ନିଶା କବଳରେ ବାଳକ, ବଢୁଛି ଅପରାଧ

ଜଗତ୍‌ସିଂହପୁର ଅଫିସ, ୫ା୭:ଦିନ ଥିଲା ଅଧିକାଂଶ ବାଳ ଅପରାଧୀ ଅର୍ଥନୈତିକସ୍ତରରେ ପଛୁଆ ରହୁଥିଲେ। କିନ୍ତୁ ଏବେ ଅଧିକାଂଶ ଆର୍ଥିକସ୍ତରରେ ସ୍ବଚ୍ଛଳ ଥିବା ପରିଲକ୍ଷିତ ହେଉଛି। ଏହାର କାରଣ ହେଉଛି ପିଲାମାନଙ୍କୁ ପରିବାରରୁ ବିଶେଷକରି ଟଙ୍କା ଓ ମୋବାଇଲ ଆଦି ସହଜରେ ମିଳିଯାଉଛି। ମୋବାଇଲରେ ବିଭିନ୍ନ ଆପ୍‌ ବ୍ୟବହାର କରି କେତେକ ଜ୍ଞାନ ଆହରଣ କରୁଥିବାବେଳେ ଅନେକ ଖରାପ ରାସ୍ତାକୁ ଚାଲି ଯାଉଛନ୍ତି। ପିଲାମାନଙ୍କୁ ଟଙ୍କା ମିଳିଯିବାରୁ ସେମାନେ ଏହାର ଦୁରୁପଯୋଗ କରୁଛନ୍ତି। ଏପରି କି ଖରାପ ସାଙ୍ଗମାନଙ୍କ ସହ ମିଶି ନିଶା ସେବନ କରିବାକୁ ପଛାଉ ନାହାନ୍ତି। ଏବେ ବିଦ୍ୟାଳୟସ୍ତରରେ ପିଲାମାନେ ଗୁଟ୍‌ଖା, ସିଗାରେଟ୍‌ ଏପରି କି ମଦ ପିଉଥିବା ନଜରକୁ ଆସୁଛି। ତେଣୁ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଡ୍ରଗ ଟେଷ୍ଟିଂ ବାଧ୍ୟତାମୂଳକ କରାଗଲେ ଭଲ ହୁଅନ୍ତା ବୋଲି ଅନେକେ ମତ ଦେଇଛନ୍ତି। ଅନ୍ୟପଟେ ପରିବାରରୁ ମୋବାଇଲ ଓ ଟଙ୍କା ମିଳିଯାଉଥିବାରୁ ଅନେକ ପ୍ରେମ ଆଡ଼କୁ ମନ ବଳାଉଛନ୍ତି। ଯାହା ଜଣାଯାଇଛି ଏକ ତୃତୀୟାଂଶ କେବଳ ପ୍ରେମଜନିତ ଅପରାଧରେ ସମ୍ପୃକ୍ତ ରହୁଛନ୍ତି। ଯେଉଁ ପ୍ରେମୀ ଯୁଗଳ ପରିବାରରେ ସ୍ବୀକୃତି ମିଳିବ ନାହିଁ ବୋଲି ଭାବୁଛନ୍ତି ସେମାନେ ଘର ଛାଡି ପଳାଉଛନ୍ତି। ମା’, ବାପା ଅପହରଣ ମାମଲା କରୁଛନ୍ତି । ଉଦ୍ଧାର ପରେ ସେମାନେ ଇଚ୍ଛାରେ ଘର ଛାଡିଥିବା କଥା କହିବାରୁ ମାମଲା ଭିନ୍ନ ମୋଡ ନେଉଛି। ସମାଜରେ ଏଭଳି ମାଧ୍ୟମରେ ବାଳ ଅପରାଧ ବଢୁଥିବାରୁ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି।
ଅନୁଶୀଳନରୁ ଜଣାଯାଏ ଜଗତ୍‌ସିଂହପୁର ଜିଲାରେ ବାଳ ଅପରାଧ ସହ ନିଶା କାରବାର ଜଡ଼ିତ ରହିଛି। ସ୍ବେଚ୍ଛାସେବୀ ସଙ୍ଗଠନ, ସିଭିଲ ସୋସାଇଟି ସମେତ ବିଭିନ୍ନସ୍ତରରେ ଏହାର ପ୍ରତିକାର ପାଇଁ ଉଦ୍ୟମ ହେବା ଆବଶ୍ୟକ। ବିଶେଷକରି ଲୋକଙ୍କୁ କିଶୋର ନ୍ୟାୟ ଅଧିକାର ଓ ଯୌନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ସମ୍ପର୍କରେ ଅଧିକ ସଚେତନ କରାଇବା ଉଚିତ। ପ୍ରତିବର୍ଷ ଜିଲାରେ କିଶୋର ନ୍ୟାୟ (ଯନତ୍ ଓ ସୁରକ୍ଷା) ଅଧିନିୟମ-୨୦୧୫ ଏବଂ ଯୌନ ଶୋଷଣରୁ ଶିଶୁମାନଙ୍କୁ ସୁରକ୍ଷା ଅଧିନିୟମ-୨୦୧୨ ସମ୍ପର୍କିତ କର୍ମଶାଳା ହେଉଛି। ଏଥିରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ପୋଲିସ, ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ଭୂମିକା ଉପରେ ମାନସ ମନ୍ଥନ କରାଯାଉଛି। କିନ୍ତୁ କ୍ଷେତ୍ରୀୟସ୍ତରରେ ବାଳ ଅପରାଧ ରୋକିବାରେ ଆଶାଜନକ ସଫଳତା ମିଳିପାରୁନାହିଁ। କରୋନା ସଂକ୍ରମଣ ପୂର୍ବରୁ ଅର୍ଥାତ୍‌ ୨୦୧୯ରେ ଏ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡର ତତ୍କାଳୀନ ପ୍ରଧାନ ବିଚାରପତି କହିଥିଲେ, କିଶୋର ନ୍ୟାୟ ଅନୁସନ୍ଧାନ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହି ପ୍ରସଙ୍ଗ ବିଚାରବେଳେ ସୁଖଦ ପରିବେଶର ଆବଶ୍ୟକତା ରହିଛି । ପୋଲିସ ଅଧିକାରୀମାନେ କିଶୋର ଅପରାଧୀମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ଅପରାଧୀ ଭଳି ବିବେଚନା ନ କରିବା ଉଚିତ। ୧୮ ବର୍ଷରୁ କମ୍‌ କିଶୋରଙ୍କୁ ସଚେତନତା ଶିକ୍ଷା, ସଂସ୍କାର ପ୍ରଦାନର ଆବଶ୍ୟକତା ରହିଥିବା ସେ କହିଥିଲେ। ଜିଲା ଆଇନସେବା ପ୍ରାଧିକରଣ ତତ୍କାଳୀନ ସେକ୍ରେଟାରୀ ଶିଶୁମାନଙ୍କ ଭବିଷ୍ୟତ ଉପରେ ପ୍ରାଧାନ୍ୟ ଦେଇଥିଲେ। ସେ କହିଥିଲେ, ଆମ ଦେଶକୁ ସମୃଦ୍ଧ ତଥା ଶକ୍ତିଶାଳୀ କରିବାକୁ ହେଲେ ଉତ୍ତମ ଓ ସୁରକ୍ଷିତ ଶିଶୁଙ୍କ ଆବଶ୍ୟକତା ରହିଛି । ଶିଶୁଙ୍କୁ ଅପରାଧୀ ଭଳି ବିବେଚନା କରା ନ ଯାଇ ସେମାନଙ୍କ ଭିତରେ ସଂଶୋଧନ ପାଇଁ ଉଦ୍ୟମ ହେବା ଉଚିତ । ତେବେ ଏ କ୍ଷେତ୍ରରେ ପୋଲିସ କର୍ମଚାରୀମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଭାଗୀୟ ଅଧିକାରୀମାନେ କିଶୋର ନ୍ୟାୟ ସମ୍ପର୍କରେ ଅଧିକ ସଚେତନ ରହୁ ନ ଥିବାରୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ।
ଏ ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁଚରଣ ରାଉତ କହିଛନ୍ତି, ଯେଉଁ ପିଲାମାନଙ୍କୁ ସେମାନଙ୍କ ଅଭିଭାବକମାନେ ମୋବାଇଲ ଓ ଟଙ୍କା ବିନା ଦ୍ୱିଧାରେ ଦେଉଛନ୍ତି ଓ ଏହାର ତଦାରଖ କରୁନାହାନ୍ତି ସେ କ୍ଷେତ୍ରରେ ସମସ୍ୟା ବଢୁଛି। ପିଲାମାନେ କ’ଣ କଲେ ଜାଣିଲାବେଳକୁ ନେଡି ଗୁଡ କହୁଣିକୁ ବୋହିଯାଉଛି। ଅଶିକ୍ଷିତ ଅଭିଭାବକମାନେ ପିଲାମାନଙ୍କ ଦାୟିତ୍ୱ ନେବା କଷ୍ଟକର। କିନ୍ତୁ ଶିକ୍ଷିତମାନେ ପିଲାମାନଙ୍କ ପାଇଁ ସମୟ ନ ଦେଲେ ପ୍ରତିକାର ସମ୍ଭବ ନୁହେଁ। ତେଣୁ ପ୍ରତ୍ୟହ ପିଲାମାନଙ୍କ ସାଙ୍ଗସାଥୀ, ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ସହ କିପରି କଟୁଛି ତାହା ଜାଣିବା ଉଚିତ। ଶିକ୍ଷୟିତ୍ରୀ, ଶିକ୍ଷକ ଓ ସାଙ୍ଗସାଥୀଙ୍କୁ ମଧ୍ୟ ପିଲା ବିଷୟରେ ପଚାରିଲେ ଅନେକ କିଛି ଜାଣିହେବ। ସବୁଦିନ ପିଲାଙ୍କ ବ୍ୟବହାର ଯାଞ୍ଚ କରିବା ଆବଶ୍ୟକ। ୧୦ ବର୍ଷ ଭିତରେ ପିଲାଙ୍କୁ ସବୁକିଛି ଶିଖାଇଲେ ସେ ଶୃଙ୍ଖଳିତ ହୋଇଯିବ ବୋଲି ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?