Posted inଖେଳ

ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଲେ ୟୁସିକ୍‌

କିଙ୍ଗ ଅବ୍‌ଦୁଲ୍ଲା ସ୍ପୋଟର୍‌ସ ସିଟି (ସୌଦି ଆରବ), ୨୨ା୮(ଏପି): ଆନ୍ଥୋନୀ ଜୋଶୁଆଙ୍କ ବିପକ୍ଷ ଏକ ରିମ୍ୟାଚ୍‌ରେ ବିଭାଜନ ନିଷ୍ପତ୍ତି ଜରିଆରେ ବିଜୟ ହାସଲ କରି ୟୁକ୍ରେନ୍‌ ବକ୍ସର ଓଲେକସାଣ୍ଡର ୟୁସିକ୍‌ ତାଙ୍କ ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଛନ୍ତି। ଗତବର୍ଷ ଏହି ଦୁଇ ବକ୍ସରଙ୍କ ମଧ୍ୟରେ ହୋଇଥିବା ଲଢ଼େଇ ତୁଳନାରେ ଏହି ମୁକାବିଲା ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିଲା। ୩୫ ବର୍ଷୀୟ ୟୁସିକ୍‌ ୟୁକ୍ରେନ୍‌ ଆର୍ମିର ଜଣେ ଯୋଦ୍ଧା। ସେ ୬ ମାସ ହେବ ନିଜ ପାଖରେ ଡବ୍ଲ୍ୟୁବିଏ, ଡବ୍ଲ୍ୟୁବିଓ ଏବଂ ଆଇବିଏଫ୍‌ ବେଲ୍ଟ ରଖିଛନ୍ତି। ଲଢ଼େଇ ପୂର୍ବରୁ ୟୁକ୍ରେନ୍‌ ରାଷ୍ଟ୍ରପତି ୟୁସିକ୍‌ଙ୍କ ନିକଟକୁ ବାର୍ତ୍ତା ପଠାଇ ତାଙ୍କୁ ଉତ୍ସାହିତ କରିଥିଲେ।

ଫାଇନାଲ ବେଲ ବେଳକୁ ଉଭୟ ବକ୍ସର କ୍ଳାନ୍ତ ଜଣାପଡୁଥିଲେ। ମୁକାବିଲା ପରେ ବ୍ରିଟିଶ୍‌ ପ୍ରଫେସନାଲ ଫାଇଟର ଜୋଶୁଆ ବିଭିନ୍ନ ପରିସ୍ଥିତିରେ ୟୁସିକ୍‌ଙ୍କ ଲଢୁଆ କୌଶଳର ପ୍ରଶଂସା କରିଥିଲେ। ଏହି ବିଜୟ ସହ ୟୁସିକ୍‌ ରିଙ୍ଗ୍‌ ମାଗାଜିନ୍‌ ବେଲ୍ଟ ହାସଲ କରିଛନ୍ତି। ୟୁକ୍ରେନ୍‌ର ଏହି ବକ୍ସର ଗୋଟିଏ ହେଭିଓ୍ବେଟ୍‌ ଟାଇଟଲ ଜିତିବାରେ ସମର୍ଥ ହୋଇ ପାରିନାହାନ୍ତି, ତାହା ହେଲା ଡବ୍ଲ୍ୟୁବିସି।

ଚଳିତବର୍ଷ ଟାଇସନ ଫ୍ୟୁରିଙ୍କ ଅବସର ପରେ ଏହା ଖାଲିପଡ଼ିଛି। ୟୁସିକ୍‌ କହିଛନ୍ତି, ଫ୍ୟୁରି ଅବସର ନେଇଥିବା ତାଙ୍କର ମନେ ହେଉନାହିଁ। ଟାଇସନ ଫ୍ୟୁରି ତାଙ୍କ ସହ ଲଢ଼େଇ କରିବାକୁ ଚାହାନ୍ତି ବୋଲି ତାଙ୍କର ଦୃଢ଼ ବିଶ୍ୱାସ। ଦୁଇଜଣ ଜଜ୍‌ ୟୁସିକ୍‌ଙ୍କ ସପକ୍ଷରେ ୧୧୫-୧୧୩ ଏବଂ ୧୧୬-୧୧୨ ପଏଣ୍ଟ ଦେଇଥିଲେ। ଅନ୍ୟ ଜଣେ ଜୋଶୁଆଙ୍କ ସପକ୍ଷରେ ୧୧୫-୧୧୩ ଦେଇଥିଲେ। ଜୋଶୁଆଙ୍କ ୨୭ଟି ଫାଇଟ୍‌ ମଧ୍ୟରୁ ଏହା ହେଉଛି ତାଙ୍କର ତୃତୀୟ ପରାଜୟ। ତାଙ୍କ କ୍ୟାରିୟର ବର୍ତ୍ତମାନ ଦୋଛକିରେ। ୟୁସିକ୍‌ଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ବର୍ତ୍ତମାନ ଫ୍ୟୁରିଙ୍କ ଉପରେ ନିର୍ଭର କରେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri