Posted inଖେଳ

ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଲେ ୟୁସିକ୍‌

କିଙ୍ଗ ଅବ୍‌ଦୁଲ୍ଲା ସ୍ପୋଟର୍‌ସ ସିଟି (ସୌଦି ଆରବ), ୨୨ା୮(ଏପି): ଆନ୍ଥୋନୀ ଜୋଶୁଆଙ୍କ ବିପକ୍ଷ ଏକ ରିମ୍ୟାଚ୍‌ରେ ବିଭାଜନ ନିଷ୍ପତ୍ତି ଜରିଆରେ ବିଜୟ ହାସଲ କରି ୟୁକ୍ରେନ୍‌ ବକ୍ସର ଓଲେକସାଣ୍ଡର ୟୁସିକ୍‌ ତାଙ୍କ ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଛନ୍ତି। ଗତବର୍ଷ ଏହି ଦୁଇ ବକ୍ସରଙ୍କ ମଧ୍ୟରେ ହୋଇଥିବା ଲଢ଼େଇ ତୁଳନାରେ ଏହି ମୁକାବିଲା ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିଲା। ୩୫ ବର୍ଷୀୟ ୟୁସିକ୍‌ ୟୁକ୍ରେନ୍‌ ଆର୍ମିର ଜଣେ ଯୋଦ୍ଧା। ସେ ୬ ମାସ ହେବ ନିଜ ପାଖରେ ଡବ୍ଲ୍ୟୁବିଏ, ଡବ୍ଲ୍ୟୁବିଓ ଏବଂ ଆଇବିଏଫ୍‌ ବେଲ୍ଟ ରଖିଛନ୍ତି। ଲଢ଼େଇ ପୂର୍ବରୁ ୟୁକ୍ରେନ୍‌ ରାଷ୍ଟ୍ରପତି ୟୁସିକ୍‌ଙ୍କ ନିକଟକୁ ବାର୍ତ୍ତା ପଠାଇ ତାଙ୍କୁ ଉତ୍ସାହିତ କରିଥିଲେ।

ଫାଇନାଲ ବେଲ ବେଳକୁ ଉଭୟ ବକ୍ସର କ୍ଳାନ୍ତ ଜଣାପଡୁଥିଲେ। ମୁକାବିଲା ପରେ ବ୍ରିଟିଶ୍‌ ପ୍ରଫେସନାଲ ଫାଇଟର ଜୋଶୁଆ ବିଭିନ୍ନ ପରିସ୍ଥିତିରେ ୟୁସିକ୍‌ଙ୍କ ଲଢୁଆ କୌଶଳର ପ୍ରଶଂସା କରିଥିଲେ। ଏହି ବିଜୟ ସହ ୟୁସିକ୍‌ ରିଙ୍ଗ୍‌ ମାଗାଜିନ୍‌ ବେଲ୍ଟ ହାସଲ କରିଛନ୍ତି। ୟୁକ୍ରେନ୍‌ର ଏହି ବକ୍ସର ଗୋଟିଏ ହେଭିଓ୍ବେଟ୍‌ ଟାଇଟଲ ଜିତିବାରେ ସମର୍ଥ ହୋଇ ପାରିନାହାନ୍ତି, ତାହା ହେଲା ଡବ୍ଲ୍ୟୁବିସି।

ଚଳିତବର୍ଷ ଟାଇସନ ଫ୍ୟୁରିଙ୍କ ଅବସର ପରେ ଏହା ଖାଲିପଡ଼ିଛି। ୟୁସିକ୍‌ କହିଛନ୍ତି, ଫ୍ୟୁରି ଅବସର ନେଇଥିବା ତାଙ୍କର ମନେ ହେଉନାହିଁ। ଟାଇସନ ଫ୍ୟୁରି ତାଙ୍କ ସହ ଲଢ଼େଇ କରିବାକୁ ଚାହାନ୍ତି ବୋଲି ତାଙ୍କର ଦୃଢ଼ ବିଶ୍ୱାସ। ଦୁଇଜଣ ଜଜ୍‌ ୟୁସିକ୍‌ଙ୍କ ସପକ୍ଷରେ ୧୧୫-୧୧୩ ଏବଂ ୧୧୬-୧୧୨ ପଏଣ୍ଟ ଦେଇଥିଲେ। ଅନ୍ୟ ଜଣେ ଜୋଶୁଆଙ୍କ ସପକ୍ଷରେ ୧୧୫-୧୧୩ ଦେଇଥିଲେ। ଜୋଶୁଆଙ୍କ ୨୭ଟି ଫାଇଟ୍‌ ମଧ୍ୟରୁ ଏହା ହେଉଛି ତାଙ୍କର ତୃତୀୟ ପରାଜୟ। ତାଙ୍କ କ୍ୟାରିୟର ବର୍ତ୍ତମାନ ଦୋଛକିରେ। ୟୁସିକ୍‌ଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ବର୍ତ୍ତମାନ ଫ୍ୟୁରିଙ୍କ ଉପରେ ନିର୍ଭର କରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri