ସୃଷ୍ଟି ହେଲା ଲଘୁଚାପ, ଆରମ୍ଭରୁ ବର୍ଷିଲା

ଭୁବନେଶ୍ୱର, ୫ା୭(ବ୍ୟୁରୋ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୫.୮ କିମି ଯାଏ ବ୍ୟାପିଛି। ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସୋମବାର ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ବର୍ଷା ହୋଇଛି। ସକାଳ ସାଢ଼େ ୮ଟାରୁ ଅପରାହ୍ନ ୨ଟା ୩୦ ସୁଦ୍ଧା ରାଜଧାନୀରେ ୪୬.୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ୩୦.୧, କେନ୍ଦୁଝର ୩୦, ମାଲକାନଗିର ୨୫.୪, ଅନୁଗୋଳ ୧୯, ଜଗତ୍‌ସିଂହପୁର ୬.୨, ଢେଙ୍କାନାଳ ୫.୯, ଝାରସୁଗୁଡ଼ା ୪.୬, ନବରଙ୍ଗପୁର ୫.୬ ଓ ଦାରିଙ୍ଗବାଡ଼ିରେ ୭ମିମି ବର୍ଷା ହୋଇଛି। ସେହିଭଳି ସମ୍ବଲପୁର, କୋରାପୁଟ, କଟକ, ନୟାଗଡ଼, ଯାଜପୁରରେ ମଧ୍ୟ ବର୍ଷା ହୋଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ସେଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ଗଞ୍ଜାମ, ଗଜପତି, ପୁରୀ, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସମ୍ବଲପୁର ଏବଂ ଅନୁଗୋଳରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ବୁଧବାର ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଏବଂ ବଲାଙ୍ଗୀରରେ ପ୍ରବଳ ବର୍ଷା ହେବ। ତେବେ ଗୁରୁବାର ବୌଦ୍ଧ, ସୋନପୁର, କନ୍ଧମାଳ, ଅନୁଗୋଳ ଏବଂ ସମ୍ବଲପୁରରେ ଓ ଶୁକ୍ରବାର ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ ମାଲାକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ ଜୁନ୍‌ ଶେଷ ସୁଦ୍ଧା ରାଜ୍ୟରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଜୁଲାଇର ପ୍ରଥମ ଦିନରେ ଏହି ନିଅଣ୍ଟିଆ ବର୍ଷାରେ ୧୧ ପ୍ରତିଶତ ଭରଣା ହୋଇଛି। ଜୁଲାଇ ୪ ସୁଦ୍ଧା (ଜୁନ ୧ରୁ ଜୁଲାଇ ୪) ରାଜ୍ୟରେ ୧୮୧.୪ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକ ବର୍ଷା ୨୫୬.୧ମିମି ଠାରୁ ୨୯ପ୍ରତିଶତ କମ୍‌ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷ୍ଣୁପଦଙ୍କ କବିତା ସଙ୍କଳନ ଉନ୍ମୋଚିତ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବରିଷ୍ଠ ଅମଲାତନ୍ତ୍ରୀ ବିଷ୍ଣୁପଦ ସେଠୀଙ୍କ ଇଂଲିଶ କବିତା ସଙ୍କଳନ ‘ବିୟଣ୍ଡ ହିୟର୍‌ ଆଣ୍ଡ୍‌ ଅଦର ପୋଏମ୍ସ’କୁ ଉନ୍ମୋଚନ କରିଛନ୍ତି।...

ଭୁବନେଶ୍ୱରରୁ ଆଜି ୫୫୦ ନୂଆ ପଜିଟିଭ ଚିହ୍ନଟ: ସେଥିରୁ ୩୦୭ ଲୋକାଲ କଣ୍ଟାକ୍ଟ କେସ

ଭୁବନେଶ୍ୱର,୪।୯(ବ୍ୟୁରୋ)-ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୫୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ୫୫୦ ଆକ୍ରାନ୍ତଙ୍କ ମଧ୍ୟରେ ୨୪୩ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ...

କଟକରେ କାୟା ବିସ୍ତାର କରୁଛି କରୋନା: ଆଜି ୬୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୭।୭-କଟକରେ କାୟା ବିସ୍ତାର କରୁଛି କରୋନା। ସୋମବାର ସହରରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୯ ଜଣ କ୍ୱାରାଣ୍ଟାଇନରେ...

ରାଜ୍ୟରୁ ପୁଣି ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୫୦୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଦିନ ୩ଟା ସୁଦ୍ଧା ୫୫.୦୫% ମତଦାନ: ବାଲେଶ୍ୱରରେ ୫୪.୮୫% , ତିର୍ତ୍ତୋଲରେ ୫୫.୨୩%

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଉଭୟ ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଭୋଟଗ୍ରହଣ ଜାରିରହିଛି। ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ...

ସୁପ୍ରିମକୋର୍ଟଙ୍କ ରାୟ ସତର୍କଘଣ୍ଟି

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ସୁପ୍ରିମକୋର୍ଟ ୩ଟି କୃଷି ଆଇନ ବାବଦରେ ଯେଉଁ ରାୟ ଦେଇଛନ୍ତି ତାହା କେନ୍ଦ୍ରରେ ଥିବା ଏକ ଅଗଣତାନ୍ତ୍ରିକ ସରକାର ପାଇଁ ସତର୍କଘଣ୍ଟି ବୋଲି ପ୍ରଦେଶ...

ଆପଣମାନେ ଖୁସି ତ, ମୁଁ ବି ଖୁସି

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ଆପଣମାନେ ଖୁସି ତ। ମୁଁ ବି ଖୁସି। କଂଗ୍ରେସ ଦଳ ନେତା ତାରାପ୍ରସାଦ ବାହିନୀପତିଙ୍କ ଏହି ଡାଇଲଗ୍‌କୁ ନେଇ ବୁଧବାର ଗୃହକାର୍ଯ୍ୟ ଆରମ୍ଭ ହେବା...

ଗୋଦାମରେ ଫିମ୍ପି ମାରିଲାଣି ଅତ୍ୟାବଶ୍ୟକ ସାମଗ୍ରୀ: ଚିନ୍ତାରେ ୟୁନିଟ୍‌-୪ ହାଟ ବ୍ୟବସାୟୀ

ଭୁବନେଶ୍ୱର,୨୭।୭(ବ୍ୟୁରୋ): ଅନିଶ୍ଚିତତାରେ ୟୁନିଟ୍‌-୪ ମାର୍କେଟ ବ୍ୟବସାୟୀଙ୍କ ଭବିଷ୍ୟତ। ୧୦ଦିନ ହେବ ହାଟ ସିଲ୍‌ ହୋଇ ରହିଥିବାରୁ ହଜାରେରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଓ ଗୋଦାମ ମାଲିକ ନାନା...

Advertisement
Archives

Model This Week