Home

ସରିଲା କ୍ୟାବିନେଟ୍‌ ବୈଠକ, ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର,୧୯।୭(ବ୍ୟୁରୋ): ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ,ରାଜ୍ୟ ସରକାରଙ୍କ ଆଇଟି ପଲିସିକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି।…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଅଗ୍ନିପଥ ଯୋଜନା ବିରୋଧରେ ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୯।୭: ‘ଅଗ୍ନିପଥ’ ଯୋଜନା ବିରୋଧରେ ସାରା ଦେଶରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ସମସ୍ତ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ। ଜଷ୍ଟିସ ଡି.ଓ୍ବାଇ…

ନୁପୁର ଶର୍ମାଙ୍କ ଭିଡିଓ ଦେଖିବାରୁ ଯୁବକଙ୍କୁ ଛୁରାମାଡ

ପାଟନା,୧୯।୭: ନୁପୁର ଶର୍ମା ମାମଲାକୁ ନେଇ ରାଜସ୍ଥାନର ଉଦୟପୁର ଏବଂ ମହାରାଷ୍ଟ୍ରର ଅମରାବତୀ ପରେ ବିହାରର ସୀତାମଢିରେ ମଧ୍ୟ ଏକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ନୁପୁରଙ୍କ ବିବାଦୀୟ ଭିଡିଓ ଦେଖିବାକୁ ନେଇ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ଏହି ଘଟଣାରେ…

ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ

ନୂଆଦିଲ୍ଲୀ,୧୯।୭: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବକାଳୀନ ଦୁର୍ବଳ ହୋଇଛି। ମଙ୍ଗଳବାର ବଜାର ୭୯.୯୯ରେ ଖୋଲିବା ପରେ ଡଲାର ତୁଳନାରେ ଟଙ୍କା ୮୦.୦୨ ରେ ପହଞ୍ଚିଥିଲା। ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ଏହାର ପ୍ରଭାବ ଭାରତୀୟ…

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ପୁଣି ଜଣେ କ୍ରିକେଟର୍‌

ସେଣ୍ଟଲୁସିଆ,୧୯।୭: ଇଂଲଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପରେ ୱେଷ୍ଟଇଣ୍ଡିଜ୍‌ର ଶ୍ରେଷ୍ଠ କ୍ରିକେଟର ଲେଣ୍ଡଲ ସିମନ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଦିନିକିଆ ଏବଂ ଟି-୨୦ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ସିମନ୍ସଙ୍କ କ୍ୟାରିୟର ଭଲ ଥିଲା। ଦିନିକିଆ କ୍ରିକେଟରେ ସିମନ୍ସ ୨…

ଦୁଇ ବିଚାରାଧୀନ କଏଦୀ ଫେରାର

ଅନୁଗୋଳ ଅଫିସ୍‌,୧୯।୭: ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ କାରାଗାରର ପାଚେରି ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଫେରାର ଦୁଇ କଏଦୀ ହେଲେ ଡିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ…

ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି

ଗଞ୍ଜାମ,୧୯।୭(ଡି.ଏନ.ଏ.): ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି l ଲଘୁଚାପ ଜନିତ ବର୍ଷା ଓ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପାଣି ନଦୀରେ ମିଶି ଏହାର ଜଳସ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ…

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୧୦ ଯାତ୍ରୀ ଆହତ

କୋରାପୁଟ,୧୯।୭(ସ୍ବ.ପ୍ର): କୋରାପୁଟ ଜିଲା ୨୬ନଂ ଜାତୀୟ ରାଜପଥର ପଟାଙ୍ଗି ଥାନା ଅନ୍ତର୍ଗତ ଶୁଣ୍ଢି ପୁଙ୍ଗାର ନିକଟରେ ମଙ୍ଗଳବାର ସକାଳୁ ଏହି ବସ ଦୁର୍ଘଟଣା ଘଟିଛି। ଏଥିରେ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ…

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୯।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୫୨୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୫ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…

ଆଜି ରାଜ୍ୟରେ ୯୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୧୯।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ…

ପ୍ରସିଦ୍ଧ ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ

ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଗଜଲ ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ସେ କରୋନାର ଶିକାର ହୋଇଥିଲେ।…

ମାତାପିତାଙ୍କୁ କାନ୍ଧରେ ଧରି କାଉଡି ଯାତ୍ରାରେ ବାହାରିଲେ ବୋହୂ-ପୁଅ

ଭାଗଲପୁର,୧୯।୭: ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ରାସ୍ତାରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳୁଛି। ଦୁଇ ବର୍ଷ ପରେ ଏଥର ମଧ୍ୟ ଝାଡଖଣ୍ଡର ଦେଓଘରରେ ବିଶ୍ୱ ପ୍ରସିଦ୍ଧ ଶ୍ରାବଣୀ ମେଳା ଆୟୋଜିତ ହୋଇଛି। ଏହି ମେଳାରେ ଯୋଗ ଦେବା ପାଇଁ ଅନେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri