Posted inଖେଳ

୭୨ ବର୍ଷର ରେକର୍ଡ ଭାଙ୍ଗିଲେ ପନ୍ତ

ବର୍ମିଂହାମ୍‌, ୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରି ରିଷଭ ପନ୍ତ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ସେ ୫୭ ରନରେ ଆଉଟ୍‌ ହୋଇଥିଲେ। ଏହି ଇନିଂସ ସହିତ ସେ ୭୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିଲେ। ଇଂଲଣ୍ଡରେ  ଗୋଟିଏ ଟେଷ୍ଟରେ ଉଭୟ ଇନିଂସ ମିଶି ସର୍ବାଧିକ ରନ୍‌ କରିବାରେ ପନ୍ତ ପ୍ରଥମ ଉଇକେଟ କିପର ବ୍ୟାଟ୍ସମ୍ୟାନ ହୋଇଛନ୍ତି।
ପନ୍ତ ଉଭୟ ପର୍ଯ୍ୟନ୍ତ ଉଭୟ ଇନିଂସକୁ ମିଶାଇ ଏଜବାଷ୍ଟନ ଟେଷ୍ଟରେ ୨୦୩ ରନ ସଂଗ୍ରହ କରିଛନ୍ତି। ସେ ପ୍ରଥମ ଇନିଂସରେ ୧୪୬ ରନ ସ୍କୋର କରିଥିଲେ। ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ଲାଇଡ ୱାଲକଟ ଇଂଲଣ୍ଡରେ ଚାଲିଥିବା ଟେଷ୍ଟର ଉଭୟ ଇନିଂସରେ ସର୍ବାଧିକ ରନ ସ୍କୋର କରିବାର ରେକର୍ଡ ରଖିଥିଲେ। ୱାଲକଟ ୧୯୫୦ ମସିହାରେ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ୧୮୨ ରନ ସ୍କୋର କରିଥିଲେ। ୱାଲକୋଟ ପ୍ରଥମ ଇନିଂସରେ ୧୪ ରନ ଏବଂ ଦ୍ୱିତୀୟ ଇନିଂସରେ ୧୬୮ ରନ କରିନଥିଲେ। ପନ୍ତ ବର୍ତ୍ତମାନ ୱାଲକୋଟକୁ ପଛରେ ପକାଇଛନ୍ତିି। ଏହା ବ୍ୟତୀତ ପନ୍ତ ମଧ୍ୟ ଏସିଆ ବାହାରେ ଗୋଟିଏ ଟେଷ୍ଟରେ ସର୍ବାଧିକ ରନ ସ୍କୋରର ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଉଇକେଟ କିପର ବ୍ୟାଟ୍ସମ୍ୟାନ ବିଜୟ ମଞ୍ଜରେକରଙ୍କ ନାମରେ ଥିଲା। ସେ ୧୯୫୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କିଙ୍ଗଷ୍ଟନ ଟେଷ୍ଟରେ ୧୬୧ ରନ (ଉଭୟ ଇନିଂସ) ସ୍କୋର କରିଥିଲେ।
ବିଜୟ ମଞ୍ଜରେକରଙ୍କ ଏହି ରେକର୍ଡ ୬୯ ବର୍ଷ ପରେ ଭାଙ୍ଗି ଯାଇଛି। ଏହା ବ୍ୟତୀତ ପନ୍ତ ଧୋନୀଙ୍କ ୧୧ ବର୍ଷ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଧୋନୀ ଇଂଲଣ୍ଡରେ ହୋଇଥିବା ଗୋଟିଏ ଟେଷ୍ଟରେ ସର୍ବାଧିକ ୧୫୧ ରନ ସ୍କୋର କରିଥିଲେ। ୨୦୧୧ରେ ବର୍ମିଂହାମରେ ସେ ପ୍ରଥମ ଇନିଂସରେ ୭୭ ରନ ଏବଂ ଦ୍ୱିତୀୟ ଇନିଂସରେ ୭୪ ରନ ସଂଗ୍ରହ କରିଥିଲେ। ଉଭୟ ଇନିଂସକୁ ମିଶାଇ ଯେକୌଣସି ଗୋଟିଏ ଟେଷ୍ଟରେ ସର୍ବାଧିକ ରନ ସ୍କୋର କରିବା ରେକର୍ଡ ଜିମ୍ବାୱେର ଆଣ୍ଡି ଫ୍ଲାଓ୍ବାରଙ୍କ ନାମରେ ଅଛି। ୨୦୦୧ରେ ଫ୍ଲାଓ୍ବାର ମୋଟ ୩୪୧ ରନ ସ୍କୋର କରିଥିଲେ। ପ୍ରଥମ ଇନିଂସରେ ୧୪୨ରନ ଏବଂ ଦ୍ୱିତୀୟ ଇନିଂସରେ ୧୯୯ ରନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?