Posted inଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ହରାରେ,୨୨ା୮(ପି.ଟି.): ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ ସୋମବାର ଖେଳାଯିବ। ଏହି ମୁକାବିଲା ଜିତି କ୍ଲିନ୍‌ ସୁଇପ୍‌ କରିବାକୁ ପ୍ରୟାସ କରିବ ଭାରତ। ପ୍ରଥମ ଦୁଇ ମ୍ୟାଚ୍‌ ଏକପାଖିଆ ଭାବେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳର ବୋଲିଂ ସାମାନ୍ୟ ପ୍ରଭାବୀ ରହିଥିଲା। ଉଭୟ ଦଳର ଫର୍ମକୁ ଦେଖିଲେ ଭାରତ ସିରିଜ୍‌ ସୁଇପ୍‌ ନିମନ୍ତେ ଫେବରାଇଟ୍‌ ବୋଲି ଆପାତତଃ କୁହାଯାଇପାରେ। ଭାରତ ଆଗୁଆ ସିରିଜ୍‌ ଜିତିସାରିଥିବାରୁ ଏହି ମ୍ୟାଚ୍‌ରେ ଅଧିକ ପରୀକ୍ଷା ନିରୀକ୍ଷା ଦେଖିବାକୁ ମିଳିପାରେ। ଟିମ୍‌ରେ ନିଜ ସ୍ଥାନ ସୁରକ୍ଷିତ କରିବା ପାଇଁ ଯୁବ ଖେଳାଳିଙ୍କୁ ଆଉ ଏକ ସୁଯୋଗ ମିଳିବ। ଦୁଇଟିଯାକ ମ୍ୟାଚ୍‌ରେ ଜିମ୍ବାଓ୍ବେର ବ୍ୟାଟିଂ ବିଫଳ ହୋଇଥିବା ବେଳେ ବ୍ୟାଟରମାନେ ନିଜ ତ୍ରୁଟି ସୁଧାରିବାକୁ ଏଥର ପ୍ରୟାସ କରିବେ। ଓପ୍‌ନିଂରେ ବିଫଳ ହୋଇଥିଲେ ହେଁ ଲୋକେଶ ରାହୁଲ ପୁଣି ବ୍ୟାଟିଂ ଓପନ୍‌ କରିପାରନ୍ତି। ଆଗଧାଡ଼ିର ବୋଲରମାନେ ଅନୁପସ୍ଥିତ ଥିଲେ ମଧ୍ୟ ସେମାନଙ୍କ ଅଭାବ ଅନୁଭୂତ ହୋଇନାହିଁ।

ଭାରତୀୟ ବ୍ୟାଟରଙ୍କୁ ଅଧିକ ସୁଯୋଗ ମିଳି ନ ଥିଲେ ହେଁ ସମସ୍ତ ଖେଳାଳି ଏହାର ଉପଯୋଗ କରିବାକୁ ପ୍ରୟାସ କରିବେ। ଦ୍ୱିତୀୟ ମ୍ୟାଚ୍‌ର ବିଫଳତାକୁ ପଛରେ ପକାଇ ଇଶାନ କିଷନ ବଡ଼ ସ୍କୋର ପ୍ରୟାସ କରିବେ। ସେଟ୍‌ ହୋଇ ଉଇକେଟ ଫୋପାଡ଼ିଥିବା ଶିଖର ଧାଓ୍ବନ୍‌ ଓ ଶୁବମନ ଗିଲ୍‌ଙ୍କ ନିକଟରୁ ଅଧିକ ଦାୟିତ୍ୱବାନ୍‌ ବ୍ୟାଟିଂ ଆଶା କରାଯାଏ। ଦୀପକ ହୁଦା ଓ ସଞ୍ଜୁ ସାମ୍‌ସନ ଭଲ ବ୍ୟାଟିଂ କରିଥିବା ବେଳେ ଉଭୟଙ୍କ ନିକଟରୁ ସମାନ ପ୍ରଦର୍ଶନ ଆଶା କରିବ ମ୍ୟାନେଜ୍‌ମେଣ୍ଟ। ସେହିପରି କ୍ଲିନ୍‌ ସୁଇପ୍‌କୁ ରୋକିବା ଲାଗି ଜିମ୍ବାଓ୍ବେ ପ୍ରୟାସ କରିବ। ସିକନ୍ଦର ରାଜା ଓ ସିନ୍‌ ଓ୍ବିଲିୟମ୍ସଙ୍କ ବ୍ୟାଟିଂ ଉପରେ ଦଳର ପ୍ରଦର୍ଶନ ନିର୍ଭର କରୁଥିବା ବେଳେ ଉଭୟ ଆଶାନୁରୂପ ଖେଳିବାରେ ବିଫଳ ହୋଇଛନ୍ତି। ବୋଲିଂରେ ଭାରତ କୁଲଦୀପ ଯାଦବଙ୍କୁ ବାଦ୍‌ ଦେଇ ଦୀପକ ଚହର ଓ ଶାର୍ଦ୍ଦୂଳ ଠାକୁରଙ୍କୁ ଖେଳାଇପାରେ। ଦୀପକ ହୁଦା ଦ୍ୱିତୀୟ ସ୍ପିନର ଭାବେ ବୋଲିଂ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri