁରୋ):ଶହୀଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ୨୦୧୨ରେ ଜଣେ ମହିଳାଙ୍କୁ କିରୋସିନ ଢାଳି ହତ୍ୟା ମାମଲାର ରାୟ ପ୍ରକାଶ ସୋମବାର ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସ୍ବାମୀ ଟୁଟୁ ଗୁନି (୪୭)ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ୫ ହଜାର ଟଙ୍କା ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ବୋଲି ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍‌ ଜଷ୍ଟିସ ମୀନାକ୍ଷୀ ଦାସ ତାଙ୍କ ରାୟରେ ଶୁଣାଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଗିରଫ ହୋଇ ବେଲରେ ଥିବା ଟୁଟୁଙ୍କ ବାପା କୈଳାସ (୬୫) ଓ ମା’ ସବିତା (୫୦)ଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
ସୂଚନା ଅନୁଯାୟୀ, ଟୁଟୁ ତାଙ୍କ ବାପା, ମା, ସ୍ତ୍ରୀ ରଞ୍ଜୁ ଓ ୩ ବର୍ଷର ଝିଅଙ୍କୁ ନେଇ ଶାନ୍ତିପଲ୍ଲୀ ବସ୍ତିରେ ରହୁଥିଲେ। ଅନେକ ସମୟରେ ଟୁଟୁ ମଦ୍ୟପାନ କରି ରଞ୍ଜୁଙ୍କୁ ମାରପିଟ କରିବା ସହ ଗାଳିଗୁଲଜ କରୁଥିଲେ। ହେଲେ ରଞ୍ଜୁ ଦ୍ୱିତୀୟ ବିବାହ କରିଥିବାରୁ ପ୍ରତିବାଦ କରୁ ନ ଥିଲେ। ୨୦୧୨ ମେ ୧୦ ବିଳମ୍ବିତ ରାତିରେ ରଞ୍ଜୁ ଶୋଇଥିବାବେଳେ ଟୁଟୁ ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଚିତ୍କାର ଶୁଣି ପଡ଼ୋଶୀ ଲୋକେ ପହଞ୍ଚତ୍ଥିଲେ। ସେମାନଙ୍କ ସହଯୋଗ ଟୁଟୁ ଗୁରୁତର ଅବସ୍ଥାରେ ରଞ୍ଜୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଚିକିତ୍ସାରେ କିଛିଦିନ ପରେ ରଞ୍ଜୁଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରିବାକୁ ଡାକ୍ତର କହିଥିଲେ। ହେଲେ ସ୍ବାମୀ ଟୁଟୁ ତାଙ୍କୁ ଏସ୍‌ସିବିକୁ ନ ନେଇ ଚନ୍ଦ୍ରଶେଖରପୁର ଥାନା ନିଳମାଧବ ବସ୍ତିସ୍ଥିତ ରଞ୍ଜୁଙ୍କ ଭିଣୋଇ ଘରେ ଛାଡ଼ି ପଳାଇଥିଲେ। ଏହାପରେ ଭିଣୋଇ ଓ ଭଉଣୀ ରଞ୍ଜୁଙ୍କୁ ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ପାଲିସ ଆଇପିସି ଦଫା ୪୯୮-ଏ, ୩୦୭, ୩୪ରେ ଏକ ମାମଲା ( ୨୯୫/୨୦୧୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେହିବର୍ଷ ଜୁଲାଇ ୭ରେ ଅଭିଯୁକ୍ତ ଟୁଟୁଙ୍କୁ ପୋଲିସ ଗିରଫ କରିଥିଲା। ଅଗଷ୍ଟ ୧୮ରେ ଗୁରୁତର ଥିବା ରଞ୍ଜୁଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ କୋର୍ଟଙ୍କ ଅନୁମତି ଅନୁଯାୟୀ ପୋଲିସ ଉକ୍ତ ମାମଲାରେ ଆଇପିସିର ହତ୍ୟା ଦଫା (୩୦୨) ଯୋଡ଼ିଥିଲା। ନଭେମ୍ବର ୨ରେ ଟୁଟୁଙ୍କ ବାପା କୈଳାଶ ଓ ମା’ ସବିତାଙ୍କୁ ପୋଲିସ ଗିରଫ କରିଥିଲା। ହେଲେ ୨୦୧୪ରେ ସେପ୍ଟେମ୍ବର ୧୬ରେ ଉଭୟ ଜାମିନରେ ଆସିଥିଲେ। ଅଭିଯୁକ୍ତ ଟୁଟୁ ବିଚାରଧିନ କଏଦୀ ଭାବେ ଜେଲରେ ଥିଲେ। ତେବେ ଏହି ମାମଲାରେ ବିଚାରପତି ୧୨ ଜଣ ସାକ୍ଷୀ ଓ ୨୧ଟି ଦସ୍ତାବିଜ୍‌କୁ ଆଧାର କରି ଏହି ରାୟ ଶୁଣାଇଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ସୁରେଶ କୁମାର ବାରିକ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri