ନାଲ୍‌କୋ ପକ୍ଷରୁ ୨୯ଶ୍ରେଷ୍ଠ ମାଟ୍ରିକ୍ୟୁଲେଟ୍‌ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୨।୮: ଚଳିତ ବର୍ଷର ଦଶମ ବୋର୍ଡ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ନାଲ୍‌କୋ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ କମ୍ପାନୀର ଉତ୍ପାଦନ ୟୁନିଟ୍‌ ଅନୁଗୁଳ ଏବଂ ଦାମନଯୋଡ଼ିର ପାରିପାର୍ଶ୍ୱିକ ବିଦ୍ୟାଳୟଗୁଡ଼ିକର ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ସାହାଯ୍ୟ ଏବଂ ପ୍ରୋତ୍ସାହିତ କରିଆସୁଛି। ନାଲ୍‌କୋ ନଗରଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ନାଲ୍‌କୋର ଅଧ୍ୟକ୍ଷ ତଥା ଏମ୍‌ଡି ଶ୍ରୀଧର ପାତ୍ର ଶ୍ରେଷ୍ଠ ୨୯ ଛାତ୍ରଙ୍କୁ ସମ୍ବର୍ଦ୍ଧିତ ସହ ପୁରସ୍କାର ସ୍ବରୂପ ନଗଦ ୫,୦୦୦ ଟଙ୍କା ଏବଂ ପ୍ରଶଂସା ପ୍ରମାଣପତ୍ର ପ୍ରତି ଛାତ୍ରଙ୍କୁ ପ୍ରଦାନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ନାଲ୍‌କୋ ମହିଳା ସମିତି ଅଧ୍ୟକ୍ଷା ସସ୍ମିତା ପାତ୍ର ଏବଂ ନାଲ୍‌କୋର କାର୍ଯ୍ୟପାଳକ ନିର୍ଦ୍ଦେଶକ (ଏସ.ଆଣ୍ଡ୍‌.ପି) ଏ.ପି. ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କ ଉକ୍ତ ସମାବେଶକୁ ସମ୍ବୋଧିତ କରି ଶ୍ରୀଧର ପାତ୍ର ପିଲାମାନଙ୍କୁ ସଫଳତାର ଏହି ଧାରା ବଜାୟ ରଖିବାକୁ ଏବଂ ଜୀବନରେ ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ସେହିଭଳି ‘ଅଧ୍ୟୟନ କରିବା, ସଂଘର୍ଷ କରିବା ଏବଂ ସଫଳତା ହାସଲ କରିବା’ ହିଁ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଜୀବନର ମନ୍ତ୍ର ହେବା ଉଚିତ ବୋଲି ସେ କହିଥିଲେ।

ଏହି ପରିପ୍ରେକ୍ଷୀରେ ସସ୍ମିତା ପାତ୍ରଙ୍କର ଉଦ୍‌ବୋଧନ ପିଲାମାଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା। ଏକ ଉତ୍ତମ ଛାତ୍ର ହେବା ସହ ଏକ ଦୃଢ଼ ଏବଂ ନୈତିକ ମୂଲ୍ୟବୋଧ ଭିତ୍ତିକ ବିକଶିତ ବ୍ୟକ୍ତିତ୍ୱ ତଥା ଭବିଷ୍ୟତରେ ଏକ ସମର୍ଥ ନାଗରିକ ହେବା ପାଇଁ ଚେଷ୍ଟା କରିବା ମଧ୍ୟ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ଶ୍ରେଷ୍ଠ ମାଟ୍ରିକ୍ୟୁଲେଟ୍‌ ପୁରସ୍କାର ଅନୁଗୁଳସ୍ଥିତ ନାଲ୍‌କୋର ଏସ.ଆଣ୍ଡ୍‌.ପି. କମ୍ପ୍ଲେକ୍ସର ପାରିପାର୍ଶ୍ୱିକ ୨୨ଟି ବିଦ୍ୟାଳୟ ଏବଂ ଛେଣ୍ଡିପଦାସ୍ଥିତ କୋଇଲା ଖଣି ଅଞ୍ଚଳର ୫ଟି ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri