Posted inଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ହରାରେ,୨୨ା୮(ପି.ଟି.): ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ ସୋମବାର ଖେଳାଯିବ। ଏହି ମୁକାବିଲା ଜିତି କ୍ଲିନ୍‌ ସୁଇପ୍‌ କରିବାକୁ ପ୍ରୟାସ କରିବ ଭାରତ। ପ୍ରଥମ ଦୁଇ ମ୍ୟାଚ୍‌ ଏକପାଖିଆ ଭାବେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳର ବୋଲିଂ ସାମାନ୍ୟ ପ୍ରଭାବୀ ରହିଥିଲା। ଉଭୟ ଦଳର ଫର୍ମକୁ ଦେଖିଲେ ଭାରତ ସିରିଜ୍‌ ସୁଇପ୍‌ ନିମନ୍ତେ ଫେବରାଇଟ୍‌ ବୋଲି ଆପାତତଃ କୁହାଯାଇପାରେ। ଭାରତ ଆଗୁଆ ସିରିଜ୍‌ ଜିତିସାରିଥିବାରୁ ଏହି ମ୍ୟାଚ୍‌ରେ ଅଧିକ ପରୀକ୍ଷା ନିରୀକ୍ଷା ଦେଖିବାକୁ ମିଳିପାରେ। ଟିମ୍‌ରେ ନିଜ ସ୍ଥାନ ସୁରକ୍ଷିତ କରିବା ପାଇଁ ଯୁବ ଖେଳାଳିଙ୍କୁ ଆଉ ଏକ ସୁଯୋଗ ମିଳିବ। ଦୁଇଟିଯାକ ମ୍ୟାଚ୍‌ରେ ଜିମ୍ବାଓ୍ବେର ବ୍ୟାଟିଂ ବିଫଳ ହୋଇଥିବା ବେଳେ ବ୍ୟାଟରମାନେ ନିଜ ତ୍ରୁଟି ସୁଧାରିବାକୁ ଏଥର ପ୍ରୟାସ କରିବେ। ଓପ୍‌ନିଂରେ ବିଫଳ ହୋଇଥିଲେ ହେଁ ଲୋକେଶ ରାହୁଲ ପୁଣି ବ୍ୟାଟିଂ ଓପନ୍‌ କରିପାରନ୍ତି। ଆଗଧାଡ଼ିର ବୋଲରମାନେ ଅନୁପସ୍ଥିତ ଥିଲେ ମଧ୍ୟ ସେମାନଙ୍କ ଅଭାବ ଅନୁଭୂତ ହୋଇନାହିଁ।

ଭାରତୀୟ ବ୍ୟାଟରଙ୍କୁ ଅଧିକ ସୁଯୋଗ ମିଳି ନ ଥିଲେ ହେଁ ସମସ୍ତ ଖେଳାଳି ଏହାର ଉପଯୋଗ କରିବାକୁ ପ୍ରୟାସ କରିବେ। ଦ୍ୱିତୀୟ ମ୍ୟାଚ୍‌ର ବିଫଳତାକୁ ପଛରେ ପକାଇ ଇଶାନ କିଷନ ବଡ଼ ସ୍କୋର ପ୍ରୟାସ କରିବେ। ସେଟ୍‌ ହୋଇ ଉଇକେଟ ଫୋପାଡ଼ିଥିବା ଶିଖର ଧାଓ୍ବନ୍‌ ଓ ଶୁବମନ ଗିଲ୍‌ଙ୍କ ନିକଟରୁ ଅଧିକ ଦାୟିତ୍ୱବାନ୍‌ ବ୍ୟାଟିଂ ଆଶା କରାଯାଏ। ଦୀପକ ହୁଦା ଓ ସଞ୍ଜୁ ସାମ୍‌ସନ ଭଲ ବ୍ୟାଟିଂ କରିଥିବା ବେଳେ ଉଭୟଙ୍କ ନିକଟରୁ ସମାନ ପ୍ରଦର୍ଶନ ଆଶା କରିବ ମ୍ୟାନେଜ୍‌ମେଣ୍ଟ। ସେହିପରି କ୍ଲିନ୍‌ ସୁଇପ୍‌କୁ ରୋକିବା ଲାଗି ଜିମ୍ବାଓ୍ବେ ପ୍ରୟାସ କରିବ। ସିକନ୍ଦର ରାଜା ଓ ସିନ୍‌ ଓ୍ବିଲିୟମ୍ସଙ୍କ ବ୍ୟାଟିଂ ଉପରେ ଦଳର ପ୍ରଦର୍ଶନ ନିର୍ଭର କରୁଥିବା ବେଳେ ଉଭୟ ଆଶାନୁରୂପ ଖେଳିବାରେ ବିଫଳ ହୋଇଛନ୍ତି। ବୋଲିଂରେ ଭାରତ କୁଲଦୀପ ଯାଦବଙ୍କୁ ବାଦ୍‌ ଦେଇ ଦୀପକ ଚହର ଓ ଶାର୍ଦ୍ଦୂଳ ଠାକୁରଙ୍କୁ ଖେଳାଇପାରେ। ଦୀପକ ହୁଦା ଦ୍ୱିତୀୟ ସ୍ପିନର ଭାବେ ବୋଲିଂ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଆଗରେ ମୁକ ହୋଇଯାଉଛନ୍ତି ଖେଳାଳି? ଆର୍‌ସିବି ପରାଜୟକୁ ନେଇ ଚମକାଇବା ଭଳି ବୟାନ ଦେଲେ ସେହ୍ବାଗ

ନୂଆଦିଲ୍ଲୀ,୧୬।୪: ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସୋମବାର ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ପରାଜିତ ହୋଇଛି(ଲିଡ୍‌ ରାଉଣ୍ଡରେ ୬ଷ୍ଠ)। ଏଯାବତ...

ପୁଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଖୋଲିଲା ପୋଲ୍‌

ଇସଲାମାବାଦ୍‌,୧୬।୪: ପାକିସ୍ତାନ କ୍ରିକେଟ୍‌ ବୋର୍ଡର ପୋଲ୍‌ ଖୋଲିଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ହାଫିଜଙ୍କୁ ଟଙ୍କା ଦେଇନାହାଁନ୍ତି।...

ଆଇପିଏଲ ୨୦୨୪ରେ ସବୁଠାରୁ ଲମ୍ବା ଛକା ମାରିଲେ ଦୀନେଶ କାର୍ତ୍ତିକ, ଚର୍ଚ୍ଚାରେ…

ନୂଆଦିଲ୍ଲୀ,୧୬।୪: ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ର ଦୀର୍ଘତମ ଛକା ମାରିଛନ୍ତି। କାର୍ତ୍ତିକ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟି ନଟରାଜନଙ୍କ ବଲରେ...

ଆଇପିଏଲ୍‌ରେ ଅଲୋଡା ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି

ନୂଆଦିଲ୍ଲୀ,୧୬।୪: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩...

ଆଇପିଏଲ୍‌ରେ ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୬।୪; ଆଇପିଏଲ ୨୦୨୪ର ୩୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇତିହାସ ରଚିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର...

୬ ପରାଜୟ ପରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଆରସିବି: ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା, ସୋନପୁର ବିଜୟୀ

ଭୁବନେଶ୍ୱର, ୧୬।୪ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଲିଗ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri